ହେୟାର ଷ୍ଟାଇଲିଷ୍ଟଙ୍କ ସହିତ ରୋମାନ୍ସ କଲେ ସାରା, ରାସ୍ତା ମଝିରେ କଲେ ଏମିତି ହରକତ୍‌

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ପ୍ରତିଦିନି କିଛି ନା କିଛି କାରଣ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। ଅଭିନେତ୍ରୀଙ୍କର ପ୍ରତ୍ୟେକ ଅନ୍ଦାଜ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥାଏ। ସାରାଙ୍କ ଭିନ୍ନ ଅନ୍ଦାଜ ଫ୍ୟାନ୍ସଙ୍କ ମନ ମୋହିନିଏ । ନିଜର ଭିନ୍ନ ଭିନ୍ନ ଅନ୍ଦାଜକୁ ସାରା ସୁବବେଳେ ସୋସିଆଲ ମିଡିଆରେ ସେୟାର କରନ୍ତି। ଆଉ ଏହି ଭିଡିଓ ମଧ୍ୟରୁ କିଛି ଭାଇରଲ ହୋଇଥାଏ। ଏବେ ଏମିତି ଏକ ଭିଡିଓ ସାରାଙ୍କର ଭାଇରଲ ହେବାରେ ଲାଗିଛି।

ଭାଇରଲ ହେଉଥିବା ଭିଡିଓରେ ସାରା ଭିନ୍ନଭିନ୍ନ ଅନ୍ଦାଜରେ ଡ୍ୟାନ୍ସ କରିବାକୁ ଲାଗିଛି। ସାରା ହେୟାର ଷ୍ଟାଇଲିଷ୍ଟ ସହିତ ଡ୍ୟାନ୍ସ କରୁଛନ୍ତି। ଆଉ ଏମିତି ଡ୍ୟାନ୍ସ ପାଇଁ ଟ୍ରୋଲ ହେବାକୁ ଲାଗିଲେଣି ସାରା। ଏହି ଭିଡିଓରେ ସାରାଙ୍କ ଏନର୍ଜି ଦେଖିବାକୁ କମାଲ ଲାଗୁଛି।

ସୋସିଆଲ ମିଡିଆରେ ସାରା ବେଶ ସକ୍ରିୟ ରହିଥାନ୍ତି। ସବୁବେଳେ ନିଜର ଫଟୋ ଏବଂ ଭିଡିଓ ଫ୍ୟାନ୍ସଙ୍କ ସହିତ ସେୟାର କରନ୍ତି। ସାରା ଅଲ୍ଲୀ ଖାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ଭିଡିଓରେ ହେୟାର ଷ୍ଟାଇଲିଷ୍ଟ ସହିତ ରୋମାନ୍ସ କରୁଥିବାର ନଜର ଆସିଛନ୍ତି। ଭିଡିଓରେ ସାରା ହେୟାର ଷ୍ଟାଇଲିଷ୍ଟ ସହିତ ‘ବାହୋଁ ମେଁ ଚଲି ଆ’ ଗୀତରେ ରୋମାଣ୍ଟିକ ଅନ୍ଦାଜରେ ଡ୍ୟାନ୍ସ କରୁଛନ୍ତି। ଭିଡିଓରେ ହେୟାର ଷ୍ଟାଇଲିଷ୍ଟ ସାରାଙ୍କ ଚୁଟିକୁ ସଜାଡିବା ସହିତ ରୋମାନ୍ସ କରୁଛନ୍ତି। ସାରା ଭିଡିଓରେ କମଳା ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି। ଯେଉଁଥିରେ ଅତି ଆକର୍ଷଣୀୟ ଦେଖାଯାଉଛନ୍ତି ସାରା।

 

View this post on Instagram

 

A post shared by Sara Ali Khan (@saraalikhan95)

ଭିଡିଓର ଅଲଗା ପାର୍ଟରେ ସାରା ହେୟାର ଷ୍ଟାଇଲିଷ୍ଟଙ୍କ ସହିତ ରାସ୍ତାରେ ଗୀତ ‘ଟିଙ୍କୁ ଜିୟା’ରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ସାରାଙ୍କ ଏହି ଭିଡିଓରେ ଲୋକ ଖୁବ୍‌ କମେଣ୍ଟ କରୁଛନ୍ତି। ୟୁଜର୍ସ ସାରାଙ୍କ ଭିଡିଓରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି।

ସୂଚନାଯୋଗ୍ୟ, ସାରା ଅଲ୍ଲୀ ଖାନଙ୍କ ଅପକମିଂ ଫିଲ୍ମ ‘ଗ୍ୟାସଲାଇଟ’ ରହିଛି। ଯାହାକୁ ନେଇ ବହୁତ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମରେ ସାରାଙ୍କ ଅପୋଜିଟରେ ଅଭିନେତା ବିକ୍ରାନ୍ତ ମେସି ନଜର ଆସିବେ। ସାଉଥ ସୁପରଷ୍ଟାର ପବନ କଲ୍ୟାଣ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଏହାଛଡା ସାରା ବିକ୍କି କୌଶଲଙ୍କ ସହିତ ଆଗାମୀ ଫିଲ୍ମରେ ନଜର ଆସିବେ।

 

View this post on Instagram

 

A post shared by Sara Ali Khan (@saraalikhan95)

Also Read : ଟିଭି ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା, ‘ବିଗବସ୍‌ ୧୬’ରେ ଆସିବେ ନଜର !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.