ସଞ୍ଜୟ ଲୀଲା ଭଂସାଲୀ କରିବାକୁ ଯାଉଛନ୍ତି OTT ଡେବ୍ୟୁ, ନିର୍ଦ୍ଦେଶକଙ୍କ ଡ୍ରିମ ପ୍ରୋଜେକ୍ଟରେ ନଜର ଆସିବେ ରିଚା ଚଢ଼ା

ବଲିଉଡ ଅଭିନେତ୍ରୀ ଋଚା ଚଢ଼ାଙ୍କୁ ଗତ କିଛି ଦିନ ହେଲା ଲୋକପ୍ରିୟ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କ ଅଫିସ ବାହାରେ ଦେଖିବାକୁ ମିଳୁଛି। ଏହାପରେ ଚର୍ଚ୍ଚା ହେଉଛି ଯେ ଉଭୟ କୌଣସି ନୂଆ ପ୍ରୋଜେକ୍ଟରେ ଏକାଠି କାମ କରିବାକୁ ଯାଉଛନ୍ତି। ମିଡିଆ ରିପୋର୍ଟ ମୁତାବକ ଭନସାଲୀଙ୍କ ଡେବ୍ୟୁ ୱେବସିରିଜ ‘ହୀରା ମଣ୍ଡି’ରେ ଋଚା କାମ କରିବାକୁ ଯାଉଛନ୍ତି। ଏହି ନୂଆ ପ୍ରୋଜେକ୍ଟକୁ ନେଇ କିଛି ଦିନ ତଳେ ଭନସାଲୀଙ୍କ ସହ ରିଚା ସାକ୍ଷାତ କରିଥିଲେ। ଏହା ଭନସାଲୀଙ୍କ ଡ୍ରିମ ପ୍ରୋଜେକ୍ଟ ବୋଲି କୁହାଯାଉଛି। ଏହାକୁ ସେ ଗତ ୧୨ ବର୍ଷ ହେଲାଣି ପୂରା କରିବାକୁ ସେ ଚେଷ୍ଟା କରୁଛନ୍ତି ।

sanjay leela

ମିଳିଥିବା ସୂଚନାନୁସାରେ ଏହି ୱେବସିରିଜର ପ୍ରଥମ କେତେକ ଏପିସୋଡର ନିର୍ଦେଶନା ଭନସାଲୀ ଦେଇପାରନ୍ତି । କିନ୍ତୁ ପରେ ଅନ୍ୟ ଜଣେ ନିର୍ଦେଶକ ଏହାର ନିର୍ଦେଶନା ଦେବେ। ‘ରାମ ଲୀଲା’ ସିନେମାରେ ଭନସାଲୀ ଓ ଋଚା ଜବରଦସ୍ତ କାମ କରିଥିଲେ । ‘ହୀରା ମଣ୍ଡି’ ସିନେମାରେ ସୋନାକ୍ଷୀ ସିହ୍ନା ଓ ହୁମା କୁରେଶୀ ମଧ୍ୟ ସେକ୍ସ ୱାର୍କର ଚରିତ୍ରରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି । ଏହି ଫିଲ୍ମର କାହାଣୀ ଭାରତ ପାକିସ୍ତାନର ପାର୍ଟିସନ ଓ ସେମାନଙ୍କ ଟଙ୍କାବାଲା ଗ୍ରାହକଙ୍କ ଜୀବନୀ ଉପରେ ଆଧାରିତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.