ପାଓ୍ଵାର କପଲ୍ ନୟନତାରା ଓ ଭିଗ୍ନେଶ ଶିବନଙ୍କ ବିବାହ, ସାମ୍ନାକୁ ଆସିଲା ପ୍ରଥମ ଫଟୋ; କୋଭିଡ୍କୁ ମାତ୍ ଦେଇ ପହଞ୍ଚିଲେ ଶାହରୁଖ ଖାନ
ସାଉଥ୍ର ପାଓ୍ଵାର କପଲ୍ ନୟନତାରା ଓ ଭିଗ୍ନେଶ ଶିବନଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି। କପଲ୍ ଆଜି ଚେନ୍ନାଇର ମହାବଲିପୁରମ୍ର ଏକ ବିଳାସପୂର୍ଣ୍ଣ ରିସର୍ଟରେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ବିବାହ ଉତ୍ସବରେ ସାମିଲ ହେବା ପାଇଁ ସେଲିବ୍ରିଟିମାନେ ମହାବଲିପୁରମ୍ରେ ପହଞ୍ଚିଛନ୍ତି।
ସାଉଥ୍ର ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ବିବାହ ସ୍ଥଳରେ ପହଞ୍ଚିଛନ୍ତି। ସେଲିବ୍ରିଟି ଦମ୍ପତିଙ୍କ ପାରମ୍ପରିକ ବିବାହ ପାଇଁ ରଜନୀକାନ୍ତ ଧଳା କୁର୍ତ୍ତା ଓ ପାଇଜାମାରେ ଆସିଛନ୍ତି। ନୟନତାରା ଓ ଭିଗ୍ନେଶଙ୍କ ବିବାହ ପାଇଁ ଅଭିନେତା ଶାହରୁଖ ଖାନ ମଧ୍ୟ ପହଞ୍ଚିଛନ୍ତି। ବିବାହ ସ୍ଥଳରୁ ଶାହରୁଖଙ୍କ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଅଭିନେତା ବହୁତ ହ୍ୟାଣ୍ଡ୍ସମ୍ ଦେଖାଯାଉଛନ୍ତି।
ଶାହରୁଖ, ନୟନତାରାଙ୍କ ସହିତ ଫିଲ୍ମ ‘ଜୱାନ୍’ରେ ନଜର ଆସିବେ। ନିକଟରେ ଏହି ଚଳଚ୍ଚିତ୍ରର ଫାର୍ଷ୍ଟ ଲୁକ୍ ରିଲିଜ୍ ହୋଇଥିଲା। କହି ରଖୁଛୁ କି, କିଛି ଦିନ ପୂର୍ବରୁ ହିଁ ଶାହରୁଖ ଖାନଙ୍କୁ କରୋନା ହୋଇଥିବା ନେଇ ଖବର ଆସିଥିଲା। କିନ୍ତୁ ବର୍ତ୍ତମାନ ସେ କୋଭିଡରୁ ସୁସ୍ଥ ହୋଇ ସାରିଛନ୍ତି। ତେବେ ଶାହରୁଖଙ୍କ ସହିତ ଫିଲ୍ମ ‘ଜୱାନ୍’ର ନିର୍ଦ୍ଦେଶକ ଏଟଲି ମଧ୍ୟ ବିବାହ ସ୍ଥଳରେ ନଜର ଆସିଛନ୍ତି।
ନୟନତାରା ଓ ଭିଗ୍ନେଶ ଶିବନଙ୍କ ବିବାହରେ ଚଳଚ୍ଚିତ୍ର ନିର୍ମାତା ବୋନି କପୁର, ରଜନୀକାନ୍ତ, ଅଭିନେତା କାର୍ଥୀ, ସରଥ କୁମାର, ରାଧିକା ସରଥକୁମାରଙ୍କ ସହିତ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ କଳାକାର ଯୋଗ ଦେଇଛନ୍ତି।
#NayantharaVigneshShivan
SuperStar @rajinikanth has arrived for #Nayantharawedding 😍😍😍#NayantharaVigneshShivan #Nayanthara #VigneshShivan #Thalaivar169 pic.twitter.com/PS90nhsaRt— Sethupathi🤘 (@Sethupathy12) June 9, 2022
View this post on Instagram