ଆଖି ସର୍ଜରୀ ପୂର୍ବରୁ ସିଦ୍ଧାର୍ଥ ଆନନ୍ଦଙ୍କ ବାର୍ଥଡେ ପାର୍ଟୀରେ ନଜର ଆସିଲେ କିଙ୍ଗ୍‌ ଖାନ୍‌, ଲୁକ୍‌ ଦେଖି ଦିଓ୍ଵାନା ହେଲେ ଫ୍ୟାନ୍ସ

ଆଜିକାଲି ଶାହରୁଖ ଖାନ ତାଙ୍କ ଆଖି ଚିକିତ୍ସା ପାଇଁ ଚିନ୍ତିତ ଅଛନ୍ତି । ବର୍ତ୍ତମାନ ସେ ଖୁବ୍ ଶୀଘ୍ର ଆଖି ସର୍ଜରୀ ପାଇଁ ଆମେରିକା ଯିବେ । ଗତ କିଛିଦିନ ତଳେ ଶାହରୁଖ ହିଟଷ୍ଟ୍ରୋକ ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ପୁଣି ଥରେ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ଅଛନ୍ତି । ଏହା ସହ ତାଙ୍କ ସ୍ୱାସ୍ଥ୍ୟ ଭଲ ହେବା ପାଇଁ ପ୍ରର୍ଥନା କରୁଛନ୍ତି । ବର୍ତ୍ତମାନ ଶାହରୁଖ ଖାନଙ୍କ ଆଖି ସର୍ଜରୀ ଖବର ସାମ୍ନାକୁ ଆସୁଛି ।

ଖବର ମୁତାବକ, ଶାହରୁଖ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଆଖି ସମସ୍ୟା ଯୋଗୁଁ ଚିକିତ୍ସିତ ହେଉଥିଲେ । କିନ୍ତୁ ସେଠାରେ ଚିକିତ୍ସାରେ ଠିକ୍‌ ଭାବେ ହୋଇନ ପାରିବାରୁ ଶାହରୁଖ ୟୁଏସଏ ଗସ୍ତ କରିବେ । ସେଠାରେ ଶାହରୁଖଙ୍କ ଆଖିର ଚିକିତ୍ସା କରାଯିବ ବୋଲି ଜଣାପଡିଛି ।

ତେବେ ଆଖି ସର୍ଜରୀ ଖବର ମଧ୍ୟରେ ଶାହରୁଖ ଖାନ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଜନ୍ମଦିନ ପାର୍ଟୀରେ ଯୋଗ ଦେଇଥିଲେ । ଯାହାର ଫଟୋ ଭାଇରାଲ ହେଉଛି । ଜନ୍ମଦିନରେ ଶାହରୁଖଙ୍କୁ କାଜୁଆଲ୍ ଲୁକ୍‌ରେ ଦେଖିବାକୁ ମିଳିଥିଲା । ସେ ଏକ କଳା ସାର୍ଟ ଏବଂ ଡେନିମ୍ ପିନ୍ଧିଥିଲେ । ସେ ମଧ୍ୟ ଚଷମା ପିନ୍ଧିଥିଲେ ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ ।

ଶାହରୁଖ ଖାମଙ୍କ ଲୁକକୁ ଦେଖି ପ୍ରଶଂସକମାନେ ଦିଓ୍ଵାନା ହୋଇ ଯାଉଛନ୍ତି । ତାଙ୍କର ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି । କିଛି ପ୍ରଶଂସକ ତାଙ୍କ ବିଷୟରେ ଚିନ୍ତିତ ଅଛନ୍ତି ଏବଂ ତାଙ୍କ ଫଟୋ ଉପରେ କମେଣ୍ଟ ଦେଇ ସ୍ୱାସ୍ଥ୍ୟ ଅପଡେଟ୍ ମାଗୁଛନ୍ତି ।

ଶାହରୁଖ ଖାନ ଖୁବଶୀଘ୍ର ଆଗାମୀ ଫିଲ୍ମ ପାଇଁ ସୁଟିଂ କରିବେ । ଶାହରୁଖ ଖୁବଶୀଘ୍ର ଝିଅ ସୁହାନାଙ୍କ ସହିତ ଫିଲ୍ମ କିଙ୍ଗରେ ନଜର ଆସିବେ । ଏହି ଫିଲ୍ମରେ ଅଭିଷେକ ବଚ୍ଚନ ଖଳନାୟକ ଭୂମିକାରେ ରହିଥିବା ବେଳେ ଶାହରୁଖ ସୁହାନାଙ୍କ ସହିତ ଆକ୍ସନ କରୁଥିବାର ନଜର ଆସିବେ । ତେବେ ଶାହରୁଖ ଶେଷ ଥର ପାଇଁ ଫିଲ୍ମ ଡଙ୍କିରେ ନଜର ଆସିଥିଲେ ।

ସୂଚନାଯୋଗ୍ୟ, ଯେ କିଛିଦିନ ତଳେ ଅତିରିକ୍ତ ଗରମ ଯୋଗୁଁ ସେ ଅଂଶୁଘାତର ଶିକାର ହୋଇ ଅସୁସ୍ଥ ହୋଇଥିଲେ । ଆଇପିଏଲର ଫାଇନାଲ ମ୍ୟାଚ୍‌ ଶେଷ ହେବା ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସପିଟାଲ ନିଆଯାଇଥିଲା । ତେବେ ଶାହରୁଖ ଚଳିତ ବର୍ଷ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ମୁକ୍ତିଲାଭ କରିବ । ଏହି ଫିଲ୍ମର ବିଶେଷ କଥା ହେଉଛି ଅଭିଷେକ ବଚ୍ଚନ ଏଥିରେ ଭିଲେନ ଭୂମିକାରେ ନଜର ଆସିବେ।

You might also like