ଫ୍ୟାନ୍‌ଙ୍କ ପ୍ରଶ୍ନର ଜବାବ ଦେଲେ ଶାହାରୁଖ ଖାନ୍‌, କହିଲେ ମନ୍ନତରେ ରହିବାକୁ ହେଲେ ଦେବାକୁ ପଡ଼ିବ ଏତିକି ଟଙ୍କା ଭଡ଼ା

ରୋମାନ୍ସ କିଙ୍ଗ୍‌ ଶାହାରୁଖ ଖାନ୍‌ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହିଥାନ୍ତି। ପ୍ରାୟ ସମୟରେ ଏହି ଷ୍ଟାର୍‌ ଫ୍ୟାନମାନଙ୍କ ପାଇଁ କିଛି ନା କିଛି ସେୟାର କରିଥାନ୍ତି। କୌଣସି ଫିଲ୍ମ କରୁନଥିଲେ ବି କିଙ୍ଗ୍‌ ଖାନ୍‌ ଫ୍ୟାନ୍‌ଙ୍କ ସହ ଯୋଡ଼ି ହୋଇ ରହିବାକୁ ଆଦୌ ଭୁଲିନାହାନ୍ତି। ନିକଟରେ ଶାହାରୁଖ ଖାନ୍‌ ଟ୍ଵିଟରରେ ଫ୍ୟାନ୍‌ଙ୍କ ପାଇଁ ଚାଟ୍‌ ସେସନ୍‌ ରଖିଥିଲେ। ସେଠାରେ ସେ ଫ୍ୟାନ୍‌ଙ୍କ କେତେକ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହା ପରଠାରୁ ସୋସିଆଲ ମିଡିଆରେ #AskSRK ଟ୍ରେଣ୍ଡ୍‌ କରୁଛି। ଶାହାରୁଖଙ୍କୁ ପୃଥିବୀର କୋଣ ଅନୁକୋଣରୁ ଫ୍ୟାନମାନେ ପ୍ରଶ୍ନ କରିଥିଲେ। ସେଥିରୁ ୨୦ଟି ପ୍ରଶ୍ନର ଉତ୍ତର ରଖିଥିଲେ ବଲିଉଡ୍‌ ବାଦ୍‌ଶାହା।

Image result for srk

ଜଣେ ଫ୍ୟାନ୍‌ ଶାହାରୁଖଙ୍କ ବଙ୍ଗଳା ମନ୍ନତକୁ ଭିତରୁ ଦେଖିବା ପାଇଁ ଏହାର ଭଡ଼ା କେତେ ପଚାରିଥିଲେ। ଏହାର ଉତ୍ତରରେ ଶାହାରୁଖ ଲେଖିଥିଲେ ‘୩୦ ବର୍ଷର ପରିଶ୍ରମ ପଡ଼ିବ’। ଶାହାରୁଖଙ୍କ ଏହି ଉତ୍ତରକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିଥିବା ଦେଖାଯାଇଛି।

ସେହିପରି ଆଉ ଜଣେ ୟୁଜର ପ୍ରଶ୍ନ କରିଥିଲେ ‘ସାର୍‌, ଆପଣଙ୍କ ଆଗାମୀ ପ୍ରୋଜେକ୍ଟକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ପ୍ଲିଜ୍‌ ଆପଣ ଏନେଇ ନିଜେ ଘୋଷଣା କରନ୍ତୁ’। ଏହାର ଜବାବରେ ଶାହାରୁଖ ଲେଖିଥିଲେ ‘ମୁଁ ହିଁ ଘୋଷଣା କରିବି। ଆଉ କିଏ କରିବ ମୋ ଭାଇ’।

କେବଳ ଫ୍ୟାନ୍‌ ନୁହେଁ ବଲିଉଡ୍‌ ଷ୍ଟାର ରିତେଶ ଦେଶମୁଖ ମଧ୍ୟ ଶାହାରୁଖଙ୍କୁ ଟ୍ଵିଟ୍‌ କରି ପ୍ରଶ୍ନ ପଚାରିଥିଲେ। ରିତେଶ ପଚାରିଥିଲେ ‘ଆପଣ ଆବ୍‌ରାମ୍‌ଠାରୁ କ’ଣ ଶିଖିବାକୁ ପାଇଛନ୍ତି’। ଏହାର ଉତ୍ତରରେ ଶାହାରୁଖ ଲେଖିଥିଲେ ‘ଯେତେବେଳେ ବି ତୁମେ ଦୁଃଖୀ, କ୍ଷୁଧାର୍ତ୍ତ ଓ ରାଗିଥିବ ସେତେବେଳେ ନିଜ ପସନ୍ଦର ଭିଡିଓ ଗେମ୍‌ ଖେଳିବା ବେଳେ ଟିକେ କାନ୍ଦିଦିଅ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.