ଫିଲ୍ମ ଇଣ୍ଡଷ୍ଟ୍ରୀରେ ୩୦ ବର୍ଷ ପୂରଣ କଲେ କିଙ୍ଗ୍‌ ଖାନ, ଫ୍ୟାନ୍‌ମାନଙ୍କ ସହ ସେୟାର କଲେ ‘ପଠାନ୍‌’ର ମୋଶନ ପୋଷ୍ଟର

ଶାହରୁଖ ଖାନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ୩୦ ବର୍ଷ ପୂରଣ କରିଛନ୍ତି। ଏହି ଖାସ୍‌ ମଉକାରେ କିଙ୍ଗ୍‌ ଖାନ୍‌ ନିଜ ଫ୍ୟାନମାନଙ୍କ ସହ ନିଜର ଆଗାମୀ ଫିଲ୍ମ ‘ପଠାନ୍‌’ର ମୋଶନ ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ ଶାହରୁଖ ହାତରେ ବନ୍ଧୁକ ଧରି ଛିଡ଼ା ହୋଇଥିବାର ନଜର ଆସୁଛନ୍ତି। ଫ୍ୟାନ୍‌ମାନଙ୍କୁ ତାଙ୍କର ଏହି ନୂଆ ତଥା ଦମ୍‌ଦାର ଲୁକ୍‌ ଖୁବ୍‌ ପସନ୍ଦ ଆସୁଛି।

ଇନ୍‌ଷ୍ଟାଗ୍ରାମରେ ମୋଶନ ପୋଷ୍ଟର ସେୟାର କରି ଶାହରୁଖ ଲେଖିଛନ୍ତି, ‘୩୦ ବର୍ଷ ଏବଂ ଗଣୁନାହିଁ, କାହିଁକି ନା, ଆପଣଙ୍କ ଭଲ ପାଇବା ଓ ଖୁସି ସୀମାହୀନ। ଏହି ଯାତ୍ରା ପଠାନ୍‌ ସହିତ ଜାରି ରହିଛି। ୨୫ ଜାନୁଆରୀ, ୨୦୨୩ରେ YRF50 ସହିତ ପଠାନ୍‌କୁ ସେଲିବ୍ରେଟ୍‌ କରନ୍ତୁ। ଫିଲ୍ମ ହିନ୍ଦୀ, ତାମିଲ ଓ ତେଲୁଗୁରେ ରିଲିଜ୍‌ ହେଉଛି’।

ସେପଟେ ଶାହରୁଖଙ୍କ ପୋଷ୍ଟରେ ତାଙ୍କ ଫ୍ୟାନମାନେ ଖୁବ୍‌ ପ୍ରତିକ୍ରିୟା ଦେଉଛନ୍ତି। କହି ରଖୁଛୁ, ପଠାନ୍‌ର ଏହି ମୋଶନ ପୋଷ୍ଟରକୁ ଏ ପର୍ଯ୍ୟନ୍ତ ପାଖାପାଖି ୫ ଲକ୍ଷ ଲାଇକ୍ ମିଳି ସାରିଲାଣି। ଏଥିରୁ ଅନୁମାନ କରାଯାଇ ପାରିବ ଯେ ଫ୍ୟାନମାନେ ତାଙ୍କ ଲୁକ୍‌କୁ କେତେ ପସନ୍ଦ କରୁଛନ୍ତି।

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଠାନ୍‌’ରେ ଶାହରୁଖ ପୁଣିଥରେ ନିଜ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ୍‌’ର କୋ-ଆକ୍ଟର ଦୀପିକା ପାଦୁକୋନଙ୍କ ସହ କାମ କରିଛନ୍ତି। ଏଥି ପୂର୍ବରୁ ବି ଦୁଇଜଣ ଅନେକ ଫିଲ୍ମରେ କାମ କରିଛନ୍ତି।

ପଠାନ୍‌ରେ ଜନ୍‌ ଆବ୍ରାହମ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। କହି ରଖୁଛୁ, ଶାହରୁଖ ଖାନ ନିଜ ଫିଲ୍ମ କ୍ୟାରିୟର ରାଜ୍‌ କଁଓ୍ଵରଙ୍କ ଫିଲ୍ମ ‘ଦିଓ୍ଵାନା’ରୁ ଆରମ୍ଭ କରିଥିଲେ। ଏହି ଫିଲ୍ମ ୧୯୯୨ରେ ରିଲିଜ୍‌ ହୋଇଥିଲା। ଏଥିରେ ତାଙ୍କ ସହିତ ଦିବ୍ୟା ଭାରତୀ ଓ ଋଷି କପୁର ଲିଡ୍‌ ରୋଲ୍‌ରେ ଥିଲେ।

 

View this post on Instagram

 

A post shared by Shah Rukh Khan (@iamsrk)

 

View this post on Instagram

 

A post shared by Shah Rukh Khan (@iamsrk)

Leave A Reply

Your email address will not be published.