ବିବାହ ବାର୍ଷିକୀରେ ପତ୍ନୀଙ୍କ ପାଇଁ ଏମିତି ଭାବପୂର୍ଣ୍ଣ କଥା କହିଲେ କିଙ୍ଗ୍‌ ଖାନ୍‌, ପଢ଼ିଲେ ଆପଣ ବି କରିବେ ପ୍ରଶଂସା

ବଲିଉଡ୍‌ର କିଙ୍ଗ୍‌ ଭାବେ ପରିଚିତ ଶାହାରୁଖ୍‌ ଖାନ୍‌ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ୍‌ ଆଜି ୨୮ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଯୋଡି ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରେ ଅନ୍ୟତମ। ଏହି ଦମ୍ପତି ଏକାଠି ଜୀବନର ବହୁ ଝଡ଼ଝଞ୍ଜାକୁ ସାମ୍ନା କରିଛନ୍ତି।

ଏହାସହ ପଢ଼ନ୍ତୁ: ମହାଭାରତର ଦ୍ରୌପଦୀ ହେବେ ଦୀପିକା ପାଦୁକୋନ୍‌, ଜାଣନ୍ତୁ କେବେ ପରଦାକୁ ଆସିବ ଏହି ବିଗ୍‌ ବଜେଟ୍‌ ଫିଲ୍ମ

ଆଜି ବିବାହ ବାର୍ଷିକୀ ଅବସରରେ ଶାହାରୁଖ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପତ୍ନୀଙ୍କ ସହ ଏକ ଫଟୋ ସେୟାର କରି ଖୁବ୍‌ ସୁନ୍ଦର କ୍ୟାପସନ୍‌ ଦେଇଛନ୍ତି। ଶାହାରୁଖ ଲେଖିଛନ୍ତି ଯେ ଏମିତି ଲାଗୁଛି ଯେଭଳି ଏହା କାଲିର କଥା। ଆମେ ପ୍ରାୟ ତିନି ଦଶକ ଏକାଠି ଅଛୁ। ତିନିଟି ସ୍ନେହୀ ଛୁଆ ମଧ୍ୟ ଆମ ସହ ଅଛନ୍ତି। ମୁଁ ଜୀବନରେ ଯେତେ ସବୁ ପରିଙ୍କ କାହାଣୀ ଶୁଣିଛି ସେଥିରୁ ଆମ କାହାଣୀ ଉପରେ ହିଁ ମତେ ସବୁଠାରୁ ଅଧିକ ବିଶ୍ୱାସ ଅଛି। ମୋ ଜୀବନ ସେତିକି ସୁନ୍ଦର ଯେତିକି ହେବା କଥା।

ଶାହାରୁଖଙ୍କ ଏହି ପ୍ରେମପୂର୍ଣ୍ଣ ମେସେଜ୍‌କୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ୧୯୯୧ ମସିହା ଅକ୍ଟୋବର ୨୫ ତାରିଖରେ ଶାହାରୁଖ ଓ ଗୌରୀଙ୍କ ବିବାହ ହୋଇଥିଲା। ସେମାନଙ୍କର ୩ଟି ପିଲା ମଧ୍ୟ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.