ମହିଳା ହକି ଟିମ୍‌ର ଐତିହାସିକ ବିଜୟରେ ଖୁସି ହେଲେ ଶାହାରୁଖ ଖାନ୍‌, କହିଲେ- ସୁନା ନେଇ ଆସ

ଆଜି ସକାଳେ ଭାରତୀୟ ମହିଳା ହକି ଟିମ୍‌ ଟୋକିଓ ଅଲମ୍ପିକ ୨୦୨୧ରେ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଦେଶର ଟେକ ରଖିଛନ୍ତି। ମହିଳା ହକି ଟିମ୍‌ର ଦମ୍‌ଦାର ବିଜୟ ପରେ ସୋସିଆଲ ମିଡିଆରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ତାଙ୍କର ଏହି ବିଜୟର ଶ୍ରେୟ ଲୋକମାନେ ଟିମ୍‌ର କୋଚ୍‌ ସୋର୍ଡ ମାରଜେନ୍‌ଙ୍କୁ ଦେଉଛନ୍ତି। ତେବେ ସବୁଠୁ ମଜା କଥା ହେଉଛି, ମହିଳା ହକି ଟିମ୍‌ର ଏହି ଐତିହାସିକ ବିଜୟର ତୁଳନା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ଚକ୍‌ ଦେ ଇଣ୍ଡିଆ ସହ ହେଉଛି। ସକାଳୁ ହିଁ ସୋସିଆଲ ମିଡିଆରେ ଚକ୍‌ ଦେ ଇଣ୍ଡିଆ ଟ୍ରେଣ୍ଡ୍‌ କରୁଛି।

ଅନେକ କଳାକାରଙ୍କ ସମେତ ଫିଲ୍ମ ଚକ୍‌ ଦେ ଇଣ୍ଡିଆର କୋଚ୍‌ କବୀର ସିଂହ ଭୂମିକାରେ ଅଭିନୟ କରିଥିବା ବଲିଉଡ୍‌ ବାଦ୍‌ଶାହ ଶାହାରୁଖ ଖାନ୍‌ ମଧ୍ୟ ଭାରତୀୟ ମହିଳା ହକି ଟିମ୍ କୋଚ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପରିବାର ଲୋକଙ୍କ ଉଦ୍ଦେଶ୍ୟରେ କୋଚ୍ ଜୋଏଡ୍ କରିଥିବା ଟ୍ଵିଟ୍କୁ ରି-ଟ୍ଵିଟ୍ କରି ଶାହରୁଖ ଲେଖିଛନ୍ତି, ଠିକ୍ ଅଛି କିଛି ସମସ୍ୟା ନାହିଁ । ଫେରିବା ବେଳେ ଗୋଲ୍ଡ ନେଇ ଆସ । ଏହି ଟ୍ଵିଟ୍‌ରେ ଶାହାରୁଖ ଖାନ୍‌ ନିଜ ଜନ୍ମ ଦିନ ନଭେମ୍ବର ୨ କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ଏଥରକ ଧନତେରସ୍‌ ବି ୨ ନଭେମ୍ବରରେ।

ରିଟ୍ଵିଟରେ ଶାହରୁଖ ନିଜକୁ ପୂର୍ବତନ କୋଚ୍ କବୀର ଖାନ୍ ବୋଲି ଲେଖିଛନ୍ତି । ଭାରତୀୟ ମହିଳା ଟିମ୍ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଜିତିବା ପରେ ଆଜି ସୋସିଆଲ୍ ମିଡିଆରେ କୋଚ୍ ଜୋଏଡଙ୍କୁ ନେଇ ଭାରି ଚର୍ଚ୍ଚା ହେଉଛି । ସେ ଟିମ୍ ମେମ୍ବରଙ୍କ ସହ ଏକ ଫଟୋ ସେୟାର କରି ଲେଖିଥିଲେ, Sorry Family, I Coming again later ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.