ଛୁଟି କାଟିବାକୁ ଲସ୍‌ଏଞ୍ଜେଲସ୍‌ରେ ପହଞ୍ଚିଲେ ଶାହାରୁଖ ଖାନ୍‌, ପ୍ରଥମ ଥର ପାଇଁ ସେୟାର କଲେ ନିଜ ଆଲିସାନ୍‌ ବଙ୍ଗଳାର ଫଟୋ

ଫିଲ୍ମ ଦୁନିଆଠାରୁ ଦୂରରେ ରହି ବର୍ତ୍ତମାନ ପରିବାର ସହ ସମୟ ବିତାଉଛନ୍ତି ଶାହାରୁଖ ଖାନ୍‌। ନିକଟରେ ସେ ଏକ କମେଡି, ଆକ୍ସନ୍‌, ଥ୍ରୀଲର ବିଗ୍‌ ବଜେଟ୍‌ ଫିଲ୍ମ ସାଇନ୍‌ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରାଜ ନିଦିମୋରୁ ଓ କୃଷ୍ଣା ଡିକେ। ଆସନ୍ତାବର୍ଷ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ। ଫିଲ୍ମ ସୁଟିଂ ଆରମ୍ଭ ହୋଇଗଲେ ଆଉ ସମୟ ନ ମିଳିବା ଆଶଙ୍କା କରି ଏବେଠୁ ଶାହାରୁଖ ପରିବାର ସହ ଛୁଟି କାଟିବାକୁ ଆମେରିକା ଯାଇଛନ୍ତି।

ଲସ୍‌ଏଞ୍ଜେଲସ୍‌ସ୍ଥିତ ନିଜ ବଙ୍ଗଳାରୁ ଶାହାରୁଖ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋ ସେୟାର କରି ଶାହାରୁଖ ଖାନ୍‌ ଲେଖିଛନ୍ତି ‘ଶେଷରେ କାଲିଫର୍ଣ୍ଣିଆରେ ସୂର୍ଯ୍ୟୋଦୟ ହୋଇଗଲା। ଏବେ ପୁଲ୍‌ରେ ଖେଳିବା ସମୟ। ମୁଁ ମୋ ଲସ୍‌ଏଞ୍ଜେଲସ୍‌ ବଙ୍ଗଳାରେ…’।

ପ୍ରଥମ ଥର ପାଇଁ ଶାହାରୁଖ ନିଜ ଲସ୍‌ଏଞ୍ଜେଲସ୍‌ ବଙ୍ଗଳାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିସହ ସେ ଆମେରିକା ବୁଲିବା ବେଳର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଶାହାରୁଖ ସେୟାର କରିଥିବା ଏହି ଫଟୋରେ ପତ୍ନୀ ଗୌରୀ କମେଣ୍ଟ କରି ଲେଖିଛନ୍ତି ‘‘ଲୁକିଂ ଫିଟ୍‌’’।

ଏହାସହ ପଢ଼ନ୍ତୁ: ପିଏମ୍‌ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏଭଳି ଅନୁରୋଧ କଲେ ହଲିଉଡ୍‌ ଅଭିନେତ୍ରୀ ପାମେଲା ଆଣ୍ଡ୍ରସନ୍‌

ସୂଚନାଯୋଗ୍ୟ ଯେ ଶେଷ ଥର ପାଇଁ ଶାହାରୁଖ ଖାନ୍‌ଙ୍କୁ ଜିରୋ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ଏତେଟା କମାଲ କରିପାରିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.