ଏହି ଦିନ ହଲ୍ରେ ରିଲିଜ୍ ହେବ ଶାହାରୁଖଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ୍’, ନିଜେ କିଙ୍ଗ୍ ଖାନ୍ ଘୋଷଣା କଲେ ତାରିଖ

ଶାହାରୁଖ ଖାନ୍ଙ୍କ ଫ୍ୟାନ୍ଙ୍କ ପାଇଁ ଖୁସି ଖବର। ଘୋଷଣା ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ୍’ର ରିଲିଜ୍ ତାରିଖ। ଶାହାରୁଖ ଖାନ୍ଙ୍କ ଫିଲ୍ମ ପଠାନ୍ ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ପରଦାକୁ ଆସିବ। ଏ ନେଇ ନିଜେ ଶାହାରୁଖ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।
ଶାହାରୁଖ ନିଜ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ପଠାନ୍ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଶାହାରୁଖଙ୍କ ଫ୍ୟାନ୍ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଶାହାରୁଖ ଲେଖିଛନ୍ତି- ମୁଁ ଜାଣିଛି ଯେ ଆହୁରି ଅନେକ ଦିନ ବାକି ଅଛି। ତଥାପି ତାରିଖ ମନେ ରଖନ୍ତୁ। ପଠାନ୍ର ସମୟ ଆରମ୍ଭ ହୋଇଗଲାଣି। ୨୫ ଜାନୁଆରୀ ୨୦୨୩ରେ ଆପଣଙ୍କ ସହ ସିନେମା ହଲ୍ରେ ଭେଟ ହେବ। ଏହି ଫିଲ୍ମ ହିନ୍ଦୀ, ତାମିଲ ଓ ତେଲୁଗୁରେ ହଲ୍କୁ ଆସିବ।
I know it’s late… But remember the date… Pathaan time starts now…
See you in cinemas on 25th January, 2023.
Releasing in Hindi, Tamil and Telugu.
Celebrate #Pathaan with #YRF50 only at a big screen near you. @deepikapadukone |@TheJohnAbraham | #SiddharthAnand | @yrf pic.twitter.com/dm30yLDfF7
— Shah Rukh Khan (@iamsrk) March 2, 2022
ଶାହାରୁଖ ଖାନ୍ ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା କରିବା ସହ ଏହାର କିଛି ଝଲକ୍ ବି ଫ୍ୟାନ୍ଙ୍କ ସହ ସେୟାର କରିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାତ୍ର କିଛି ମିନିଟ୍ରେ ଶାହାରୁଖଙ୍କ ପଠାନ୍ ଫିଲ୍ମର ଭିଡିଓକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି। ୫ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଶାହାରୁଖଙ୍କ ଫିଲ୍ମ ପରଦାକୁ ଆସୁଥିବାରୁ ଫ୍ୟାନ୍ ବି ଏ ନେଇ ବେଶ୍ ଉତ୍ସାହିତ ଅଛନ୍ତି।
ବଲିଉଡ୍ର କିଙ୍ଗ୍ ଖାନ୍ଙ୍କର ଏହି ବହୁ ପ୍ରତୀକ୍ଷିତ ଫିଲ୍ମର ଟକ୍କର ପ୍ରଭାସଙ୍କ ‘ଆଦିପୁରୁଷ’ ସହ ହେବ। ଉଭୟ ଫିଲ୍ମର ରିଲିଜ୍ ତାରିଖ ପାଖାପାଖି ରହିଛି। ପ୍ରଭାସଙ୍କ ‘ଆଦିପୁରୁଷ’ ୧୨ ଜାନୁଆରୀ ୨୦୨୩ରେ ରିଲିଜ୍ ହେଉଥିବା ବେଳେ ଶାହାରୁଖଙ୍କ ପଠାନ୍ ୨୫ ଜାନୁଆରୀ ୨୦୨୩ରେ ପରଦାକୁ ଆସିବ। ଏଣୁ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଫ୍ୟାନ୍ ଆଶଙ୍କା କରୁଛନ୍ତି।
Also Read: ରାଜଧାନୀରେ ହଷ୍ଟେଲ ମାଳ ମାଳ: କେଉଁଠି ସୁବିଧା ତ ଆଉ କେଉଁଠି ଅସୁବିଧା