ଦୁଇବର୍ଷ ପରେ ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି କିଙ୍ଗଖାନ, ଫିଲ୍ମ ‘ରକେଟରୀ’ରେ ଆସିବେ ନଜର

ଅନେକ ଦିନ ହେଲାଣି କିଙ୍ଗଖାନଙ୍କ ପ୍ରଶଂସକ ତାଙ୍କ ଫିଲ୍ମଙ୍କ ଚାହିଁ ବସିଛନ୍ତି। ଅନେକ ଦିନ ହେଲାଣି ଶାହରୁଖଙ୍କ କୌଣସି ଫିଲ୍ମ ପରଦାକୁ ଆସିନାହିଁ। ଶାହରୁଖ ୨୦୧୮ରେ ଶେଷ ଥର ପାଇଁ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ତା’ ପର ଠାରୁ କୌଣସି ଫିଲ୍ମ ଶାହରୁଖ ସାଇନ କରିନାହାନ୍ତି କି ଘୋଷଣା କରିନାହାନ୍ତି। ପୂର୍ବରୁ ସେ ରାକେଶ ଶର୍ମାଙ୍କ ବାୟୋପିକ ‘ସାରେ ଜାହାଁ ସେ ଅଚ୍ଛା’ରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଥିଲା କିନ୍ତୁ ସେଥିରେ କାମ କରିବା ପାଇଁ ମନା କରିଦେଇଥିଲେ।

zero

ଖବର ମୁତାବକ, ଶାହରୁଖ ଫିଲ୍ମ ଆର ମାଧବନଙ୍କ ଫିଲ୍ମ ‘ରକେଟରୀ’ ପାଇଁ ଏକ ଛୋଟ ଭୂମିକା ପାଇଁ ସୁଟ୍‌ କରିଛନ୍ତି। ଏହି ଫିଲ୍ମ ଜଣାଶୁଣା ରକେଟ ସାଇଣ୍ଟିଷ୍ଟ ନାମ୍ବି ନାରାୟଣନଙ୍କ ବାୟୋପିକ ରହିଛି। ଶାହରୁଖ ଏହି ଫିଲ୍ମ ପାଇଁ ଗତ ବର୍ଷ ସୁଟ୍‌ କରିଥିଲେ। ଏହି ଫିଲ୍ମରେ ଶାହରୁଖ ଜଣେ ସାମ୍ବାଦିକଙ୍କ ଭୂମିକାରେ ନଜର ଆସିବେ। ଏହାଛଡା ଫିଲ୍ମରେ ମାଧବନ ମଧ୍ୟ ନାସାର ଜଣେ ବୈଜ୍ଞାନିକ ଭୂମିକାରେ ଆସିବେ।
ସୂଚନାଯୋଗ୍ୟ, ଗତ ଦୁଇବର୍ଷ ମଧ୍ୟରେ ଶାହରୁଖ ୨୦ରୁ ଅଧିକ ସ୍କ୍ରିପ୍ଟ ପଢିସାରିଲେଣି। କିନ୍ତୁ ସବୁକୁ ରିଜେକ୍ଟ କରିସାରିଛନ୍ତି।

Leave A Reply

Your email address will not be published.