“ମୁଁ ଅସୁସ୍ଥ ନାହିଁ, ମୋ ବିଷୟରେ କିଛି ବି ଲେଖିବନି”, ମିଡ଼ିଆକୁ ଏମିତି କିଛି କହିଲେ ସଞ୍ଜୁ ବାବା

କିଛି ଦିନ ତଳେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବେ ଲଙ୍ଗସ କ୍ୟାନ୍ସର ପରି ଗମ୍ଭୀର ରୋଗରେ ପୀଡିତ ଥିବା ଜଣାଯାଇଛନ୍ତି । କିନ୍ତୁ ସଂଜୟ ଏବାବଦରେ ନିଜେ କହୁଛନ୍ତି କି ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି । ତାଙ୍କୁ ସେପରି କୌଣସି କଷ୍ଟ ହେଉନାହିଁ । ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଭାଇରାଲ ହେଉଥିବା ତାଙ୍କର କେତେ ଗୁଡିଏ ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ପତ୍ନୀ ପିଲାମାନଙ୍କ ସହ କିଛି ଦିନ ଦୁବାଇରେ ସମୟ କାଟିବା ପରେ ସଞ୍ଜୁ ବାବା ଏବେ ମୁମ୍ବାଇ ଫେରିଛନ୍ତି । ଏହି ନିକଟରେ ହିଁ ତାଙ୍କୁ ଏକ ସେଲୁନ ବାହାରେ ସ୍ପଟ ମଧ୍ୟ କରାଯାଇଛି । ଏହି ସମୟରେ ମିଡ଼ିଆ କର୍ମକର୍ତ୍ତାଙ୍କୁ ପୋଜ ଦେଇ ଫଟୋ ଉଠାଇ ଥିବା ବେଳେ ତାଙ୍କ ସହ କିଛି ସମୟ ପାଇଁ କଥାବାର୍ତ୍ତା ମଧ୍ୟ କରିଥିଲେ । ଏହା ସହ ମଜାଳିଆ ଅନ୍ଦାଜରେ ସଞ୍ଜୟ ମିଡ଼ିଆ କର୍ମୀ ମାନଙ୍କୁ କହିଥିଲେକି, “ମୁଁ ଏବେ ରୋଗୀଣା ନାହିଁ । ଜମା ମୋ ବିଷୟରେ କିଛି ବି ଲେଖିବନି” ।

 

 

View this post on Instagram

 

@duttsanjay snapped today at #hakimaalim salon..😍 #sanjaydutt#sanjayduttismyhero#sanjaydatt

A post shared by CRISPY BOLLYWOOD😎 (@crispybollywood) on

 

ସଞ୍ଜୁଙ୍କ ଠାରୁ ଏହା ଶୁଣି ସେଠି ଉପସ୍ଥିତ ଥିବା ସମସ୍ତେ ଜୋର ଜୋରସେ ହସିବାକୁ ଲାଗିଲେ । ସୋସିଆଲ ମିଡିଆରେ ସଞ୍ଜୁ ବାବାଙ୍କ ଏହି ଭିଡିଓଟି ଖୁବ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଫ୍ୟାନ୍ସ ମାନେ ବି ଖୁବ ପ୍ରତିକ୍ରିୟା ଦେଉଛନ୍ତି । କହିରଖିବା ଉଚିତ ହେବକି, ଫୁସଫୁସ କର୍କଟ ପରି ଗମ୍ଭୀର ରୋଗରେ ପୀଡିତ ଥିବା ଜଣାପଡିବା ପରେ ମୁମ୍ବଈସ୍ଥିତ କୋକିଲାବେନ ହସ୍ପିଟାଲରେ ସେ ଚିକିତ୍ସିତ ହୋଇ ଆସୁଛନ୍ତି । ଗମ୍ଭୀର ରୋଗରେ ପୀଡିତ ହୋଇଥିବାରୁ ଶାରୀରିକ ସ୍ତରରେ ଖୁବ ଦୁର୍ବଳ ହୋଇପଡିଛନ୍ତି ସଞ୍ଜୟ ଦତ୍ତ । ନିଜ ଚିକିତ୍ସାର ଗୋଟେ ଫେଜ ପୁରା କରିବା ପରେ ସ୍ତ୍ରୀ ମାନ୍ୟତା, ଦୁଇ ପିଲାଙ୍କ ଦୁବାଇରେ ସମୟ କାଟି ଫେରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.