ନୂଆ ଲୁକ୍‌ରେ ନଜର ଆସିଲେ କିଙ୍ଗ୍‌ ଖାନ୍‌, ପୁଲ୍‌ ଖେଳିବା ବେଳେ ଦେଲେ ବଡ଼ ମେସେଜ୍‌

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ୍‌ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ସେୟାର କରିଥାନ୍ତି। ଫିଲ୍ମରେ ନଜର ଆସୁନଥିଲେ ମଧ୍ୟ ସେ ଫ୍ୟାନ୍‌ଙ୍କ ସହ ସବୁବେଳେ ଯୋଡ଼ି ହୋଇ ରହିଥାନ୍ତି। ନିକଟରେ କିଙ୍ଗ୍‌ ଖାନ୍‌ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଖୁବ୍‌ ସୁନ୍ଦର କ୍ୟାପସନ୍‌ ଦେଇଛନ୍ତି, ଯାହା ବେଶ୍‌ ଭାଇରାଲ ହେଉଛି।

ଶାହାରୁଖ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ପୁଲ ଗେମ୍‌ ଖେଳୁଥିବା ବେଳେ ତାଙ୍କ ନଜର ପିଙ୍କ୍‌ ବଲ୍‌ ଉପରେ ରହିଛି। ଏହି ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି, ଯେତେବେଳ ଯାଏଁ ପିଙ୍କ୍‌ ଏହି ସଂସାରରେ ଥିବ, ସେତେବେଳ ଯାଏଁ ଏହା ରହିବା ପାଇଁ ଉତ୍ତମ ସ୍ଥାନ।

 

View this post on Instagram

 

A post shared by Shah Rukh Khan (@iamsrk)

ପ୍ରକାଶ ଯେ, ପିଙ୍କ୍‌ କଲରକୁ ମହିଳା ବା ଝିଅଙ୍କ ପାଇଁ ବ୍ୟବହାର କରାଯାଏ। ଏଣୁ ଶାହାରୁଖ ମେସେଜ୍‌ ଦେଇଛନ୍ତି ଯେ ଯେବେ ଯାଏଁ ମହିଳାମାନେ ରହିବେ ସେବେ ଯାଏଁ ପୃଥିବୀ ସୁନ୍ଦର ଓ ରହିବା ପାଇଁ ଯୋଗ୍ୟ ରହିବ।

ଶାହାରୁଖଙ୍କର ଏହି ପୋଷ୍ଟ ଭାଇରାଲ ହେବା ପରେ ପ୍ରାୟ ୨୧ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ସେହିପରି ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ କମେଣ୍ଟ କରି ଶାହରୁଖଙ୍କ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି। ପ୍ରକାଶ ଯେ ଶାହାରୁଖଙ୍କୁ ଖୁବ୍‌ଶୀଘ୍ର ପଠାନ୍‌ ଫିଲ୍ମରେ ଦର୍ଶକେ ଦେଖିବାକୁ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.