ଆସିଲା ସପନା ଚୌଧୁରୀଙ୍କ ଫିଲ୍ମର ଟିଜର

ଗାୟିକା ଏବଂ ହରିୟାଣୀ ଡ୍ୟାନ୍ସର ସପନା ଚୌଧୁରୀଙ୍କର ଫିଲ୍ମ ଦୋସ୍ତି ର ସାଇଡ ଇଫେକ୍ଟସର ଟୀଜର ରିଲିଜ କରାଯାଇଛି। ସପନା ଚୌଧୁରୀ ଏହାକୁ ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଦେଇଛନ୍ତି। ସେଠାରେ ସେ ତାଙ୍କ ଫିଲ୍ମର ପୋଷ୍ଟର ଏବଂ ଟୀଜର ଅପଲୋଡ କରିଛନ୍ତି।
ଏହି ଟୀଜରରେ ସପନା ଚୌଧୁରୀଙ୍କ ସହିତ ବିକ୍ରାନ୍ତ ଆନନ୍ଦ, ଜୁବେର ଖାନ ଏବଂ ଅଞ୍ଜୁ ଯାଦବ ନଜର ଆସିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହାଦୀ ଅଲ୍ଲି ଅବରାର । ଏହି ଫିଲ୍ମ ୧୪ ଡିସେମ୍ବରରେ ରିଲିଜ ହେବ। ଏହି ବିଷୟରେ ନିଜେ ସପନା ଚୌଧୁରୀ ସୋସିଆଲ ମିଡିଆରେ ଲେଖିଛନ୍ତି ଫିଲ୍ମ ଦୋସ୍ତି ର ସାଇଡ ଇଫେକ୍ଟରେ ମୋର ବଲିଉଡ୍ ଡେବ୍ୟୁ ହେବାକୁ ଯାଉଛି। ଏହା ପାଇଁ ମୁଁ ବହୁତ ଖୁସି ଅଛି ବୋଲି କହିଛନ୍ତି ସପନା ଚୌଧୁରୀ।
ଏହା ପାଇଁ ମୁଁ ସେହି ଲୋକମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ମୋତେ ଏହି ଯାଗାରେ ପହଁଚାଇଛନ୍ତି। ଯେଉଁଥିରେ ମୋ ପରିବାର, ବନ୍ଧୁ, ପ୍ରଶଂସକ, ମୋତେ ଘ୍ରୁଣା କରୁଥିବା ଲୋକ, ମୋ ଟୀମ, ମୋ ସହ ଅଭିନେତା, ମୋ ନିର୍ଦ୍ଦେଶକ ହାଦୀ ଅଲ୍ଲୀ ଅବରାର, ନିର୍ମାତା ଜଲ ଡେନିୟଲ, ମ୍ୟାନେଜର ପବନ ଚାଓଲା ସାମିଲ ଅଛନ୍ତି। ମୁଁ ଶ୍ରଦ୍ଧା ପୂର୍ବକ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦେଉଛି।
ସପନା ଚୌଧୁରୀ ବିଗବସ ମାଧ୍ୟମରେ ଲୋକଙ୍କର ବହୁତ ନିକଟତର ହୋଥପାରିଥିଲେ। ଏହା ପୁର୍ବରୁ ସେ ସୋସିଆଲ ମିଡିଆ ଏବଂ ୟୁଟ୍ୟୁବରେ ତାଙ୍କର ଡ୍ୟାନ୍ସ ଭିଡିଓ ବହୁତ ଦେଖିବାକୁ ମିଳିଥିଲା।