ଫିଲ୍ମ ‘ସିକନ୍ଦର’ରେ ନଜର ଆସିବେ ଅଭିନେତା ସତ୍ୟରାଜ, ପ୍ରଡକ୍ସନ୍ ହାଉସ୍ କଲା ଘୋଷଣା

ଫିଲ୍ମ ନିର୍ମାତା ସାଜିଦ ନାଦିଆଡୱାଲା, ସୁପରଷ୍ଟାର ସଲମାନ ଖାନ ଏବଂ ନିର୍ଦ୍ଦେଶକ ଏ.ଆର ମୁରୁଗାଦାସଙ୍କ ଦ୍ୱାରା ତିଆରି ଫିଲ୍ମ ‘ସିକନ୍ଦର’ ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଏବେ ଆଉ ଜଣେ ସେଲିବ୍ରିଟି ଫିଲ୍ମର ଏକ ଅଂଶ ହେବାକୁ ଯାଉଛନ୍ତି । ‘ବାହୁବଳୀ’ର କଟ୍ଟପ୍ପା ଏହି ଫିଲ୍ମରେ ଏକ ନୂଆ ଏଣ୍ଟ୍ରି କରୁଛନ୍ତି । ଏହି ଷ୍ଟୋରିକୁ ଆହୁରି ରୋମାଞ୍ଚକର କରି ସତ୍ୟରାଜ ବର୍ତ୍ତମାନ ‘ ସିକନ୍ଦର ‘ ଟିମ୍‌ରେ ସାମିଲ ହେବାକୁ ଯାଉଛନ୍ତି । ତେବେ ରଶ୍ମିକା ମନ୍ଦାନାଙ୍କ ନାମ ପୂର୍ବରୁ ଫିଲ୍ମର କାଷ୍ଟରେ ରହିଛି । ସେ ସଲମାନଙ୍କ ସହ ପରଦାରେ ମୁଖ୍ୟ ହିରୋଇନ୍ ଭାବରେ ନଜର ଆସିବେ । ଏହା ବ୍ୟତୀତ ପ୍ରତୀକ ବାବର ମଧ୍ୟ ଫିଲ୍ମର ଏକ ଅଂଶ ହୋଇଛନ୍ତି ଏବଂ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି ।

ଆଇକନିକ୍ ଫିଲ୍ମ ‘ବାହୁବଳୀ’ରେ କଟ୍ଟପ୍ପାଙ୍କ ଭୂମିକାରେ ସତ୍ୟରାଜ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସତ୍ୟରାଜ ବର୍ତ୍ତମାନ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିକନ୍ଦର’ର ଏକ ଅଂଶ ହୋଇଛନ୍ତି । ଏପରି ଭାବେ ଅଭିନେତା ପ୍ରତୀକ ବାବରଙ୍କ ସହ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି । ଏପରି ଭାବେ ଫ୍ୟାନ୍ସଙ୍କ ଉତ୍ସାହ ମଧ୍ୟ ବଢିବାକୁ ଲାଗିଛି । ସତ୍ୟରାଜ ଫିଲ୍ମରେ ଅନେକ ଭିନ୍ନ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ଏବଂ ତାଙ୍କୁ ସଲମାନ ଖାନ ଏବଂ ‘ ସିକନ୍ଦର ‘ରେ ଅନ୍ୟ ଷ୍ଟାରଙ୍କ ସହ ଦେଖିବା ଅତ୍ୟନ୍ତ ରୋମାଞ୍ଚକର ହେବ । ସୋସିଆଲ ମିଡିଆରେ ପ୍ରଡକ୍ସନ୍ ହାଉସ୍ ଏହି ବଡ ଖବର ଘୋଷଣା କରିଛି ।

ସାଜିଦ ନାଡିଆଡୱାଲାଙ୍କ ଦ୍ୱାରା ନିର୍ମିତ ଫିଲ୍ମ ‘ ସିକନ୍ଦର’କୁ ଆର୍ ମୁରୁଗାଦାସ ନିର୍ଦ୍ଦେଶନା ଦେଉଛନ୍ତି । ଏଥି ସହିତ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଆକ୍ସନ୍ ଫିଲ୍ମ ଇଦ୍ ୨୦୨୫ର ଶେଷ ସପ୍ତାହରେ ମୁକ୍ତଲାଭ କରିବ । ଏହି ଫିଲ୍ମରେ ବହୁତ କିଛି ନୂଆ ଦେଖିବାକୁ ମିଳିବାକୁ ଯାଉଛି । ତେବେ ଏହି ଫିଲ୍ମର ବିଟିଏସ୍ ମଧ୍ୟ ଦେଖିବାକୁ ମିଳିବ । ଏପରି ଭାବେ ସଲମାନ ଖାନଙ୍କ ଫ୍ୟାନ୍ସମାନେ ମଧ୍ୟ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି । ଏହି ଅଭିନେତାଙ୍କୁ ଶେଷ ଥର ପାଇଁ ‘ଟାଇଗର’ରେ ଦେଖିବାକୁ ମିଳିଥିଲା ।