ଗୋଟିଏ ଦିନରେ ସୋସିଆଲ ମିଡ଼ିଆରେ ଲିକ୍ ହେଲା ‘ସଞ୍ଜୁ’ !

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ସଞ୍ଜୁ’ ଫେସବୁକରେ ଲିକ ହୋଇଯାଇଛି। ପୂରା ଫିଲ୍ମଟିକୁ ‘ପ୍ରିନ୍ସ ରେଜବାନ’ ନାମକ ଏକ ଗ୍ରାହକ ଜଣକ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସେୟାର ହେବା କ୍ଷଣି ଭିଡିଓକୁ ଏବେ ପର୍ୟ୍ୟନ୍ତ ୫୦ହଜାର ଲୋକ ସେୟାର କରିଥିବା ବେଳେ ୨.୫ ଲକ୍ଷ ଲୋକ ଦେଖି ସାରିଲେଣି। ପୋଷ୍ଟଟିକୁ ଶୁକ୍ରବାର ମଧ୍ୟ ରାତ୍ରୀରେ ସେୟାର କରାଯାଇଥିଲା। ଶନିବାର ଦ୍ବିପ୍ରହର ମଧ୍ୟରେ ଫିଲ୍ମଟି ଫେସବୁକରେ ଭାଇରାଲ ହୋଇଥିଲା। ଏଥିରୁ ଫିଲ୍ମଟିକୁ ବହୁତ କ୍ଷତିର ଆଶଙ୍କା କରାଯାଉଛି। କିଛି ମିଡିଆ ରିପୋର୍ଟ ହିସାବରେ ସଞ୍ଜୁ ଟରେଣ୍ଟ ମଧ୍ୟ ଲିକ ହୋଇଯାଇଛି। କୁହାଯାଇଛି ଯେ ଟରେଣ୍ଟରେ ହୋଇଥିବା ଭିଡିଓଟି ଏଚଡି ପ୍ରିଣ୍ଟରେ ଅଛି। ଯଦି ଏହିଭଳି ହୋଇଥାଏ ତେବେ ଫିଲ୍ମର ଆୟରେ ବହୁତ ଖରାପ ପ୍ରଭାବ ପକାଇବ। ରଣବୀରଙ୍କର ପ୍ରଶଂସକ ମାନେ ବିରକ୍ତ ପ୍ରକାଶ କରି ଲୋକଙ୍କୁ ଫିଲ୍ମଟିକୁ ସିନେମା ଘରେ ଦେଖିବାକୁ ଅନୁରୋଧ କରିଛନ୍ତି।

ସୂଚନା ଅନୁଯାୟୀ , ଏହି ଲିକ୍ ସଲମାନ ଖାନଙ୍କ ପ୍ରଶଂସକ ମାନେ କରୁଛନ୍ତି। କିଛି ସମୟ ପରେ ଟ୍ବିଟରରେ ମଧ୍ୟ ସଞ୍ଜୁ ଲିକ ଟ୍ରେଣ୍ଡ ହେବାକୁ ଲାଗିଲା। ଫିଲ୍ମଟି ବକ୍ସ ଅଫିସରେ ପ୍ରଥମ ଦିନରୁ ହିଁ ୩୪ କୋଟି ୭୫ ଲକ୍ଷ ଟଙ୍କା କମାଇଛି। ସଞ୍ଜୁ ସଲମାନ ଖାନଙ୍କ ଫିଲ୍ମ ରେସ ୩ର ରେକର୍ଡ ଭାଙ୍ଗି ଦେଇଛି। ରେସ ୩ ପ୍ରଥମ ଦିନରେ ୨୯ କୋଟି କମାଇଥିଲା।

ପୋଷ୍ଟ କରିଥିବା ବ୍ୟକ୍ତି ଫିଲ୍ମଟିକୁ ଶନିବାର ପ୍ରାୟ ୪.୨୦ ମିନିଟରେ ହଟାଇ ଦେଇଥିଲେ। କିନ୍ତୁ ଫିଲ୍ମଟିକୁ ହଟାଇବା ପୂର୍ବରୁ ଏହା ଭାଇରାଲ ହୋଇଯାଇଥିଲା। ବର୍ତ୍ତମାନ ସୁଦ୍ଧା ଜଣାପଡିନି ଯେ, ଏହାକୁ କେମିତି ହଟା ଯାଇଥିଲା। ଏବେ ଫିଲ୍ମର ନିର୍ମାତା ଏହା ବିରୋଧରେ ଅଭିଯୋଗ କରିଛନ୍ତି। ଏହିଭଳି ଘଟଣା ପୁର୍ବରୁ ମଧ୍ୟ ଆସିଛି। ଯେଉଁଥିରେ ନିର୍ମାତାଙ୍କ ଅଭିଯୋଗ ପରେ ଫିଲ୍ମର କପିକୁ ସୋସିଆଲ ମିଡ଼ିଆରୁ ହଟାଇ ଦିଆଯାଇଥିଲା। ସୋସିଆଲ ମିଡ଼ିଆ ପ୍ରୋଫାଇଲ ହିସାବରେ ପାୟରେଟେଡ କପି ପୋଷ୍ଟ କରିଥିବା ବ୍ୟକ୍ତି ସାଉଦି ଆରବ ମକ୍କାର ବାସିନ୍ଦା। ସମ୍ବନ୍ଧିତ ବ୍ୟକ୍ତିଙ୍କ ଫେସବୁକ ଆକାଉଣ୍ଟକୁ ଯାଞ୍ଚ କରାଯାଇଛି ।

ଶୁକ୍ରବାର ରିଲିଜ ହୋଇଥିବା ଏହି ଫିଲ୍ମ ପୁରା ଦେଶର ୪୦୦୦ ସ୍କ୍ରିନରେ ରିଲିଜ କରାଯାଇଥିଲା। ରେସ ୩ ପରେ ଏହା ସବୁଠୁ ଅଧିକ ସ୍କ୍ରିନରେ ରିଲିଜ ହୋଇଥିବା ଫିଲ୍ମ। ଏହି ଫିଲ୍ମ ୬୫ ଦେଶରେ ରିଲିଜ ହୋଇଛି। ପୁରା ସାରା ଦୁନିଆରେ ଏହି ଫିଲ୍ମ ୧୩୦୦ ସ୍କ୍ରିନରେ ରିଲିଜ ହୋଇଛି। ଏହା ସହିତ ଏହି ଫିଲ୍ମ ସମଗ୍ର ଦେଶରେ ୫୩୦୦ ସ୍କ୍ରିନରେ ରିଲିଜ ହୋଇଥିଲା। ଫିଲ୍ମ ନିର୍ମାତା ଏହି ଫିଲ୍ମକୁ ନେଇକି ବହୁତ ଆଶା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.