ସୁକ୍ରିୟା କଲେ ସାରା, ମିଡ଼ିଆକୁ ଚିଠି ଲେଖି କଫି ପାଇଁ ଦେଲେ ନିମନ୍ତ୍ରଣ

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ଅମୃତା ସିଂ ଏବଂ ସୈଫ୍ ଅଲ୍ଲି ଖାନଙ୍କ ଝିଅ ସାରା ଅଲ୍ଲି ଖାନ ବଲିଉଡ଼ରେ ପ୍ରଥମ ଥର ପାଇଁ ଡ଼େବ୍ୟୁ ଆଗାମୀ ୩ ଦିନ ମଧ୍ୟରେ କରିବାକୁ ଯାଉଛନ୍ତି। ତାଙ୍କର ଅଭିନିତ ପ୍ରଥମ ଫିଲ୍ମ ବଡ଼ ପରଦାରେ ରିଲିଜ୍ ହେବାକୁ ଯାଉଛି। ଏଣୁ ସାରା ତାଙ୍କ ଫିଲ୍ମ ପ୍ରମୋସନରେ କିଛି ମଧ୍ୟ ତ୍ରୁଟି ଛାଡ଼ିବାକୁ ଚାହୁଁନାହାନ୍ତି। ଏଣୁ ସେ ପ୍ରତ୍ୟେକ ଦିନ ଟିଭି ସୋ ଏବଂ ବିଭିନ୍ନ ଇଣ୍ଟରଭ୍ୟୁରେ ନଜର ଆସୁଛନ୍ତି। ତେବେ ଦେଖିବାକୁ ଗଲେ ଜଣେ ନବାଗତା ଭାବେ ସାରା ଖୁବ ଭଲ ଭାବେ ମିଡ଼ିଆ ଏବଂ ସମସ୍ତ ଇଣ୍ଟରଭ୍ୟୁକୁ ସାମ୍ନା କରୁଛନ୍ତି। ଏଣୁ ପ୍ରତ୍ୟେକ ଫଟୋଗ୍ରାଫର ଏବଂ ସାମ୍ବାଦିକ ତାଙ୍କର ଖୁବ୍ ପ୍ରଶଂସା କରୁଛନ୍ତି।

sara

ଜଣେ ନବାଗତା ହୋଇଥିଲେ ମଧ୍ୟ ସାରା ଖୁବ୍ ଭଲ ଭାବେ ଜାଣିଛନ୍ତି, ମିଡ଼ିଆ ଏବଂ ସାମ୍ବାଦିକ ଜଣେ କଳାକାର ଜୀବନର ଏକ ଖାସ ଅଂଶ। ଏଣୁ ସେ ମିଡ଼ିଆର ଏହି ସମର୍ଥନ ପାଇଁ ତାଙ୍କୁ ଖାସ ଅନୁଭବ କରାଇବା ସହ ଉଠାଇଛନ୍ତି ଏହି ଭିନ୍ନ ପଦକ୍ଷେପ।

ଆଜ୍ଞା ହଁ, ସାରା ଅଲ୍ଲି ଖାନ ନିଜ ହାତରେ ଏକ ଚିଠି ଲେଖି ତାହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ସେ ଏଥିରେ ମିଡ଼ିଆ ଏବଂ ଫଟୋଗ୍ରାଫରଙ୍କର ଧନ୍ୟାବାଦ ଜଣାଇବା ସହ ଯଦି ସମୟ ରହିଛି ତେବେ ତାଙ୍କ ସହ କଫି ପିଇବା ପାଇଁ ନିମନ୍ତ୍ରଣ କରିଛନ୍ତି।

Sara-Ali-Khan

ସାରାଙ୍କ ଲେଖା ଏହି ଲେଟର ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି। ମୁମ୍ବାଇର ଜଣେ ଫଟୋଗ୍ରାଫର ଏହି ଲେଟରକୁ ଶେୟାର କରିବା ସହ କଫି ଉଇଥ ସାରା ବୋଲି ଉଲ୍ଲେଖ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like