ଆମେରିକା ଏୟାରପୋର୍ଟରେ ଅଧିକାଂଶ ସମୟ ଅଟକ ରୁହନ୍ତି ସାରା ଅଲ୍ଲୀ ଖାନ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ 

ଆମେରିକାର ବିମାନବନ୍ଦରରେ ବଲିଉଡ ରାଜା ଶାହରୁଖ ଖାନଙ୍କୁ ଅନେକ ସମୟରେ ଅଟକ ରଖାଯାଇଥାଏ । ଏହାର ଏକମାତ୍ର କାରଣ ହେଉଛି ତାଙ୍କର ସରନେମ । କିନ୍ତୁ ଆପଣ ଜାଣନ୍ତି କି ଅଭିନେତ୍ରୀ ସାରା ଅଲି ଖାନଙ୍କୁ ମଧ୍ୟ ଆମେରିକୀୟ ବିମାନବନ୍ଦରରେ କିଛି ସମାନ ପରିସ୍ଥିତି ଦେଇ ଗତି କରିବାକୁ ପଡିଥାଏ । ନିକଟରେ ନିଜେ ସାରା ଏହା ପ୍ରକାଶ କରିଛନ୍ତି । ଅବଶ୍ୟ, ସେ ଏଥିପାଇଁ ଯେଉଁ କାରଣ କହିଛନ୍ତି ତାହା ଶାହାରୁଖଙ୍କ ସମସ୍ୟା ଠାରୁ ବହୁତ ଭିନ୍ନ ଏବଂ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ମଧ୍ୟ ତାହେଲେ ଆସନ୍ତୁ ଜାଣିବା କଣ ସେହି କାରଣ ।

 

View this post on Instagram

 

Happy ☀️Day 🌻#sundaze #sundayfunday

A post shared by Sara Ali Khan (@saraalikhan95) on


ସାରା ଅଲି ଖାନ କହିଛନ୍ତି ଯେ ବିମାନବନ୍ଦରରେ ରୋକିବାର କାରଣ ହେଉଛି ପାସପୋର୍ଟରେ ଥିବା ଫଟୋ । ଗୋଟିଏ ସମୟ ଥିଲା ଯେତେବେଳେ ତାଙ୍କ ଓଜନ 96 କିଲୋଗ୍ରାମ ଥିଲା ତାଙ୍କର ସେତେବେଳର ଫଟୋ ପାସପୋର୍ଟରେ ଅଛି ।  କିନ୍ତୁ ବର୍ତ୍ତମାନ ସାରା ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ଏଭଳି ପରିସ୍ଥିତିରେ କୌଣସି ଅଧିକାରୀ ପାସପୋର୍ଟରେ ଥିବା ଫଟୋ ତାଙ୍କର ବୋଲି ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି ।  ସେଥିପାଇଁ ସାରାଙ୍କୁ ବିମାନବନ୍ଦରରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।


ଏହା ବ୍ୟତୀତ ସାରାଙ୍କ ଉପନାମ ସରନେମକୁ ନେଇ ମଧ୍ୟ ଅନେକ କନଫ୍ୟୁଜନ ରହିଛି । ସାରା କହିଛନ୍ତି ଯେ ତାଙ୍କ ପାଖରେ ଷ୍ଟୁଡେଣ୍ଟ ଭିସା ମଧ୍ୟ ଅଛି, ଯେଉଁଥିରେ ତାଙ୍କ ଉପନାମ ‘ସୁଲତାନ’ ଲେଖାଯାଇଛି ।  ‘ସୁଲତାନ’ ସରନେମ ଯୋଗୁଁ ଅଧିକାରୀମାନେ ବହୁତ ନର୍ଭସ ହୋଇଯାଇଥାନ୍ତି ଏବଂ ତାଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡେ । ସୂଚନା ଅନୁଯାୟୀ ସାରା ଆମେରିକାରେ ପାଠ ପଢ଼ିଛନ୍ତି ଏବଂ ନିଜ ସାଙ୍ଗମାନଙ୍କୁ ଭେଟିବା ପାଇଁ ଅଧିକାଂଶ ସମୟ ସେ ଆମେରିକା ଯାଇଥାନ୍ତି ।

ତେବେ ବର୍ତ୍ତମାନ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସାରାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ହେଉଛି ‘କୁଲି ନଂ 1’ । ଏଥିରେ ସେ ବରୁଣ ଧାୱନଙ୍କ ସହ ଯୋଡି ହୋଇଛନ୍ତି।  ଏହା ବ୍ୟତୀତ ଅକ୍ଷୟ କୁମାର ଏବଂ ଧନୁଷଙ୍କ ସହ ସାରାଙ୍କୁ ‘ଅତରଙ୍ଗୀ ରେ’ରେ ଦେଖିବାକୁ ମିଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.