ନେଟ୍‌ଫ୍ଲିକ୍ସରେ ଚର୍ଚ୍ଚାକୁ ଆସିଛି ସିରିୟଲ କିଲର ବନିଥିବା ଏହି ମହିଳାଙ୍କ ବାସ୍ତବ କାହାଣୀ, ଜାଣନ୍ତୁ

ବର୍ତ୍ତମାନ ଯୁଗରେ ଚର୍ଚ୍ଚାକୁ ଆସିବା କିଛି ବଡ଼ କଥା ନୁହେଁ । ଚର୍ଚ୍ଚା ହୁଏ ଯେଉଁମାନେ ସମାଜରେ ଭଲ କାମ କରିଥିବେ ଅଥବା କିଛି ଏମିତି କାମ କରିଥିବେ ଯାହା ସମାଜ ବିରୋଧୀ । ସେମିତି ଏକ କାହାଣୀ ପୁଣି ଚର୍ଚ୍ଚାରେ । ଅମେରିକାର ମିଷିଗନରେ ଜନ୍ମ ହୋଇଥିବା ଏଲିନ ବୁରନୋସ । ଜଣେ ସୁନ୍ଦରୀ ମହିଳା । ହେଲେ ତାଙ୍କ ବିରୋଧରେ ରହିଛି ସାଂଘାତିକ ଅଭିଯୋଗ । ସେ ସାତ ଜଣ ମଣିଷଙ୍କୁ ମାରିଛନ୍ତି ।

ହତ୍ୟା ମାମଲାରେ ଏଲିନଙ୍କୁ କେବେଠାରୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଆଉ ତାଙ୍କୁ ବିଷ ଇଂଜେକ୍ସନ ଦିଆଯାଇଥିଲା । କିନ୍ତୁ ଏବେ ନେଟଫ୍ଲିକ୍ସରେ ଆସିଥିବା ଫିଲ୍ମ ହେତୁ ଏହି ମହିଳା ଜଣକ ପୁଣି ଚର୍ଚ୍ଚାରେ ରହିଛନ୍ତି । ସାତଜଣ ଲୋକଙ୍କ ହତ୍ୟା ମାମଲାରେ କୋର୍ଟଙ୍କ ଦ୍ୱାରା ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା । ଦେହଜୀବୀ ବା ସେକ୍ସ ୱାର୍କର ଥିବା ଏଲିନ ନିଜ ଗ୍ରାହକଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହେବା ପରେ ଅନୁସନ୍ଧାନ ହେଲା ଆଉ ପ୍ରମାଣ ମିଳିବା ପରେ ତାଙ୍କୁ ଏହି ଦଣ୍ଡ ଦିଆଯାଇଥିଲା । ଯଦିଓ ତାଙ୍କ ଫିଲ୍ମ ଦେଖିବା ପରେ ଏବେ କେତେକ ୟୁଜର୍ସ ତାଙ୍କୁ ସହାନୁଭୂତି ଦେଖାଉଛନ୍ତି । ସେମାନଙ୍କ ଅଭିଯୋଗ କି ଏଲିନଙ୍କ କାହାଣୀକୁ ଭୁଲ ଭାବରେ ଦେଖାଯାଇଛି ।

ଆସନ୍ତୁ ଜାଣିବା ଏଲିନଙ୍କ ବାସ୍ତବ କାହାଣୀ । ଏଲିନଙ୍କ ଜନ୍ମ ୧୯୫୬ରେ ହୋଇଥିଲା । ତାଙ୍କ ମାତା, ପିତା ଏଲିନଙ୍କ ଜନ୍ମ ପୂର୍ବରୁ ହିଁ ଅଲଗା ହୋଇଯାଇଥିଲେ । ଯେତେବେଳେ ଏଲିନଙ୍କୁ ୪ବର୍ଷ ହୋଇଥିଲା, ତାଙ୍କୁ ଓ ତାଙ୍କ ଭାଇକୁ ଜେଜେବାପା ଓ ଜେଜେ ମା’ଙ୍କ ସହ ରହିବାକୁ ପଠାଇ ଦିଆଗଲା । କିଶୋର ଅବସ୍ଥାରେ ହିଁ ଏଲିନ ସ୍କୁଲ ଛାଡି ଦେଇଥିଲେ ଓ ପରେ ବନି ଯାଇଥିଲେ ଦେହଜୀବୀ । ସ୍କୁଲରେ ସେ ପଢ଼ିବା ବେଳେ ମାତ୍ର ସିଗାରେଟ ବଦଳରେ ଦେହ ଦାନ କରୁଥିଲେ ବୋଲି କୁହାଯାଏ । ତେବେ ଆହୁରି ମଧ୍ୟ ଶୁଣିବାକୁ ମିଳେ ଯେ ପ୍ରଥମେ ଘରେ ତାଙ୍କୁ ତାଙ୍କ ଜେଜେବାପା ଯୌନ ନିର୍ଯାତନା ଦେଇଥିଲେ । ଯାହାଫଳରେ ସେ ମାତ୍ର ୧୪ ବର୍ଷ ବୟସରେ ଗର୍ଭବତୀ ହୋଇ ଏକ ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ଜେଜେ ମା ମରିଗଲେ ଓ ତାଙ୍କୁ ଜେଜେବାପା ଘରୁ ତଡ଼ି ଦେଲେ ।

ରିପୋର୍ଟ ହିସାବରେ ଫ୍ଲୋରିଡାରେ ଏଲିନ ୭ ଜଣଙ୍କୁ ଗୁଳି ମାରି ହତ୍ୟା କରିଥିଲେ ଏଲିନ୍‌ । କୋର୍ଟରେ ସେ କହିଲେ କି ଏମାନଙ୍କ ମଧ୍ୟରୁ କିଛି ତାଙ୍କ ସହ ଦୁଷ୍କର୍ମ କରିଥିଲେ ଓ ଆଉ କେତେଜଣ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ଏ ସବୁ ହତ୍ୟା ସେ ନିଜ ଆତ୍ମରକ୍ଷା ପାଇଁ କରିଥିଲେ । ତେବେ ଏକଥା ବିଶ୍ୱାସଯୋଗ୍ୟ ହେଉନଥିଲା । କାରଣ ଏହି ୭ଜଣ ଯାକ ଲୋକ ଏଲିନଙ୍କ ପାଖକୁ ଗ୍ରାହକ ହୋଇ ଆସିଥିଲେ । ଆଉ ସମସ୍ତଙ୍କୁ ଅତି ପାଖରୁ ଗୁଳି ମାରିଥିଲେ ଏଲିନ୍‌ । କୋର୍ଟରେ ଏକ ଲମ୍ବା ଶୁଣାଣି ପରେ ଶେଷରେ ୭ଜଣରୁ ୬ ଜଣଙ୍କୁ ହତ୍ୟା କରିବା ଦୋଷରେ ଏଲିନଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା । ଆଉ ଏଲିନଙ୍କୁ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ । ତାଙ୍କୁ ୨୦୦୨ରେ ବିଷ ଇଞ୍ଜେକସନ ଦେଇ ମାରି ଦିଆଯାଇଥିଲା ।

କିନ୍ତୁ ଏଲିନ ଏବେ କାହିଁକି ଚର୍ଚ୍ଚାରେ ? ଏଲିନଙ୍କ ମୃତ୍ୟୁର ୧୯ ବର୍ଷ ପରେ ଏଲିନଙ୍କ ଫିଲ୍ମ ନେଟଫ୍ଲିକ୍ସରେ ଆସିଥିବାରୁ ତାଙ୍କୁ ନେଇ ପୁଣି ଆଲୋଚନା ହେଉଛି । ଟ୍ରୁ କ୍ରାଇମ ସୋ’ର ଦ୍ୱିତୀୟ ଏପିସୋଡରେ ଏଲିନଙ୍କ ଅପରାଧର ପାଖାପାଖି ଘଟଣାକୁ ଦର୍ଶାଯାଇଛି । କିନ୍ତୁ ଏହାକୁ ନେଇ କିଛି ୟୁଜର୍ସ ଆପତ୍ତି ଉଠାଇଛନ୍ତି । ସେମାନଙ୍କର କହିବା କଥା କି ଏଲିନଙ୍କ ସହ ଖରାପ ବ୍ୟବହାର କରାଯାଇଥିବ, ତେଣୁ ସେ ସେହି ଲୋକମାନଙ୍କୁ ହତ୍ୟା କରିଥିଲେ । ପୋଲିସ ରେକର୍ଡ ଏବଂ ରିପୋର୍ଟ ଅନୁସାରେ ହତ୍ୟା ପୂର୍ବରୁ ଏଲିନଙ୍କୁ ବହୁବାର ଗିରଫ କରାଯାଇଥିଲା । ତାଙ୍କ ଉପରେ ଡକାୟତି, କାର ଚୋରି , ନିଶାସକ୍ତ ହୋଇ ଗାଡି ଚଲାଇବା ଆଦି ଅନେକ ମାମଲା ରହିଥିଲା । ଏମିତିକି ଏଲିନଙ୍କ ପାଖରେ ଏକ ବନ୍ଧୁକ ଥିବାର ମଧ୍ୟ କୁହାଯାଇଛି ।
ତେବେ ୧୯ ବର୍ଷ ତଳେ ମରି ସାରିଥିବା ଏଲିନ୍‌ଙ୍କୁ ନେଇ ଏବେବି ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.