ପଞ୍ଜାବୀ ପରେ ବଲିଉଡରେ ଏଣ୍ଟ୍ରି କରିବେ ସରଗୁନ, ଅକ୍ଷୟ କୁମାରଙ୍କ ସହିତ କରିବେ ରୋମାନ୍ସ

୨୦୦୯ରେ ଆସିଥିବା ଟିଭିର ଲୋକପ୍ରିୟ ଧାରାବାହିକ ୧୨/୨୪ କରୋଲ ବାଗ୍‌ରେ ସରଗୁନ୍‌ ମେହେତା ଡେବ୍ୟୁ କରିଥିଲେ। ଏହି ଶୋରେ ସରଗୁନ୍‌ଙ୍କୁ ଲିଡ ରୋଲ ମିଳିନଥିଲା। କିନ୍ତୁ ବହୁତ ଲୋକଙ୍କ ଠାରୁ ବେଶ୍‌ ପ୍ରଶଂସା ପାଇଥିଲେ ସରଗୁନ୍‌। ଏହାପରେ ଆଉ ପଛକୁ ଫେରିନଥିଲେ ସରଗୁନ୍‌। ଏବେ ସରଗୁନ ପୁଣି ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଏହାପରେ ସରଗୁନ୍‌ ଫୁଲଓ୍ଵା, ତେରି ମେରି ଲଭ ଷ୍ଟୋରୀ, କ୍ୟା ହୁଆ ତେରା ବାଦା, ରିଆଲିଟି ଶୋ ‘ନଚ ବଲିୟେ ୫ ’ରେ ଦେଖିବାକୁ ମିଳିଥିଲା। ସିରିଅଲ ପରେ ପଞ୍ଜାବ ଫିଲ୍ମରେ ଡେବ୍ୟୁ କରିଥିଲେ ସରଗୁନ୍‌। ୨୦୧୫ରେ ସରଗୁନ ପଞ୍ଜାବୀ ଇଣ୍ଡଷ୍ଟ୍ରୀକୁ ଫେରିଥିଲେ। ପଞ୍ଜାବ ଇଣ୍ଡଷ୍ଟ୍ରୀରେ ଅନେକ ଫିଲ୍ମ କରିସାରିଛନ୍ତି ସରଗୁନ୍‌। ଟିଭି ଏବଂ ପଞ୍ଜାବ ଫିଲ୍ମ ଛଡା ସରଗୁନ ଅନେକ ମ୍ୟୁଜିକ ଭିଡିଓରେ ମଧ୍ୟ ନଜର ଆସିଥିଲେ। ଏହାଛଡା କେତେକ ପପୁଲାର ଗୀତରେ ମଧ୍ୟ ଦେଖିବାକୁ ମିଳିଛି।

ସରଗୁନ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସରଗୁନଙ୍କୁ ଅନେକ ଫିଲ୍ମ ଅଫର ମିଳିଛି। କିନ୍ତୁ ଭଲ ଚରିତ୍ର ପାଇଁ ସେ ଅପେକ୍ଷା କରି ରହିଥିଲେ। ଏବେ ମିଶନ ସିଣ୍ଡ୍ରେଲାରେ ଦେଖିବାକୁ ମିଳିବେ ସରଗୁନ୍‌ । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ନଜର ଆସିବେ।

ସୂଚନାଯୋଗ୍ୟ, ଅଦ୍ୱୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଆମିର ଖାନ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି।  ଅଭିନେତ୍ରୀ କରୀନା କପୁର ତାଙ୍କ ପ୍ରେମିକାଙ୍କ ଚରିତ୍ରରେ ଦେଖାଯିବେ। ଫିଲ୍ମ ‘ଲାଲ୍‌ ସିଂ ଚଢା’ରେ ଆମିର ଖାନ, କରୀନା କପୁରଙ୍କ ବ୍ୟତୀତ ସାଉଥ୍‌ ଅଭିନେତା ନାଗା ଚୈତନ୍ୟ ଓ ମୋନା ସିଂ, ସରଗୁନ୍‌ ମେହେତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ସରଗୁନ ୨୦୧୩ରେ ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କଳାକାର ରବି ଦୁବେଙ୍କୁ ବିବାହ କରିଥିଲେ। ଦୁହିଁଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଆପଣ ନିଶ୍ଚିତ ଦେଖିଥିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.