ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲି ଅଭିନେତ୍ରୀ ସାୟନ୍ତନୀ ଘୋଷ, ଧରିଲେ ଦୀର୍ଘ ଦିନର ବୟଫ୍ରେଣ୍ଡ୍‌ଙ୍କ ହାତ

ହିନ୍ଦୀ ସିନେ ଇଣ୍ଡଷ୍ଟ୍ରୀରେ ଏବେ ବିବାହ ଋତୁ ଚାଲିଛି। ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ଏବେ ବିବାହ ବନ୍ଧନରେ ବାନ୍ଧି ହେଉଥିବା ଦେଖିବାକୁ ମିଳିଛି। ଏହି ତାଲିକାରେ ଏବେ ଆଉ ଏକ ନୂଆ ନାଁ ଯୋଡ଼ି ହୋଇଛି। ଏହି ଅଭିନେତ୍ରୀ ହେଉଛନ୍ତି ଟିଭି ସିରିୟଲ ‘ତେରା ୟାର ହୁଁ ମେ’ ର ମୁଖ୍ୟ ଅଭିନେତ୍ରୀ ସାୟନ୍ତନୀ ଘୋଷ ଓରଫ୍‌ ଦିଲଜିତ। ଦୀର୍ଘ ଦିନର ବୟଫ୍ରେଣ୍ଡ ଅନୁଗ୍ରହ ତିଓ୍ଵାରୀଙ୍କୁ ବିବାହ କରିଛନ୍ତି ସାୟନ୍ତନୀ। ହୋମ୍‌ ଟାଉନ୍‌ କୋଲକାତାରେ ସେ ବିବାହ କରିଛନ୍ତି।

ବିବାହ ପରେ ସାୟନ୍ତନୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଅନୁଗ୍ରହଙ୍କ ସହ ବିବାହର ପ୍ରଥମ ଫଟୋ ସେୟାର କରିଛନ୍ତି। ବାହାଘରରେ ଲାଲ ବନାରସୀ ଶାଢ଼ିରେ ଅଭିନେତ୍ରୀ ବେଶ୍‌ ସୁନ୍ଦର ନଜର ଆସୁଛନ୍ତି। ଲୁକ୍‌କୁ ମ୍ୟାଚ୍‌ କରିବାକୁ ସେ ଏକ ସାଦା ଲାଲ୍‌ ବିନ୍ଦି ମଧ୍ୟ ଲଗାଇଛନ୍ତି। ସେହିପରି ଅନୁଗ୍ରହ ଧୋତି ଓ କୁର୍ତ୍ତା ପିନ୍ଧିଛନ୍ତି।

 

View this post on Instagram

 

A post shared by Sayantani (@sayantanighosh0609)


ବାହାଘରର ଫଟୋ ସେୟାର କରି ସାୟନ୍ତନୀ ଘୋଷ ଲେଖିଛନ୍ତି, ଆଉ ଏମିତି ମିସ୍‌ରୁ ମିସେସ୍‌ ହୋଇଗଲି। ଫଟୋରେ ସାୟନ୍ତନୀ ମଥାରେ ସିନ୍ଦୁର ଲଗାଇବା ସହ ବେକରେ ମଙ୍ଗଳସୂତ୍ର ପିନ୍ଧିଥିବା ନଜର ଆସିଛନ୍ତି।

 

View this post on Instagram

 

A post shared by Sayantani (@sayantanighosh0609)


ଡିସେମ୍ବର ୫ରେ ସାୟନ୍ତନୀଙ୍କ ହଳଦୀ ସେରିମନି ଥିଲା। ତାଙ୍କ ଘରେ କେବଳ କିଛି ନିକଟତର ବନ୍ଧୁଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିକଟରେ ସାୟନ୍ତନୀ ନିଜ ପ୍ରି-ୱେଡିଂ ସେଲିବ୍ରେସନ୍‌ର କେତେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି ଫଟୋରେ ସେ ନିର୍ବନ୍ଧ ମୁଦି ଦେଖାଉଥିବା ନଜର ଆସିଥିଲେ।

 

View this post on Instagram

 

A post shared by Sayantani (@sayantanighosh0609)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.