ପୋଲିସ ପୋଷାକରେ ବୁଲେଟ ଚଲାଉଥିବା ନଜର ଆସିଲେ ସପନା ଚୌଧୁରୀ

ମୁମ୍ବାଇ : ଡ୍ୟାନ୍ସିଂ ସେନସେସନ ସପନା ଚୌଧୁରୀଙ୍କ ପ୍ରଥମ ଫିଲ୍ମ ରିଲିଜ ପୂର୍ବରୁ ହିଁ ବେଶ ଚର୍ଚ୍ଚାରେ ରହିଛି। ନିଜର ଡ୍ୟାନ୍ସ ଜରିଆରେ ସମସ୍ତଙ୍କୁ ଘାଇଲା କରିବାପରେ ଏବେ ବଲିଉଡ଼ରେ ସମସ୍ତଙ୍କୁ ଘାୟଲ କରିବାକୁ ସପନା ପ୍ରସ୍ତୁତ ହେଉଛନ୍ତି। ନିକଟରେ ତାଙ୍କର ଆଗାମୀ ଫିଲ୍ମ ‘ଦୋସ୍ତି କେ ସାଇଡ଼ ଇଫେକ୍ଟ’ର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ତାହା ଇଣ୍ଟରନେଟରେ ବହୁ ସଂଖ୍ୟାକ ଭାଇରାଲ ହୋଇଛି। ଫିଲ୍ମଟି ଫେବୃଆରୀ ୮ରେ ବକ୍ସ ଅଫିସରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ସପନାଙ୍କ ଛଡ଼ା ବିକ୍ରାନ୍ତ ଆନନ୍ଦ, ଜୁବେର ଖାନ, ଅଞ୍ଜୁ ଜାଧବ ଏବଂ ସାଇ ବଲ୍ଲାଲଙ୍କୁ ଦେଖିବାକୁ ମିଳିବ।

sapna

ଏବେ ନିକଟରେ ଆସିଥିବା ସପନାଙ୍କ ଏକ ଲୁକ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଏଥିରେ ସପନା ପୋଲିସ ପୋଷାକରେ ନଜର ଆସୁଛନ୍ତି। ଫିଲ୍ମର କାହାଣୀ ଚାରିଜଣ ସାଙ୍ଗଙ୍କ ଉପରେ ଆଧାରିତ। ଚାରି ସାଙ୍ଗଙ୍କ କ୍ୟାରିୟର ସ୍ବପ୍ନ ଏବଂ ତାହାକୁ ପୂରା କରିବାର କଷ୍ଠକୁ ଏଥିରେ ବର୍ଣ୍ଣିତ କରାଯାଇଛି। ଏଥିରେ ସପନା ଆଇପିଏସ ଅଫିସର ହୋଇଥିବା ବେଳେ ଟ୍ରେଲରରେ ବୁଲେଟ ଚଲାଉଥିବା ନଜର ଆସୁଛନ୍ତି। କହିବାକୁ ଚାହିଁବୁ ମୁଖ୍ୟ ଅଭିନେତ୍ରୀ ଭାବେ ସପନାଙ୍କର ଏହା ପ୍ରଥମ ଫିଲ୍ମ ଅଟେ। ଏହା ପୂର୍ବରୁ ତାଙ୍କୁ ବଲିଉଡ଼ର କିଛି ଆଇଟମ୍ ନମ୍ବରରେ ଦେଖିବାକୁ ମିଳିଥିଲା।