ପୂର୍ବତନ ପ୍ରେମିକ ବୀର୍ ପାହାଡିଆଙ୍କ ସହ ଝୁମିଲେ ସାରା, BTS ଭିଡିଓରେ କଲେ ଡ୍ୟାନ୍ସ, ଫ୍ୟାନ୍ସ କହିଲେ ହୋଇଗଲା କି ପ୍ୟାଚଅପ୍ !

ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବେ ଉତ୍ତରାଖଣ୍ଡର ମସୁରୀରେ ଅଛନ୍ତି । ସେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ‘ସ୍କାଏ ଫୋର୍ସ’ ପାଇଁ ସୁଟିଂ କରୁଛନ୍ତି । ଏଥିରେ ତାଙ୍କ ସହିତ ଅକ୍ଷୟ କୁମାର ନଜର ଆସିବେ । ତେବେ ଅଭିନେତ୍ରୀ ଏ ପର୍ଯ୍ୟନ୍ତ ଏହି ଫିଲ୍ମକୁ ଅଫିସିଆଲି ଭାବେ ଘୋଷଣା କରି ନାହାନ୍ତି । କିନ୍ତୁ ବର୍ତ୍ତମାନ ବିଟିଏସ୍ (BTS) ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସୈଫ୍-ଅମୃତାଙ୍କ ଝିଅ ନିଜ ଏକ୍ସ ବୟଫ୍ରେଣ୍ଡଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସାରା ଅଲ୍ଲୀ ଖାନ ଓ ବୀର୍ ପାହାଡିଆ ଗଢ଼ୱାଲି ନୃତ୍ୟ କରୁଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରଶଂସକମାନଙ୍କୁ ଭିଡିଓଟି ଖୁବ୍ ପସନ୍ଦ ଆସିବା ସହ ସ୍କ୍ରିନରେ ଉଭୟଙ୍କୁ ଦେଖିବା ପାଇଁ ସେମାନେ ବହୁତ ଏକ୍ସାଇଟେଡ୍ ମଧ୍ୟ ଅଛନ୍ତି । ରେଡିଟରେ ଭିଡିଓଟି ସାମ୍ନାକୁ ଆସିଛି, ଯେଉଁଥିରେ ସାରା ଧଳା ରଙ୍ଗର ଶାଢି ପିନ୍ଧିଛନ୍ତି ଏବଂ ବୀର୍ ଧଳା ପ୍ୟାଣ୍ଟ ସହ କଳା ରଙ୍ଗର କୋଟରେ ନଜର ଆସିଛନ୍ତି ।

ସାରା ଓ ବୀର୍ ପରସ୍ପରର ହାତ ଧରି ନାଚୁଛନ୍ତି । ସେମାନେ ତିବ୍ଦତର ବୌଦ୍ଧ ମନ୍ଦିର ସମ୍ମୁଖରେ ଏହି ସୁଟିଂ କରିଥିଲେ । ଦ୍ୱିତୀୟ ଭିଡିଓରେ ସାରା ଓ ବୀର୍ ଏକ କାଫେରେ ସୁଟ୍ କରୁଥିବାର ଦେଖାଯାଉଛନ୍ତି । ‘ସ୍କାଏ ଫୋର୍ସ’ର ଡାଇରେକ୍ଟର ଅଭିଷେକ ଅନିଲ କପୁର ଓ ସନ୍ଦୀପ କେୱଲାନି ଏହି ଗୀତକୁ ପ୍ରମୋସନାଲ୍ ଷ୍ଟ୍ରାଟେଜି କାରଣରୁ ଯୋଡ଼ିଛନ୍ତି ।

ଫିଲ୍ମରେ ନିମରତ୍ କୌର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମ ୨୦୨୫ ଜାନୁୟାରୀ ୨୪ରେ ଆସିବ ।

ବୀର୍ ପାହାଡିଆ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି ତଥା ମୁମ୍ବାଇର ବ୍ୟବସାୟୀ ସଞ୍ଜୟ ପାହାଡିଆଙ୍କ ପୁଅ । ସେ ଶିଖର ପାହାଡିଆଙ୍କ ଭାଇ, ଯିଏକି ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଡେଟ୍ କରୁଥିବା କୁହାଯାଉଛି ।

ସାରା ଅଲ୍ଲୀ ଖାନ ୨୦୧୬ରେ ବୀରଙ୍କୁ ଡେଟ୍ କରୁଥିଲେ । ଅଭିନେତ୍ରୀ କହିଥିଲେ ଯେ ସେ ହିଁ ଏକମାତ୍ର ପୁଅ, ଯାହାଙ୍କୁ ସେ ଡେଟ୍ କରିଥିଲେ । ଏହା ବ୍ୟତୀତ ତାଙ୍କ ଜୀବନରେ ଅନ୍ୟ କେହି ବୟଫ୍ରେଣ୍ଡ୍ ନ ଥିଲେ ।