ମନୋରଂଜନ

ପର୍ଣ୍ଣୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କୁ ଆଗୁଆ ଜାମିନ୍‌ ଦେଲେ ସୁପ୍ରିମକୋର୍ଟ; ପୁନମ୍‌ ପାଣ୍ଡେ ଓ ଶର୍ଲିନ ଚୋପ୍ରାଙ୍କୁ ମଧ୍ୟ ଆଶ୍ୱସ୍ତି

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ପର୍ଣ୍ଣୋଗ୍ରାଫି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ରାଜ କୁନ୍ଦ୍ରାଙ୍କ ସହ ମଡେଲ ଶର୍ଲିନ୍ ଚୋପ୍ରା, ପୁନମ୍‌ ପାଣ୍ଡେ ଓ ଉମେଶ କାମତଙ୍କୁ ମଧ୍ୟ ଅଶ୍ଳୀଳ କଣ୍ଟେଣ୍ଟ୍‌ ତିଆରି କରିବା ଏବଂ ଏହାକୁ OTT ପ୍ଲାଟଫର୍ମରେ ଦେଖାଇବା ମାମଲାରେ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। କୋର୍ଟଙ୍କ ତରଫରୁ କୁହାଯାଇଛି ଯେ ସମସ୍ତ ଅଭିଯୁକ୍ତ ତଦନ୍ତରେ ସହଯୋଗ କରିବା ଉଚିତ ଏବଂ ଆବଶ୍ୟକ ପଡ଼ିଲେ ତଦନ୍ତରେ ସାମିଲ ହେବା ଉଚିତ।

ଗତ ମାସରେ ହିଁ ମହାରାଷ୍ଟ୍ର ସାଇବର ପୋଲିସ ପର୍ଣ୍ଣୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରା, ଶର୍ଲିନ ଚୋପ୍ରା ଓ ପୁନମ୍‌ ପାଣ୍ଡେଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଚାର୍ଜସିଟ୍‌ରେ ଦାବି କରାଯାଇଥିଲା କି, ରାଜ କୁନ୍ଦ୍ରା ମୁମ୍ବାଇ ଆଖପାଖରେ ଥିବା ପାଞ୍ଚ ତାରକା ହୋଟେଲରେ ଅଶ୍ଳୀଳ ଫିଲ୍ମଗୁଡ଼ିକୁ ଶୁଟିଂ କରିଥିଲେ ଏବଂ ଏହାପରେ ସେଗୁଡ଼ିକୁ ଓଟିଟି ପ୍ଲାଟ୍‌ଫର୍ମକୁ ବିକିଥିଲେ। ରାଜ କୁନ୍ଦ୍ରା କୋଟିଏରେ ଏହି ଡିଲ୍‌ କରିଥିଲେ। ପୁନମ୍‌ ଓ ଶର୍ଲିନଙ୍କ ସହ ମିଶି ରାଜ୍‌ ଏହି ଫିଲ୍ମଗୁଡ଼ିକୁ ଶୁଟ୍‌ କରିଥିଲେ।

ରାଜ କୁନ୍ଦ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହେବା ପରେ ତାଙ୍କ ଓକିଲଙ୍କ ବୟାନ ସାମ୍ନାକୁ ଆସିଥିଲା। ଓକିଲ କହିଥିଲେ ଯେ ଏହି ବିଷୟରେ ସେ ଗଣମାଧ୍ୟମରୁ ହିଁ ଜାଣିବାକୁ ପାଇଛନ୍ତି ଏବଂ ସେ ଆଇନ ଅନୁସାରେ କୋର୍ଟରେ ହାଜର ହୋଇ ଚାର୍ଜସିଟର କପି ନେବେ। ଏତିକି ନୁହେଁ, ଓକିଲଙ୍କ କହିବା ଥିଲା, ଯେଉଁ ଅଭିଯୋଗ ମିଡିଆ ରିପୋର୍ଟ ଏବଂ ଏଫଆଇଆରରେ କରାଯାଇଛି, ସେଥିରେ ତାଙ୍କ କ୍ଲାଇଣ୍ଟଙ୍କର କୌଣସି ନେଣଦେଣ ନାହିଁ।

କହି ରଖୁଛୁ, ରାଜ କୁନ୍ଦ୍ରାଙ୍କୁ ଗତ ବର୍ଷ ଜୁଲାଇରେ ମୋବାଇଲ୍ ଆପ୍ଲିକେସନ୍‌ରେ ଅଶ୍ଳୀଳ ଫିଲ୍ମ ତିଆରି କରିବା ଏବଂ ଅପଲୋଡ୍ କରିବା ଅଭିଯୋଗରେ ଗିରଫ କରାଯାଇଥିଲା।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

53 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago