ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ, ରିଲିଜ ପୂର୍ବରୁ ଲିକ୍‌ ହେଲା ‘ପଠାନ’ର ଟ୍ରେଲର !

ଫିଲ୍ମ ‘ପଠାନ’କୁ ନେଇ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଶାହରୁଖ ଗତ ୫ ବର୍ଷ ହେଲାଣି ବଡ ପରଦାରୁ ଗାଏବ ଥିଲେ। ଆଉ ଏବେ ଶାହରୁଖଙ୍କ ଫିଲ୍ମ କେବେ ରିଲିଜ ହେବ ଫ୍ୟାନ୍ସ ପ୍ରତୀକ୍ଷା କରିଛନ୍ତି । ‘ପଠାନ’ର ଟ୍ରେଲର ଦେଖିବାକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ‘ପଠାନ’ର ଟ୍ରେଲର ରିଲିଜ ହେବା ନେଇ ମେକର୍ସ ତାରିଖ ଘୋଷଣା କରିଛନ୍ତି।

ଲୋକପ୍ରିୟ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ ‘ପଠାନ’ର ଟ୍ରେଲର ରିଲିଜ ତାରିଖ ଘୋଷଣା କରିଛନ୍ତି। ତେବେ ପଠାନର ଟ୍ରେଲର ୧୦ ତାରିଖରେ ରିଲିଜ ହେବ ବୋଲି ସେ କହିଛନ୍ତି ।

 

View this post on Instagram

 

A post shared by Taran Adarsh (@taranadarsh)

ସୂଚନାଯୋଗ୍ୟ, ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ରିଲିଜ ପୂର୍ବରୁ ବେଶ୍‌ ଚର୍ଚ୍ଚାରେ ରହିଥିଲା । ଫିଲ୍ମର ଗୀତ ‘ବେଶରମ ରଙ୍ଗ’ରେ ଦୀପିକାଙ୍କ ଗେରୁଆ ଡ୍ରେସ ଯୋଗୁଁ ବିବାଦରେ ଫସିଥିଲା ଫିଲ୍ମ ‘ପଠାନ’ । ତେବେ ଏହା ମଧ୍ୟରେ ଫିଲ୍ମ ‘ପଠାନ’ର ଟ୍ରେଲର ଲିକ୍‌ ହେବା ଖବର ମଧ୍ୟ ସାମ୍ନାକୁ ଆସୁଛି ।

ଫିଲ୍ମ ‘ପଠାନ’ର ଗୀତ ବେଶରମ ରଙ୍ଗ ଗତ କିଛିଦିନ ତଳେ ରିଲିଜ ହୋଇଥିଲା। ଏହି ଗୀତ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଫ୍ୟାନ୍ସ ପସନ୍ଦ ଆସିବା ସତ୍ତ୍ୱେ ଗୀତରେ ଗେରୁଆ ବସ୍ତ୍ର ପାଇଁ ବିବାଦରେ ଫସିଥିଲା । ବାସ୍ତବରେ, ପଠାନର ବେଶରମ ରଙ୍ଗ୍ ଗୀତର ଏକ ସିନରେ ଦୀପିକା କେସରୀ ରଙ୍ଗର ବିକିନୀ ପିନ୍ଧିଛନ୍ତି, ଯାହାକୁ ହିନ୍ଦୁ ସଙ୍ଗଠନ ବିରୋଧ କରୁଛନ୍ତି। ଫିଲ୍ମକୁ ସୋସିଆଲ ମିଡିଆରେ ବୟକଟ କରିବାକୁ ଟ୍ରେଣ୍ଡ୍‌ ବି ଆରମ୍ଭ ହେଇଥିଲା । ଫିଲ୍ମ ‘ପଠାନ’ ଜାନୁଆରୀ ୨୫ ୨୦୨୩ରେ ରିଲିଜ ହେବ। ଫିଲ୍ମଟି ରିଲିଜ ହେବା ପୂର୍ବରୁ ଏହାର ଗୀତ ବହୁତ ସୁପରହିଟ୍‌ ହୋଇଛି। ଫ୍ୟାନ୍ସ ଏହାକୁ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.