ଇଦ୍ ଅବସରରେ ଫ୍ଯାନଙ୍କୁ ଏମିତି ସରପ୍ରାଇଜ ଦେଲେ କିଙ୍ଗ ଖାନ୍, ଭାଇରଲ ହେଉଛି ଫଟୋ

ବଲିଉଡ ଷ୍ଟାର ଶାହରୁଖ ଖାନ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ନିଜ ଷ୍ଟାଇଲ ଯୋଗୁଁ ବେଶ ପରିଚିତ। ଶାହରୁଖ ଅନେକ ଦିନରୁ ଫିଲ୍ମ ଠାରୁ ଦୂରରେ ରହିଛନ୍ତି କିନ୍ତୁ ତାଙ୍କ କ୍ରେଜ ଆଜିଯାଏ ମଧ୍ୟ କମିନି। ଏମିତିରେ ଇଦ୍ ଅବସରରେ ନିଜ ଫ୍ଯାନଙ୍କୁ ସରପ୍ରାଇଜ ଦେଇଛନ୍ତି।

ଶାହରୁଖ ନିଜ ଫ୍ଯାନ ମାନଙ୍କ ପାଇଁ କରିଛନ୍ତି ନୂଆ ଫଟୋଶୁଟ। ଯାହା ତାଙ୍କ ଫ୍ଯାନଙ୍କୁ ହ୍ଦୟକୁ ଜିତି ନେଇଛି। ଏହି ଫଟୋରେ ଶାହରୁଖ ଖାନ ସଂପୂର୍ଣ୍ଣ ଭାବେ ଫେଷ୍ଟିଭ ମୁଡରେ ନଜର ଆସିଛନ୍ତି। ଶାହରୁଖ ମେରୁନ ଏବଂ ବ୍ଲାକ ରଙ୍ଗର ପଠାନୀ ସୁଟ୍ ପିନ୍ଧିଛନ୍ତି। ଯେଉଁଥିରେ ବେଶ୍ ରୟାଲ ଭାବେ ନଜର ଆସିଛନ୍ତି। ଫଟୋରେ ଶାହରୁଖ ଏକ କାଠ ଚେୟାରେ ଆରାମ ପୋଜିସନରେ ବସିଛନ୍ତି।

ଏହି ଫଟୋକୁ ବଲିଉଡର ଟପ୍ ଫଟୋଗ୍ରାଫର ଡବ୍ବୁ ରତନାନୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହାକୁ ଦେଖି ଫ୍ଯାନ ବହୁତ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.