ପ୍ରଥମ ଜେମ୍‌ସ ବଣ୍ଡଙ୍କ ପରଲୋକ, ୯୦ ବର୍ଷ ବୟସରେ ସେନ୍‌ କନେରୀଙ୍କ ଦେହାନ୍ତ

ଜେମ୍ସ ବଣ୍ଡ୍‌ ଚରିତ୍ର ପାଇଁ ପ୍ରସିଦ୍ଧି ଲାଭ କରିଥିବା ସ୍କଟ୍‌ଲ୍ୟାଣ୍ଡ୍‌ର ଆକ୍ଟର ସେନ୍‌ କନେରୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ଶୁକ୍ରବାର ରାତିରେ ବାହାମସ୍‌ ତାଙ୍କ ଘରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

sean-2

ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ରୋଗରେ ପୀଡିତ ଥିଲେ ବୋଲି ଜଣାଯାଇଛି । ଦୀର୍ଘ ଦଶନ୍ଧି ଧରି ତାଙ୍କର ଅଭିନୟ କାରିଅର୍‌ ମଧ୍ୟରେ ସେ ଅସ୍କାର, ୨ଟି ବାଫ୍‌ତା ପୁରସ୍କାର ଓ ଗ୍ଲୋଡେନ୍‌ ଗ୍ଲୋବ୍ସ ଆଦି ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ପ୍ରଥମ ଥର ପାଇଁ ସେ ଜେମ୍ସ ବଣ୍ଡ୍‌ ଚରିତ୍ରକୁ ବଡ ପରଦାକୁ ଆଣି ଦର୍ଶକଙ୍କର ବେଶ୍‌ ଶ୍ରଦ୍ଧାଭାଜନ ହୋଇ ପାରିଥିଲେ ।

sean-4

ଯାହାକି ତାଙ୍କୁ ବହୁ ପୁରସ୍କାର ସାଉଁଟିବାରେ ସହାୟକ ହୋଇଥିଲା । ତାଙ୍କର ଅନ୍ୟ ଫିଲ୍ମ ମଧ୍ୟରେ ‘ଦି ହଣ୍ଟ୍‌ ଫର୍‌ ରେଡ୍‌ ଅକ୍ଟୋବର, ଇଣ୍ଡିଆନା ଜନ୍ସ, ଦି ଲାଷ୍ଟ୍‍ କ୍ରୁସେଡ୍‌ ଓ ଦି ରକ୍‌’ ପ୍ରଶଂସକଙ୍କୁ ବାନ୍ଧି ରଖି ପାରିଥିଲା । ଫିଲ୍ମ ୦୦୭ ପାଇଁ ସେ ବେଷ୍ଟ ଆକ୍ଟର ମାନ୍ୟତା ପାଇଥିଲେ । ଯାହାକି ତାଙ୍କର ସବୁଠୁ ଦୀର୍ଘ ଦିନ ଧରି ଚାଲିଥିବା ଫିଲ୍ମ ଥିଲା ।

sean

୧୯୮୮ ରେ ସେ ‘ଅନ୍‌ଟଚ୍‌ବଲ୍ସ’ ଫିଲ୍ମ ପାଇଁ ସହ କଳାକାର ଭାବେ ଅସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ୨୦୦୦ ମସିହାରେ ତାଙ୍କୁ ରାଣୀ ଏଲିଜାବେଥ୍‌ ୨ଙ୍କ ଦ୍ୱାରା ‘କ୍ୱିନ୍‌ ଅଫ୍‌ ହଲିରୁଡ୍‌ ପ୍ୟାଲେସ୍‌’ ଉପାଧିରେ ଅଭିଶିକ୍ତ କରାଯାଇଥିଲା । ଗତ ଅଗଷ୍ଟ ମାସରେ ସେ ତାଙ୍କର ୯୦ ତମ ଜନ୍କ ଦିନ ପାଳନ କରିଥିଲେ ।  ୧୯୫୪ ରୁ ୨୦୦୬ ଯାଏ ସେନ୍‌ କନେରୀ ଫିଲ୍ମ ଦୁନିଆରେ ସକ୍ରିୟ ଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.