ବାହା ନ ହୋଇ ଗର୍ଭବତୀ ହୋଇଥିବା ନୀନା ଗୁପ୍ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ସତୀଶ, କାନ୍ଦି ପକାଇଥିଲେ ନୀନା

ବାହା ନ ହୋଇ ଗର୍ଭବତୀ ହୋଇଥିଲେ ନୀନା ଗୁପ୍ତା । ଆଉ ଜଣେ ଭଲ ବନ୍ଧୁ ଭାବେ ନୀନାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ସତୀଶ । ଅନ୍ୟ କାହାର ପିଲାକୁ ଆପଣାଇ ନୀନାଙ୍କୁ ଲୋକଲଜ୍ୟାରୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସତୀଶ । ସତୀଶଙ୍କ କଥା ଶୁଣି ଭାବୁକ ହୋଇପଡିଥିଲେ ନୀନା । ତେଣୁ ସତୀଶଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ନୀନା ।

ପରଦାରେ ସମସ୍ତଙ୍କୁ ହସାଉଥିବା ଅଭିନେତା ସତୀଶ କୌଶିକ ଆଜି କନ୍ଦାଇ ଚାଲିଗଲେ । ୬୬ ବର୍ଷ ବୟସରେ ହାର୍ଟ ଆଟକ ଯୋଗୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କେବଳ ପରଦାରେ ନୁହେଁ ବରଂ ବ୍ୟକ୍ତିଗତ ଜୀବନରେ ସତୀଶ କୌଶିକ ଜଣେ ଭଲ ବନ୍ଧୁ ଥିଲେ । ସତୀଶ ଏବଂ ନୀନା ଗୁପ୍ତା ଭଲ ବନ୍ଧୁ ଥିଲେ । ବିବାହ ନ କରି ନୀନା ଯେତେବେଳେ ଗର୍ଭବତୀ ହେଇଥିଲେ, ସେତେବେଳେ ସତୀଶ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ।

ନୀନା ଗୁପ୍ତା ୧୯୭୫ ରେ ୱେଷ୍ଟ ଇଣ୍ଡିଜ କ୍ରିକେଟର ବିବିୟାନ ରିଚର୍ଡ୍ସ ଙ୍କ ସହିତ ସମ୍ପର୍କରେ ରହି ବିନା ବିବାହ କରି ପ୍ରେଗନାଣ୍ଟ ହୋଇଥିଲେ । ନୀନା ବାହାଘର ଆଗରୁ ଗର୍ଭବତୀ ହେବା ନେଇ ରିଚର୍ଡ୍ସ ତାଙ୍କୁ ବିବାହ ପାଇଁ ମନା କରିଦେଇଥିଲେ । ଆଉ ସତୀଶ ନୀନାଙ୍କର ଭଲ ବନ୍ଧୁ ହୋଇଥିବାରୁ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ସତୀଶ ନୀନାଙ୍କୁ କହିଥିଲେ, ପିଲାଟି ଯଦି କଳା ହେଲା ତେବେ ପିଲାଟି ମୋର ବୋଲି ସମସ୍ତଙ୍କୁ କହିଦେବ । ଆଉ ଆମେ ବିବାହ କରିନେବା । କେହି କିଛି ସନ୍ଦେହ କରିବେ ନାହିଁ । ତେବେ ନୀନା ସତୀଶଙ୍କ କଥା ଶୁଣି ଭାବୁକ ହୋଇପଡିଥିଲେ ।

୧୯୫୬ ଏପ୍ରିଲ ୧୩ ତାରିଖରେ ହରିୟାଣାର ମହେନ୍ଦ୍ରଗଡରେ ଜନ୍ମଗ୍ରହଣ କରିଥିଲେ କମେଡିଆନ୍ ସତୀଶ କୌଶିକ। ସେ ୧୯୮୩ରେ ଆସିଥିବା ଫିଲ୍ମ ମାସୁମରୁ ନିଜ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଫିଲ୍ମ ମିଷ୍ଟର ଇଣ୍ଡିଆରେ କ୍ୟାଲେଣ୍ଡର ଭୂମିକା ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ୧୯୯୩ରେ ରୂପ କି ରାନୀ ଚୋରୋ କା ରାଜାରୁ ସତୀଶ ଫିଲ୍ମ ନିର୍ଦ୍ଦେଶନା ଦେବା ଦୁନିଆରେ ପାଦ ରଖିଥିଲେ।

ସୂଚନାଯୋଗ୍ୟ, ସତୀଶ କୌଶିକଙ୍କର ଆଜି ସକାଳୁ ହୃଦ୍‌ଘାତ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲକୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ବଲିଉଡ ସେଲିବ୍ରିଟି । ଅଭିନେତା ଅନୁପମ ଖେର ତାଙ୍କ ବନ୍ଧୁଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ । ସତୀଶ କୌଶିକଙ୍କ ମୃତଦେହ ବର୍ତ୍ତମାନ ଗୁରୁଗାଓଁର ଫୋର୍ଟିସ୍ ହସ୍ପିଟାଲରେ ରଖାଯାଇଛି। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ଆଜି ଅପରାହ୍ନରେ ମୁମ୍ବାଇସ୍ଥିତ ତାଙ୍କ ଘରକୁ ଅଣାଯିବ ଏବଂ ତା’ପରେ ତାଙ୍କର ଶେଷ ରୀତିନୀତି ଏଠାରେ କରାଯିବ। ସତୀଶ କୌଶିକ ଗୁରୁଗାଓଁର ଫାର୍ମହାଉସକୁ କାହାକୁ ଭେଟିବାକୁ ଯାଇଥିଲେ। ଫାର୍ମହାଉସରୁ ଫେରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ ଏବଂ ପରେ ତାଙ୍କୁ ଗୁରୁଗାଓଁର ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.