ମନ୍ନତ ପାଇଁ ଶାହରୁଖ ସରକାରଙ୍କ ଠାରୁ ପାଇବେ ୯ କୋଟି ଟଙ୍କା

ବଲିଉଡର କିଙ୍ଗ ଖାନ୍ ଭାବରେ ଶାହାରୁଖ ବେଶ ପରିଚିତ । ସେ ଯେପରି ପ୍ରସିଦ୍ଧ ଓ ଲୋକପ୍ରିୟ ଠିକ୍ ସେମିତି ମନ୍ନତରେ ଥିବା ତାଙ୍କ ବଙ୍ଗଳା ବେଶ୍ ପ୍ରସିଦ୍ଧ ଲାଭ କରିଛି । ପ୍ରତି ସପ୍ତାହରେ ହଜାର ହଜାର ପ୍ରଶଂସକ ଏହି ବଙ୍ଗଳାକୁ ଶାହାରୁଖଙ୍କୁ ଦେଖିବାକୁ ଆସନ୍ତି ।
ଶାହାରୁଖ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ନିରାଶ କରନ୍ତି ନାହିଁ ଏବଂ କେବଳ ଗୋଟିଏ ଝଲକ ଦେଖିବା ପାଇଁ ପ୍ରଶଂସକଙ୍କ ମନରେ ଆନନ୍ଦର ସୀମା ରହେ ନାହିଁ । ଏହି ବଙ୍ଗଳା ଶାହାରୁଖ ଖାନଙ୍କ ପାଇଁ ବହୁତ ଶୁଭ । ସେ ଅନେକ ଥର କହିଛନ୍ତି ଯେ ଏହି ବଙ୍ଗଳାତାଙ୍କୁ ବହୁତ କିଛି ଦେଇଛି । ଏଭଳି ପରିସ୍ଥିତିରେ ଶାହାରୁଖ ଖାନଙ୍କୁ ଏହି ବଙ୍ଗଳା କୋଟି କୋଟି ଟଙ୍କା ଦେବାକୁ ଯାଉଛି । ଆସନ୍ତୁ ଜାଣିବା କାହିଁକି…
ଶାହାରୁଖଙ୍କ ବଙ୍ଗଳା ବିଷୟରେ କହିବାକୁ ଗଲେ ଏହି ମନ୍ନତ ବାନ୍ଦ୍ରା ପଶ୍ଚିମରେ ଅଛି । ଏହା ୨,୪୪୬ବର୍ଗଫୁଟ ଉପରେ ତିଆରି ହୋଇଛି । ଶାହରୁଖ ସରକାରୀ ନୀତି ଅନୁଯାୟୀ ଏହି ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ ଘରର ମାଲିକାନା ଅଧିକାର ପାଇବା ପାଇଁ ଏହି ପଦକ୍ଷେପ ନେଇଥିଲେ। କିନ୍ତୁ ୨୦୨୨ ମସିହାରେ ଯେତେବେଳେ ଶାହାରୁଖ ଖାନ ଶୁଳ୍କ ଗଣନା କରିଥିଲେ ସେତେବେଳେ ସେ ସରକାରଙ୍କ ଏହି ଭୁଲ ବିଷୟରେ ଜାଣିଥିଲେ ।
ବର୍ତ୍ତମାନ ସରକାରଙ୍କ ଏହି ଭୁଲ ପାଇଁ ଶାହାରୁଖ ଖାନ ଲାଭ ପାଇବାକୁ ଯାଉଛନ୍ତି ଏବଂ ତାଙ୍କୁ ୯ କୋଟି ଟଙ୍କା ମିଳିବ । ଯଦି କାମ କଥା କହିବା ଶାହାରୁଖ ଖାନଙ୍କ ଫିଲ୍ମଗୁଡ଼ିକ ପୂର୍ବ ଭଳି ଆଜି ପର୍ଯନ୍ତ ଲୋକ ପ୍ରିୟତା ହାସଲ କରୁଛି । ୨୦୨୩ ମସିହାରେ ଚଳଚ୍ଚିତ୍ର ପଠାନ୍, ଜୱାନ୍ ଏବଂ ଡଙ୍କି ବହୁତ ଭଲ କଲେକ୍ସନ୍ କରିଥିଲା ।
ମୁମ୍ବାଇ ସରକାରଙ୍କ ଦ୍ୱାରା ଏହି ଭୁଲ ପାଇଁ ଶାହରୁଖ ଖାନଙ୍କୁ ତାଙ୍କ ଘର ମନ୍ନତ ପାଇଁ ୯ କୋଟି ଟଙ୍କା ମିଳିବ। ପରେ ଯେତେବେଳେ ଖାନ ପରିବାର ଏହା ଜାଣିଲେ, ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଫେରସ୍ତ କରିବାକୁ ଦାବି କରିଥିଲେ ।
Also read:ଶାହାରୁଖ୍, ଦୀପିକା ଏବଂ ପ୍ରଭାସ ସବୁ ରହିଗଲେ ପଛରେ, ନମ୍ବର ୧ରେ ରହିଲେ ଏହି ଅଭିନେତ୍ରୀ