ମନୋରଂଜନ

ଖୁବ୍‌ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌, ଆକ୍ଟିଂ ନୁହେଁ କରିବେ ଏହି କାମ

ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌। ଏଥରକ ଚର୍ଚ୍ଚାରେ ଆସିବାର କାରଣ ହେଉଛି ତାଙ୍କ ଡେବ୍ୟୁ। ତେବେ ଶାହାରୁଖ ପୂର୍ବରୁ ହିଁ କହିସାରିଛନ୍ତି ଯେ ଆର୍ଯ୍ୟନ୍‌ଙ୍କୁ ଆକ୍ଟିଂରେ ଆଦୌ ଆଗ୍ରହ ନାହିଁ। ସେ ଫିଲ୍ମରେ ଅଭିନୟ କରିବା ଅପେକ୍ଷା ଫିଲ୍ମ ତିଆରି କରିବାକୁ ଅଧିକ ଇଚ୍ଛୁକ। ଦୀର୍ଘ ଦିନ ଧରି ଶୁଣିବାକୁ ମିଳୁଥିଲା ଯେ ଆର୍ଯ୍ୟନ୍‌ ଖାନ୍‌ ନିର୍ଦ୍ଦେଶନା ଦେବେ। ଏବେ ତାଜା ରିପୋର୍ଟ ମୁତାବକ, ଆର୍ଯ୍ୟନ୍‌ ନିଜ ସ୍ୱପ୍ନ ପୂରଣ କରିବା ଦିଗରେ ଆଗକୁ ବଢ଼ୁଛନ୍ତି।

କୁହାଯାଉଛି ଯେ ଆର୍ଯ୍ୟନ୍‌ ଏବେ ଚୁପ୍‌ଚାପ୍‌ କେତେକ ଫିଲ୍ମରେ କାମ କରୁଛନ୍ତି। ଏହା ଫିଚର ଫିଲ୍ମ ଭାବେ କିମ୍ବା ୱେବ୍‌ ସିରିଜ୍‌ ଭାବେ ରିଲିଜ୍‌ ହୋଇପାରେ। ଆର୍ଯ୍ୟନ୍‌ ଯେଉଁ ବିଷୟରେ କାମ କରୁଛନ୍ତି, ସେଥିରୁ ଗୋଟିଏ ରେଡ୍‌ ଚିଲ୍ଲୀ ଏଣ୍ଟରଟେନ୍‌ମେଣ୍ଟର ବ୍ୟାନରରେ ଆମାଜନ ପ୍ରାଇମ୍‌ ପାଇଁ ୱେବ୍‌ ସିରିଜ୍‌ ତିଆରି କରୁଛି। ସେହିପରି ଆଉ ଏକ ଫିଚର ଫିଲ୍ମ ମଧ୍ୟ ତିଆରି କରାଯାଉଛି। ଆମାଜନ୍‌ ପ୍ରାଇମ୍‌ ପାଇଁ ତିଆରି ହେଉଥିବା ୱେବ୍‌ ସିରିଜ୍‌ରେ ଜଣେ ଫ୍ୟାନ୍‌ର ସଂଘର୍ଷମୟ କାହାଣୀ ପ୍ରଦର୍ଶିତ ହେବ, ଯାହାର ଜୀବନ ରୋମାଞ୍ଚରେ ଭରପୂର। ତେବେ ଏହି ଫିଚର ଫିଲ୍ମକୁ ନେଇ ଏବେ ଯାଏଁ କୌଣସି ତଥ୍ୟ ସାମ୍ନାକୁ ଆସି ନାହିଁ।

ଯଦି ସବୁ କିଛି ଠିକ୍‌ ଠାକ୍‌ ଚାଲେ ତେବେ ଚଳିତବର୍ଷ ହିଁ ସୁଟିଂ ଆରମ୍ଭ ହୋଇଯିବ। ତେବେ କେବଳ ଏହି ଦୁଇଟି ବିଷୟ ନୁହେଁ, ରେଡ୍‌ ଚିଲ୍ଲୀ ଏଣ୍ଟରଟେନ୍‌ ମେଣ୍ଟ ରାଇଟର୍ସ ଆର୍ଯ୍ୟନ୍‌ଙ୍କ ସହ ଅନ୍ୟ ବିଷୟରେ ମଧ୍ୟ ଆଲୋଚନା କରୁଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଆର୍ଯ୍ୟନ୍‌ ଏବେ କୋ-ରାଇଟର ବିଲାଲ ସିଦ୍ଦିକି ସହ କାମ କରୁଛନ୍ତି।

WCW 11

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

18 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

20 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago