ସାମ୍ନାକୁ ଆସିଲା ‘ଶାକୁନ୍ତଳମ୍‌’ର ଫାଷ୍ଟଲୁକ୍‌, ରାଜକୁମାରୀ ଭୂମିକାରେ ନଜର ଆସିଲେ ସାମନ୍ଥା ରୁଥ୍‌ ପ୍ରଭୁ

ସାମନ୍ଥା ରୁଥ ପ୍ରଭୁଙ୍କ ଆଗାମୀ ପିରିୟଡ୍‌ ଡ୍ରାମା ‘ଶାକୁନ୍ତଳମ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ନିର୍ମାତାଙ୍କ ପକ୍ଷରୁ ଆଜି ଶାକୁନ୍ତଳମ୍‌ର ଫାଷ୍ଟ ଲୁକ୍‌ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରାଯାଇଛି। ସାମନ୍ଥା ଲାଲ ଫୁଲରେ ସଜା ଯାଇଥିବା ଧଳା ଡ୍ରେସ୍‌ରେ ଖୁବ୍‌ ସୁନ୍ଦର ନଜର ଆସୁଛନ୍ତି। ପୋଷ୍ଟରରେ ତାଙ୍କ ଚାରି ପାଖରେ ହରିଣ ଓ ମୟୂରମାନେ ଘେରି ରହିଥିବା ଦେଖାଯାଇଛି। ଏହି ଏପିକ୍‌ ଡ୍ରାମାର ନିର୍ଦ୍ଦେଶନା ଦେଇଛନ୍ତି ଗୁଣଶେଖର।

୨୦୨୧ରେ ସାମନ୍ଥା ‘ଶାକୁନ୍ତଳମ୍‌’ର ସୁଟିଂ ଶେଷ କରିଥିଲେ। ପୂର୍ବ ସ୍ୱାମୀ ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହୋଇଥିବା ନେଇ ଘୋଷଣା କରିବା ପରେ ସାମନ୍ଥାଙ୍କର ଏହା ପ୍ରଥମ ଫିଲ୍ମ। ସୋସିଆଲ ମିଡିଆରେ ସାମନ୍ଥା ଶାକୁନ୍ତଳମ୍‌ର ଫାଷ୍ଟ ଲୁକ୍‌ ପୋଷ୍ଟର ସେୟାର କରିଛନ୍ତି। ଏହି ପୋଷ୍ଟର ରିଲିଜ୍‌ ହେଉ ହେଉ ଫ୍ୟାନ୍‌ମାନେ ଏଥିରେ କମେଣ୍ଟ କରିବା ଆରମ୍ଭ କରି ଦେଇଛନ୍ତି।

 

View this post on Instagram

 

A post shared by Samantha (@samantharuthprabhuoffl)


ଏହି ଫିଲ୍ମରେ ସାମନ୍ଥା ଶକୁନ୍ତଳା ଭୂମିକାରେ ଅଭିନୟ କରିଥିବା ବେଳେ ଦେବ ମୋହନ ରାଜା ଦୁଷ୍ମନ୍ତ ହୋଇଛନ୍ତି। ଏହି ଫିଲ୍ମ ମହାକବି କାଳିଦାସଙ୍କ ରଚିତ ‘ଅଭିଜ୍ଞାନ-ଶାକୁନ୍ତଳମ୍‌’ ନାମକ ଏକ ଲୋକପ୍ରିୟ ନାଟକ ଉପରେ ଆଧାରିତ। ଶାକୁନ୍ତଳମ୍‌ ଚଳିତ ବର୍ଷ ଶେଷ ଆଡ଼କୁ ପାଞ୍ଚଟି ଭାଷାରେ ରିଲିଜ୍‌ ହେବ।

ସୂଚନାଯୋଗ୍ୟ ଯେ ସାମନ୍ଥା ଶାକୁନ୍ତଳମ୍‌ ଫିଲ୍ମର ସୁଟିଂ ଶେଷ କରିବା ପରେ ସିନେ ଜଗତରୁ ବ୍ରେକ୍‌ ନେବାକୁ ନିଷ୍ପତ୍ତି ନେଇଥିଲେ। ସେ ଫିଲ୍ମ ନିର୍ମାତାଙ୍କୁ ନିଜ ସିଡ୍ୟୁଲ ଅନୁସାରେ ପ୍ଲାନ୍‌ କରିବାକୁ କହିଥିଲେ। ଫଳରେ ଅଗଷ୍ଟ ୨୦୨୧ ପୂର୍ବରୁ ସୁଟିଂ ସାରିପାରିବେ।

Leave A Reply

Your email address will not be published.