ଆଜି ରିଲିଜ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ସଞ୍ଜୁ

sanjuବଡ଼ ପରଦାରେ ଦର୍ଶକ ଦେଖିବେ ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀ। ଆଜି ରିଲିଜ ହେଲା ଫିଲ୍ମ ବହୁ ପ୍ରତିକ୍ଷିତ ଫିଲ୍ମ ସଞ୍ଜୁ। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ରଣବୀର କପୁର। ପାଖାପାଖି ଚାରି ହଜାର ସ୍କ୍ରିନରେ ରିଲିଜ ହୋଇଛି। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଶେଷ ହୋଇଛି। ଆଡଭାନ୍ସ ବୁକିଂକୁ ଦେଖି ଅନୁମାନ କରାଯାଉଛି ଚଳିତ ବର୍ଷର ଏକ ବଡ ହିଟ୍ ହେବ ଫିଲ୍ମ ସଞ୍ଜୁ। ପ୍ରଥମ ଦିନରେ ଫିଲ୍ମ ୩୦କୋଟି ବିଜନେସ କରିବ ବୋଲି ସିନେ ସମୀକ୍ଷକ ଆଶା କରୁଛନ୍ତି। ରିଲିଜ ପୂର୍ବରୁ ଫିଲ୍ମର ଟ୍ରେଲର ଓ ଗୀତକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ସଞ୍ଜୟ ଦତ୍ତଙ୍କ ଜୀବନର ଉତ୍ଥାନ ପତ୍ତନ ନେଇ ତିଆରି ହୋଇଛି ଏହି ଫିଲ୍ମ।

Leave A Reply

Your email address will not be published.