ଶାହାରୁଖ ଓ ଗୌରୀଙ୍କ ବିବାହକୁ ପୂରିଲା ୨୯ ବର୍ଷ, ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି ଫ୍ୟାନ୍‌

ବଲିଉଡ୍‌ର କିଙ୍ଗ୍‌ ଭାବେ ପରିଚିତ ଶାହାରୁଖ୍‌ ଖାନ୍‌ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ୍‌ ଆଜି ୨୯ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଯୋଡି ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରେ ଅନ୍ୟତମ। ଏହି ଦମ୍ପତି ଏକାଠି ଜୀବନର ବହୁ ଝଡ଼ଝଞ୍ଜାକୁ ସାମ୍ନା କରିଛନ୍ତି।

ଶାହରୁଖ ଓ ଗୌରୀ ଭିନ୍ନ ଭିନ୍ନ ଧର୍ମର। ଅନେକ ଥର ସେମାନଙ୍କୁ ଧର୍ମ ବିଷୟରେ ପ୍ରଶ୍ନ କରାଯାଏ। କିଛି ଦିନ ପୂର୍ବରୁ ଏକ ଟିଭି ଶୋ’ରେ ଶାହରୁଖ କହିଥିଲେ ଆମ ପରିବାରରେ କେବେ ବି ହିନ୍ଦୁ ମୁସଲମାନ୍‌ କଥା ଉଠେନି। ମୋ ସ୍ତ୍ରୀ ହିନ୍ଦୁ, ମୁଁ ମୁସଲମାନ ଓ ମୋ ଛୁଆମାନେ ହିନ୍ଦୁସ୍ତାନୀ।


ଆଜି ଶାହରୁଖ ଓ ଗୌରୀଙ୍କ ବିବାହ ବାର୍ଷିକୀରେ ତାଙ୍କ ଫ୍ୟାନ୍‌ମାନେ ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି। ଶାହରୁଖ ଓ ଗୌରୀଙ୍କୁ ପ୍ରକୃତ ପ୍ରେମର ଉଦାହରଣ ବୋଲି ଫ୍ୟାନ୍‌ମାନେ କହିଛନ୍ତି। ଏଥିସହ ଭଗବାନ ତାଙ୍କୁ ସବୁବେଳେ ଆଶୀର୍ବାଦ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ ଯେ ୧୯୯୧ ମସିହା ଅକ୍ଟୋବର ୨୫ ତାରିଖରେ ଶାହାରୁଖ ଓ ଗୌରୀଙ୍କ ବିବାହ ହୋଇଥିଲା। ସେମାନଙ୍କର ୩ଟି ପିଲା ମଧ୍ୟ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.