କୁଲି ନଂ-୧ ସଙ୍ଗ୍ ରିହର୍ସଲ୍ ସମୟରେ ମସ୍ତି ମୁଡରେ ନଜର ଆସିଲେ ସାରା, ଭିଡିଓ ହେଉଛି ଭାଇରାଲ୍

ମୁମ୍ବାଇ: ସାରା ଅଲ୍ଲୀ ଖାନ୍ ବଲିଉଡରେ ଏଂଟ୍ରୀ କରିବାରେ ଏକ ବର୍ଷ ମଧ୍ୟ ପୁରୁନି କିନ୍ତୁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସେ ବରୁଣ ଧୱନଙ୍କ ସହିତ ଫିଲ୍ମ କୁଲି ନମ୍ବର ୧ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଦୁହେଁ ଫିଲ୍ମର ଏକ ଗୀତ ସୁଟିଙ୍ଗ କରୁଛନ୍ତି । ଗୀତ ପାଇଁ ଡ୍ୟାନ୍ସ ରିହଲସଲ୍ସ ଚାଲିଛି । ଏହି ସମୟର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

varun-dhawanଯେଉଁଥିରେ ବ୍ରେକ୍ ସମୟରେ ସାରା ମସ୍ତି ମୁଡ୍ ରେ ଥିବାର ନଜର ଆସିଛନ୍ତି । ଇଷ୍ଟାଗ୍ରାମରେ ସାରାଙ୍କର ଏକ ଛୋଟ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ କ୍ୟାମେରା ପଛରେ ବରୁଣ ଧୱନ ତାଙ୍କୁ ଡ୍ୟାନ୍ସ କରିବା ପାଇଁ କହୁଛନ୍ତି । ସାରା କିନ୍ତୁ ମସ୍ତି ମୁଡ୍ ରେ ନଜର ଆସୁଛନ୍ତି ଏବଂ ଜୋସ୍ ର ସହିତ ନାଚିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଅନ୍ୟପଟେ ଦୁହେଁ ଯେଉଁ ଗୀତର ପ୍ରାକ୍ଟଟିସ୍ କରୁଛନ୍ତି ଉକ୍ତ ଗୀତର କୋରିଓଗ୍ରାଫର ହେଉଛନ୍ତି ଗଣେଶ ଆଚାର୍ଯ୍ୟ । ବରୁଣ ଧୱନ କିଛି ଦିନ ତଳେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ତିନି ଜଣ ଗୋଟେ ପ୍ରେମ୍ ରେ ନଜର ଆସିଥିଲେ । ବରୁଣ ଏବଂ ସାରା ୱେଲୋ ଡ୍ରେସରେ ନଜର ଆସୁଥିବାବେଳେ ଗଣେଷ ଆଚାର୍ଯ୍ୟ ମଝିରେ ଠିଆହୋଇଥିଲେ । ଏଠାରେ କହିରଖୁଛୁ ଯେ କୁଲି ନଂ ୧ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ବରୁଣ ଧୱନଙ୍କ ପିତା ଡେଭିଡ ଧୱନ । ଏହି ଫିଲ୍ମଟି ୧୯୯୫ରେ ଗୋବିନ୍ଦାଙ୍କର ବ୍ଳକ ବଷ୍ଟର ଫିଲ୍ମ ରହିଥିଲା । ଯାହାର ରିମେକ୍ ଏବେ ପ୍ରସ୍ତୁତ ହେଉଛି ।

ଏହାସହ ପଢନ୍ତୁ:

ରିଲିଜ୍‌ ହେଲା ବଲିଉଡ୍‌ର ସବୁଠୁ ବଡ଼ ଆକ୍ସନ ଫିଲ୍ମ ‘ଓ୍ଵାର’ର ଟ୍ରେଲର, ଦେଖିବାକୁ ମିଳିଛି ହ୍ରିତିକ୍‌ ରୋଶନ୍‌ ଓ ଟାଇଗର…