ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଶାହରୁଖ ଖାନଙ୍କ ଏହି ଭିଡିଓ, ଧର୍ମକୁ ନେଇ ଦେଲେ ଏପରି ମନ୍ତବ୍ୟ

କେନ୍ୟୁଜ୍: ଗତକାଲି ସାରା ଦେଶ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କିରିଛି । ଏହି ଅବସରରେ ଇଣ୍ଟନେଟ୍ ରେ ବହୁତ ସାରା ଦେଶଭକ୍ତିପୁର୍ଣ୍ଣ ପୋଷ୍ଟ ଭର୍ତ୍ତି ହୋଇଯାଇଛି । ତେବେ ଏସବୁ ଭିତରେ ଶାହରୁଖ ଖାନ୍ ଧର୍ମ ବିଚାରକୁ ନେଇ ଏକ ଭିଡିଓ ସେୟାର କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଶାହରୁଖ୍ ନିକଟରେ ଏକ ସୋ’ରେ ସାମିଲ୍ ହୋଇଥିବା ସମୟରେ ଧର୍ମକୁ ନେଇ ପଦେ କଥା କହିଥିଲେ । ଯାହାର ଭିଡିଓ କ୍ଳିପ୍ ଏବେ ଚର୍ଚ୍ଚା ହେଉଛି ।

saharukhଶାହରୁଖ କହିଥିଲେ କି, ଆମ ଭିତରେ ହିନ୍ଦୁ-ମୁସଲମାନ କଥା ହିଁ ନାହିଁ । ମୋ ସ୍ତ୍ରୀ ହିନ୍ଦୁ,ମୁଁ ମୁସଲିମ୍ ଏବଂ ମୋ ଛୁଆ ହିନ୍ଦୁସ୍ତାନ । ଯେତେବେଳେ ସେ ଛୁଆଙ୍କ ସ୍କୁଲ ଯାଆନ୍ତି ତାଙ୍କୁ ସେଠାରେ ଫର୍ମରେ ଧର୍ମ କଣ ବୋଲି ପୂରଣ କରିବାକୁ ପଡିଥାଏ । ଆଉ ସେହି ସମୟରେ ଥରେ ତାଙ୍କ ଝିଅ ପଚାରିଥିଲେ କି- ବାପା ଆମେ କେଉଁ ଧର୍ମର । ସେହି ସମୟରେ ସେ କହିଥିଲି ଆମେ ଭାରତୀୟ । ଆମର କୌଣସି ଦ୍ବିତୀୟ ଧର୍ମ ହିଁ ନାହିଁ ।

ଦେଖନ୍ତୁ ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.