ଏକ ଇଭେଣ୍ଟରେ ଡ୍ୟାନ୍ସ କରିବା ପାଇଁ ଶାହାରୁଖ କେତେ ଟଙ୍କା ନିଅନ୍ତି …ଜାଣନ୍ତୁ
ବଲିଉଡ କିଙ୍ଗ ଶାହରୁଖ ଖାନ ନିଜର ଦମଦାର ଅଭିନୟ ପାଇଁ ସବୁଠାରେ ବେଶ ପରିଚିତ । ଶାହରୁଖ ତିନି ଦଶନ୍ଧିରୁ ଅଧିକ ସମୟ ସେ ବଲିଉଡରେ ଅଛନ୍ତି । ସେ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ ମାଧ୍ୟମରେ ଏକ ସ୍ବତନ୍ତ୍ର ପରିଚୟ ସଷ୍ଟି କରିପାରିଛନ୍ତି । ସେ ଗୋଟିଏ ଫିଲ୍ମରେ କାମ କରିବା ପାଇଁ କୋଟିଏ ଟଙ୍କା ଡିମାଣ୍ଡ କରନ୍ତି । ଶାହରୁଖ ଫିଲ୍ମ ସହିତ ପ୍ରାଇଭେଟ ଇଭେଣ୍ଟରେ ମଧ୍ୟ କାମ କରନ୍ତି । ଗୋଟିଏ ପ୍ରାଇଭେଟ ଇଭେଣ୍ଟରେ ସେ ନିଜର ଡ୍ୟାନ୍ସ ପ୍ରତିଭା ଦେଖାଇଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।
ତେବେ ଆପଣ ଜାଣିଛନ୍ତି କି ଶାହରୁଖ ଏକ ପ୍ରାଇଭେଟ ଇଭେଣ୍ଟରେ କାମ କରିବା ପାଇଁ ସେ କେତେ ଟଙ୍କା ନିଅନ୍ତି ? ଶାହରୁଖ ଖାନ ଇଭେଣ୍ଟରେ ପଠାନ ପିଲ୍ମର ଏକ ଗୀତ ଝୁମେ ଜୋ ପଠାନ ଗୀତରେ ଡ୍ୟାନ୍ସ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖି ବହୁତ ପ୍ରଶଂସକ ଖୁସି ହୋଇଯାଉଛନ୍ତି । ଏହି ଭିଡ଼ିଓରେ ଶାହରୁଖ ଖାନ ସଲ୍ଟ ଏଣ୍ଡ ପେପର ଲୁକରେ ନଜର ଆସିଥିଲେ । ପ୍ରଶଂସକ ମାନେ ଏହି ଭିଡ଼ିଓକୁ ଦେଖି ବହୁତ ଲାଇକ କରିବା ସହ କମେଣ୍ଟ କରିଛନ୍ତି ।
ଶାହରୁଖ ଖାନ ଏକ ପ୍ରାଇଭେଟ ଇଭେଣ୍ଟରେ ତାଙ୍କର ଡ୍ୟାନ୍ସ ପ୍ରତିଭା ଦେଖାଇବାକୁ ୩ କୋଟି ଟଙ୍କା ନିଅନ୍ତି । ସେ କିଛି ବର୍ଷ ହେଲା ଅନେକ ବିବାହରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଗୁଡିକ ଭାଇରାଲ ହୋଇଥାଏ । ୨୦୨୫ରେ ଶାହରୁଖ ଖାନ ଝିଅ ସୁହାନା ଖାନଙ୍କ ସହ ଏକ ଫିଲ୍ମରେ ନଜର ଆସୁଛନ୍ତି । ଏହି ଫିଲ୍ମର ନାମ କିଙ୍ଗ ଅଟେ । ଏହି ଫିଲ୍ମରେ ଅଭିଷେକ ବଚ୍ଚନ ମଧ୍ୟ ନଜରରେ ଆସୁଛନ୍ତି । କିନ୍ତୁ ଅଭିଷେକ ଏହି ଫିଲ୍ମରେ ନଜର ଆସିବା ନେଇ କୌଣସି ସୂଚନା ମିଳି ପାରିନାହିଁ ।
ସୁହାନା ଓ ଶାହରୁଖ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଶାହରୁଖ ଙ୍କର ୨୦୨୪ ରେ କୌଣସି ଫିଲ୍ମ ଆସିନାହିଁ । ସେ ୨୦୨୩ରେ ପଠାନରେ କମ ବ୍ୟାକ କରିଥିଲେ । ସେହି ବର୍ଷରେ ଶାହରୁଖ ୩ ଟି ଫିଲ୍ମ ପଠାନ, ଜୱାନ, ଡଙ୍କିରେ ତାଙ୍କୁ ଦେଖିବାକୁ ମିଶିଥିଲା । ଏହି ୩ ଟି ଫିଲ୍ମରେ ବକ୍ସ ଅଫିସରେ ଭଲ ଆୟ କରିଥିଲା । ଏହି ୩ଟି ଫିଲ୍ମରେ ଶାହରୁଖଙ୍କ ଅଭିନୟ ଏବଂ ଲୁକ ଭିନ୍ନ ଥିଲା ।