Categories: ମନୋରଂଜନ

ବୋଲ୍ଡନେସର ସୀମା ଟିପଲେ ସାରା, ଭିଡିଓ ଦେଖିଲେ ଆପଣ କଣ ରାକ୍ଷୀ ସାୱନ୍ତ ମଧ୍ୟ କରିଯିବେ ଳାଜ

ବୋଲ୍ଡନେସର ସମସ୍ତ ସୀମା ପାର କରିଯାଇଛନ୍ତି ସାରା ଖାନ୍ । ସାରାଙ୍କ ନୂଆ ମ୍ୟୁଜିକ୍ ଭିଡିଓ ଦେଖିଲେ ରାକ୍ଷୀ ସାୱନ୍ତ ମଧ୍ୟ କରିଯିବେ ଲାଜ ।

ନିଜର ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ କରିଛନ୍ତି ଲୋକପ୍ରିୟ ଧାରାବାହିକ ବିଦାୟୀରେ ଅଭିନୟ କରି ରାତାରାତି ଷ୍ଟାର୍ ପାଲଟିଯାଇଥିବା ସାରା । ଯାହାର ନାଁ ହେଉଛି ବ୍ଲାକ୍ ହାର୍ଟ । ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ସେ ଶେୟାର କରିଛନ୍ତି । ସ୍ଲେଶ୍ ପ୍ରଡକ୍ସନ ସହ ମିଶି ସାରା ନିଜେ ଏହି ବ୍ଲାକ୍ ହାର୍ଟ ମ୍ୟୁଜିକ୍ ଭିଡିଓକୁ ପ୍ରଡ୍ୟୁସ୍ କରିଛନ୍ତି। ଯେଉଁଥିରେ ସାରା ଦେଇଛନ୍ତି ବୋଲ୍ଡ ଉପରେ ବୋଲ୍ଡ ପୋଜ୍ ।

ହେଲେ ପ୍ରଶଂସକଙ୍କୁ ପସନ୍ଦ ଆସିନି ସାରାଙ୍କ ଏହି ବୋଲ୍ଡ ଅନ୍ଦାଜ୍ । ଜଣେ ମୁସଲିମ୍ ହୋଇ ଏଭଳି କରିବା ଶୋଭା ପାଉନି ବୋଲି ଅନେକ କଟାକ୍ଷ କରି କହିଛନ୍ତି। ଏପରିକି ଜଣେ ପ୍ରଶଂସକ ଲେଖିଛନ୍ତି- ସାରା ତୁମେ ନିଜ ଧର୍ମ କାହିଁ ବଦଳେଇ ଦଉନ, ତୁମ ଭଳି ଅଭିନେତ୍ରୀ ଟଙ୍କା ରୋଜଗାର କରିବାକୁ କିଛି ବି କରି ପାରନ୍ତି। ଲାଜ ଲାଗୁଛି ତୁମେ ମୁସଲିମ୍ ବୋଲି । ସେହିପରି ଅନ୍ୟଜଣେ ୟୁଜର ତାଙ୍କୁ କଣ୍ଟ୍ରୋଭର୍ସି କୁଇନ୍ ରୀକ୍ଷୀ ସାୱନ୍ତଙ୍କ ସହ ତୁଳନା କରି କହିଛନ୍ତି ‘ତୁମଠୁ ଭଲ ରାକ୍ଷୀ ସାୱନ୍ତ । ଅନ୍ତତଃ ସେ କେବେ ପରଦା ଉପରେ କପଡ଼ା ଖୋଲନ୍ତି ନାହିଁ।

ଏହା ପୂର୍ବରୁ ମଧ୍ୟ ସାରାଙ୍କର ଏକ ମ୍ୟୁଜିକ୍ ଭିଡିଓ ‘ତେରା ଜିସ୍ମ ରିଲିଜ୍ ହୋଇଥିଲା। ଏହି ଭିଡିଓରେ ବି ସାରା ବୋଲ୍ଡନେସର ସବୁ ସୀମା ପାର୍ କରି ଦେଇଥିଲେ। କେବଳ ଏତିକି ନୁହେଁ ନିଜ ଭଉଣୀ ସହ ବାଥ୍ ଟବ୍ରେ ବିକିନି ପିନ୍ଧି ପୋଜ୍ ଦେଇଥିଲେ ସାରା । ତେବେ ଏଥିରେ ନିଜ ସଫେଇଦେଇ କହିଥିଲେ, ମତେ ଜଣା ନ ଥିଲା ଯେ ଏମିତି କ’ଣ ହେଲା । ଏହି ଭିଡିଓ ମୋ ଭଉଣୀ କରିଥିଲେ। କିନ୍ତୁ ପରେ ଯେତେ ବେଳେ ଜାଣିଲି କିଛି ଭୁଲ୍ ହୋଇଛି ସେତେବେଳେ ଏହାକୁ ଡିଲିଟ୍ କରି ଦେଇଥିଲି । ଭଉଣୀ ଅଳ୍ପ ନିଶାରେ ଥିଲା ଏବଂ ଆମେ ମସ୍ତି କରୁଥିଲୁ ଏମିତି ଭୁଲରେ ହୋଇଯାଇଥିଲା ।

KNews Bureau

Recent Posts

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

7 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

43 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

44 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

48 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

54 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

57 mins ago