ବଲିଉଡ୍ ଅଭିନେତା ରାଜକୁମାର ରାଓ ଏବଂ ଶାହାରୁଖ ଖାନ୍ଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ରାଜକୁମାର ରାଓ ନିଜ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। ପୋଷ୍ଟର କ୍ୟାପସନ୍ରେ ସେ ଲେଖିଛନ୍ତି ଯେ ପିଲାବେଳୁ ସେ ଶାହାରୁଖ ଖାନ୍ଙ୍କ ଡାଇଲଗ୍ କହି ଆସୁଛନ୍ତି। କିନ୍ତୁ ଯେତେବେଳେ ଶାହାରୁଖ ଖାନ୍ ତାଙ୍କ ଡାଇଲଗ୍ କହିଲେ ତାଙ୍କୁ ଖୁବ୍ ଭଲ ଲାଗିଲା। ଇଣ୍ଟରନେଟ୍ରେ ଭାଇରାଲ ହେଉଥିବା ଏହି ଭିଡିଓରେ ଶାହାରୁଖ ଖାନ୍, ରାଜକୁମାର ରାଓଙ୍କ ଫିଲ୍ମ ସ୍ତ୍ରୀର ଡାଇଲଗ୍ ‘‘ଓ୍ଵିସ୍କି ପ୍ଲିଜ୍’’ କହୁଥିବା ନଜର ଆସିଛି।
ଦେଖନ୍ତୁ ଭିଡିଓ:
ଭିଡିଓରେ ରାଜକୁମାର ଓ ଶାହାରୁଖଙ୍କ କେମେଷ୍ଟ୍ରି ଖୁବ୍ ଷ୍ଟଙ୍ଗ୍ ଥିବା ଦେଖିବାକୁ ମିଳିଛି। ରାଜକୁମାର ଆହୁରି ମଧ୍ୟ କହିଛନ୍ତି ଯେ ଶାହାରୁଖଙ୍କ ଭଳି ଆଉ କେହି ନାହାନ୍ତି। ପୋଷ୍ଟରେ ରାଜକୁମାର ଲେଖିଛନ୍ତି ଯେ, ଆପଣଙ୍କଠାରୁ ମୋତେ ଅଭିନେତା ହେବା ପାଇଁ ପ୍ରେରଣା ମିଳିଛି। ମୁଁ ଆପଣଙ୍କର ସବୁଠାରୁ ବଡ଼ ଫ୍ୟାନ୍। ରାଜକୁମାର ରାଓଙ୍କ ଏହି ଭିଡିଓକୁ ଫ୍ୟାନ୍ମାନେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି।
ଏହାସହ ପଢ଼ନ୍ତୁ: ଜ୍ୟାକ୍ଲିିନ୍ଙ୍କ ସହ ମୁନି ବଦନାମ ହୁଇ ଗୀତରେ ଠୁମ୍କା ଲଗାଇଲେ ସଲ୍ମାନ
ସୂଚନାଯୋଗ୍ୟ ଯେ, ନିକଟରେ ରାଜକୁମାର ରାଓ ଓ ମୋନି ରୟଙ୍କ ଅଭିନୀତ ଫିଲ୍ମ ମେଡ୍ ଇନ୍ ଚାଇନା ରିଲିଜ୍ ହୋଇଛି। ମାତ୍ର ଏବେ ପର୍ଯ୍ୟନ୍ତ ଦର୍ଶକେ ଏହି ଫିଲ୍ମକୁ ଏତେଟା ପସନ୍ଦ କରିନାହାନ୍ତି।