ହିନ୍ଦୀ ସିନେମାର ମହାନ୍‌ ଅଭିନେତ୍ରୀ ଶଶିକଳାଙ୍କ ପରଲୋକ

ବଲିଉଡ୍‌ର ମହାନ୍‌ ଅଭିନେତ୍ରୀ ଶଶିକଳାଙ୍କ ୮୮ ବର୍ଷ ବୟସରେ ପରଲୋକ ଘଟିଛି। ମୁମ୍ବାଇର କୋଲାବାରେ ଆଜି ମଧ୍ୟାହ୍ନ ୧୨ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଶଶିକଳା ୭୦ ଦଶକରେ ବଲିଉଡ୍‌ରେ ଉଭୟ ହିରୋଇନ୍‌ ଏବଂ ଭିଲେନ୍‌ ଚରିତ୍ରରେ ଅଭିନୟ କରିଥିଲେ।

୧୦୦ରୁ ଅଧିକ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀଙ୍କ ପୂରା ନାମ ହେଉଛି ଶଶିକଳା ଜାଓ୍ଵଲକର। ତାଙ୍କ ଜନ୍ମ ୪ ଅଗଷ୍ଟ ସୋଲାପୁରରେ ହୋଇଥିଲା। ନିଜ ଜୀବନରେ ଅନେକ ଉତ୍‌ଥାନ ପତ୍ତନ ଦେଇ ସେ ଗତି କରିଥିଲେ। ଶଶିକଳାଙ୍କର ୬ ଭାଇ, ଭଉଣୀ ଥିଲେ ଏବଂ ତାଙ୍କ ବାପା ଜଣେ ବହୁତ ବଡ଼ ବିଜନେସ୍‌ମ୍ୟାନ ଥିଲେ।

ପିଲାବେଳୁ ହିଁ ଶଶିକଳାଙ୍କର ନାଚ, ଗୀତ ପ୍ରତି ସଉକ ଥିଲା। ତାଙ୍କର ପ୍ରଥମ ଫିଲ୍ମ ହେଉଛି ‘ଜିନତ୍‌’। ଏହାଛଡ଼ା ତିନ୍‌ ବତୀ ଚାର୍‌ ରାସ୍ତା, ହମଜୋଲି, ସରଗମ୍‌, ଚୋରୀ ଚୋରୀ, ନୀଲକମଲ, ଅନୁପମା ଭଳି ଫିଲ୍ମରେ ବି ସେ କାମ କରିଛନ୍ତି। କେବଳ ଏତିକି ନୁହେଁ, ଶଶିକଳା ଟିଭିରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି। ଲୋକପ୍ରିୟ ସିରିୟଲ୍‌ ‘ସୋନ୍‌ ପରୀ’ରେ ଫ୍ରୁଟିର ଦାଦୀ ଭୂମିକାରେ ସେ ନଜର ଆସିଥିଲେ। ୨୦୦୭ ମସିହାରେ ତାଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.