ରିଲିଜ ହେଲା ଆର୍ଯ୍ୟା-୨ର ଟିଜର, ସୁସ୍ମିତାଙ୍କ ଭୟାନକ ଲୁକ ବଢ଼ାଉଛି ଫ୍ୟାନ୍ସଙ୍କ ଉତ୍ସୁକତା

ଏବେ ରିଲିଜ ଅପେକ୍ଷାରେ ସୁସ୍ମିତା ସେନ ଅଭିନୀତ “ଆର୍ୟା”ର ସେକେଣ୍ଡ ସିରିଜ । କିନ୍ତୁ ଏହାର ଟିଜର ରିଲିଜ ହୋଇଯାଇଛି । ଆଉ ସଦ୍ୟ ରିଲିଜ ହୋଇଥିବା ଏହାର ପୋଷ୍ଟରରେ ସୁସ୍ମିତାଙ୍କ ଭୟାନକ ଲୁକ ଦର୍ଶକମାନଙ୍କ ଉତ୍ସୁକତାକୁ ଆହୁରି ବଢ଼ାଇ ଦେଇଛି । ଚଳିତ ବର୍ଷ ଅନ୍ତରାଷ୍ଟ୍ରୀୟ ଏମୀ ଆୱାର୍ଡ ପାଇଁ ବେଷ୍ଟ କ୍ୟାଟେଗୋରୀରେ ଏହି ୱେବ ସିରିଜକୁ ଚୟନ କରାଯାଇଥିଲା । ଏହା ସହ ସୁସ୍ମିତା ବି ସୁଟିଙ୍ଗ ସେଟର ସ୍ମୃତି ଗୁଡିକୁ ସେୟାର କରିଛନ୍ତି । ସୁସଙ୍କ କହିବା ଅନୁଯାୟୀ ସମସ୍ତ ଆକ୍ଟରଙ୍କ ପାଇଁ ସୁଟିଙ୍ଗ ସମୟର ସବୁ ମୁହୂର୍ତ୍ତ ଯେମିତି ଖୁବ ଗୁରୁତ୍ୱପୂର୍ଣ୍ଣ । ଆଉ ଏମଧ୍ୟରୁ କିଛି ଜୀବନ ବ୍ୟାପି ମନେ ରହିଯାଏ । ତାଙ୍କ ଅନୁଯାୟୀ ସୁଟିଙ୍ଗରେ ଆମେ ଯେତେ ଆଗକୁ ଆଗକୁ ବଢିଥିଲୁ ଆମ ସହିତ ଅନେକ ମନେ ରଖିବା ଭଳି ଘଟଣାମାନ ଘଟିଥିଲା । ଆପଣ ଚାହିଁଲେ ଅନେକ ଘଟଣା ଗୁଡିକୁ ରେକର୍ଡ କରି ବି ରଖିପାରିବେ । ଆଉ ଏହି ଘଟଣା ଗୋଟିଏ ଗୋଟିଏ ଭିନ୍ନ ଭିନ୍ନ ଷ୍ଟୋରି ହୋଇପାରିବ | ଜୟପୁର ହେଲିପାଡ଼ରେ ସୁଟ କରାଯାଇଥିବା ଏକ ଦୃଶ୍ୟ ତାଙ୍କର ସବୁଦିନ ପାଇଁ ମନେ ରହିବ ବୋଲି କହିଛନ୍ତି ।

ଏହି ସିନ ପାଇଁ ହାଲୁକା ବର୍ଷା ଦରକାର ଥିଲା । ରାଜସ୍ଥାନରେ ଏମିତିରେ କମ ବର୍ଷା ହେଉଥିବା ବେଳେ କିନ୍ତୁ ସେଦିନ ପ୍ରତି ୨୪ ମିନିଟ ଅନ୍ତରରେ ଘଡ଼ଘଡ଼ି ମାରିଥିବାବେଳେ କିଂଚିତ ବର୍ଷା ମଧ୍ୟ ହୋଇଥିଲା । ଆମ ନିର୍ଦ୍ଦେଶକଙ୍କୁ ପ୍ରାକୃତିକ ଶବ୍ଦ ଖୁବ ପସନ୍ଦ ଥିବାବେଳେ ସେ ଦିନର ଏଦୃଶ୍ୟ ତାଙ୍କୁ ବି ରୋମାଂଚିତ କରିଦେଇଥିଲା । ସେ ବି କହିଦେଇଥିଲେ ଏହାଠାରୁ ଆମକୁ ଭଲ ସିନ ମିଳିପାରିବ ନାହିଁ । ଆମକୁ ଜବରଦସ୍ତ ବ୍ୟାକଡ୍ରପ ମିଳିଯାଇଥିଲା । ଏହି ୱେବ ସିରିଜରେ ସୁସ୍ମିତାଙ୍କ କ୍ୟାରେକ୍ଟରର କିଛି ଦୃଶ୍ୟ ପ୍ରଯୋଜକ ରାମ ମଂଡଭି ହିଁ ନିଶ୍ଚିତ କରିଥିଲେ । ଏବେ ନେଟଫ୍ଲିକ୍ସରେ “ଧମାକା” ଫିଲ୍ମ ରିଲିଜ ହୋଇଛି । ସୁସଙ୍କ ବ୍ୟତୀତ ଏଥିରେ ଚନ୍ଦ୍ରଚୂର ସିଂ, ନମିତା ଦାସ, ସିକନ୍ଦର ଖେର ପ୍ରମୁଖ ମଧ୍ୟ ନଜର ଆସିଛନ୍ତି ।

Leave A Reply

Your email address will not be published.