Bell Bottomର ପ୍ରଥମ ଗୀତ ମଚାଉଛି ଧମାଲ, ଏବେ ବିବାଦରେ ଅକ୍ଷୟ-ବାଣୀଙ୍କ ପୋଷ୍ଟର

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ବେଲ ବଟମ’ ଆଜିକାଲି ହେଡଲାଇନ ପାଲଟିଛି। ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ପ୍ରତି ଆଗ୍ରହ ବଢିଯାଇଥିଲା। ଏହି ସମୟରେ ଫିଲ୍ମର ପ୍ରଥମ ଗୀତ ‘ମରଜାୱାନ’ ମଧ୍ୟ ରିଲିଜ ହୋଇଛି। ଆଉ ଏହି ଗୀତକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ‘ମରଜାୱାନ’ ଗୀତରେ ଅକ୍ଷୟ କୁମାର ଏବଂ ବାଣୀ କପୁରଙ୍କ ମଧ୍ୟରେ ଜବରଦସ୍ତ କ୍ୟାମେଷ୍ଟ୍ରୀ ଅଛି। ଏହି ଗୀତ ସ୍କଟଲ୍ୟାଣ୍ଡରେ ସୁଟିଂ କରାଯାଇଛି। ଗୋଟିଏ ପଟେ ପ୍ରଶଂସକମାନେ ଏହି ଗୀତକୁ ବହୁତ ପସନ୍ଦ କରୁଥିବାବେଳେ, ଅନ୍ୟ ପଟେ ଗୀତର ପୋଷ୍ଟରକୁ ନେଇ ବିବାଦ ଆରମ୍ଭ ହୋଇଛି। ପ୍ରକୃତରେ ସୋସିଆଲ ମିଡିଆ ୟୁଜର୍ସ ପୋଷ୍ଟରକୁ ଚୋରି କରିଥିବା ଅଭିଯୋଗ କରିଛନ୍ତି।

bell bottom

ୟୁଜର୍ସମାନେ କହିଛନ୍ତି ଯେ, ନିର୍ମାତାମାନେ ଇନଷ୍ଟାଗ୍ରାମ ପ୍ରଭାବଶାଳୀମାନଙ୍କଠାରୁ ‘ମରଜାୱାନ’ର ପୋଷ୍ଟର ଚୋରି କରିଛନ୍ତି। ଏଭଳି ପରିସ୍ଥିତିରେ ଏବେ ଲୋକମାନେ ଏହାକୁ ବହୁତ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏହାକୁ ଏକ ଖରାପ କପି ବୋଲି ସେମାନେ କହିଛନ୍ତି। ଅନେକ ଲୋକ ସୋସିଆଲ ମିଡିଆରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ତେବେ ଅନେକ ଲୋକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କିଛି ୟୁଜର୍ସ କହିଛନ୍ତି ଯେ, ଏହା ଏକ ସାଧାରଣ ପୋଜ୍ ହୋଇଯାଇଛି। ଏହାକୁ କପି କହିବା ଭୁଲ୍ ହେବ। ଯେତେବେଳେ କି ‘ମରଜାୱାନ’ର ପୋଷ୍ଟର ଅନ୍ୟ ସମସ୍ତ ପୋଷ୍ଟରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ନିକଟରେ ପୂଜା ହେଗଡେ ଏବଂ ପ୍ରଭାସ ମଧ୍ୟ ‘ରାଧା ଶ୍ୟାମ’ ଚଳଚ୍ଚିତ୍ର ପାଇଁ ଠିକ୍ ଏମିତି ପୋଜ୍ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.