ସାରାଙ୍କ ଦେହରେ ସବାର ହେଲା ଭୂତ, ଆଉ ତା’ ପରେ

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି। ସାରା ସବୁବେଳେ ନିଜର ବବଲି ଅନ୍ଦାଜ ସୋସିଆଲ ମିଡିଆରେ ଦେଖାଇଥାନ୍ତି। ଏମିତି ଏକ ଭିଡିଓ ସେ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଛନ୍ତି। ସାରା ଏହି ଭିଡିଓରେ ଭୂତ ବନିଥିବା ନଜର ଆସିଛନ୍ତି।

ସାରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି। ତାଙ୍କର ଏପରି ଫନି ଅନ୍ଦାଜ ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି। ଏକ ଭିଡିଓରେ ସାରା ଡେଭିଲ ଫିଲ୍ଟର ପ୍ରୟୋଗ କରି ଡେଭିଲ ରୂପରେ ନଜର ଆସୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ସାରାଙ୍କ ଆଖି ତଳେ କଳା ଦାଗ ଏବଂ ପଛରେ ନିଆଁ ଜଳୁଥିବା ଭଳି ଇଫେକ୍ଟ ଦେଖିବାକୁ ମିଳିଛି।

 

View this post on Instagram

 

A post shared by Glamour Alert (@glamouralertofficial)

ସେହିପରି ଅନ୍ଯ ଭିଡିଓରେ ସାରା ଜଣେ ଝିଅକୁ ନିଜ ଦୁଇ ହାତରେ ଉଠାଇ ବୋହୁଛନ୍ତି। ଭିଡିଓରେ ଝିଅଟି ଭୟଭୀତ ହୋଇଥିବା ନଜର ଆସୁଛନ୍ତି। କିନ୍ତୁ ସାରା ତାଙ୍କୁ ଯିବାକୁ ଦେଉନାହାନ୍ତି। ଭିଡିଓରେ ସାରା ନିଜର ଫିଟନେସ ଏବଂ ବାହୁବଳ ଦେଖାଉଛନ୍ତି। ଏହି ଭିଡିଓ ସୁଟିଂ ସମୟରେ ଭ୍ଯାନିଟ ଭ୍ଯାନରେ ସୁଟ୍ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.