ରେକର୍ଡ କଲା ଶାହରୁଖଙ୍କ ଫିଲ୍ମ ‘ପଠାନ’, ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ

ବଲିଉଡର କିଙ୍ଗ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପଠାନ’ ରିଲିଜ ହୋଇଛି । ଅନେକ ବାଦ ବିବାଦ ପରେ ଫିଲ୍ମଟି ଶେଷରେ ରିଲିଜ ହୋଇଛି । ପ୍ରଥମ ଦିନରେ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଛି । ଏହି ଫିଲ୍ମ ‘କେଜିଏଫ୍-୨’ ଓ ‘ୱାର’ର ରେକର୍ଡ ଭାଙ୍ଗି ଦେଇଛି । ଦୀର୍ଘ ୪ ବର୍ଷ ପରେ କିଙ୍ଗ ଖାନଙ୍କ ଫିଲ୍ମ ସିଲଭର ସ୍କ୍ରିନକୁ କମବ୍ୟାକ କରିଛି । ତେଣୁ ଏନେଇ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଛନ୍ତି ।

ୟଶରାଜ ବ୍ୟାନରରେ ନିର୍ମିତ ଥ୍ରୀଲର ଫିଲ୍ମ ‘ପଠାନ’ ରିଲିଜ ହେବା ଦିନରୁ ବକ୍ସ ଅଫିସରେ କମାଲ ପ୍ରଦର୍ଶନ କରୁଛି । ବମ୍ପର ଆଡଭାନ୍ସ ବୁକିଂ ପରେ ପଠାନକୁ ଅନେକ ଫାଇଦା ମିଳିଛି । ଫିଲ୍ମ ପଠାନ ପ୍ରଥମ ଦିନରେ ୫୪ କୋଟି ଟଙ୍କା ଆୟ କରିଛି । ଏଥିସହିତ ଫିଲ୍ମଟି ସବୁଠାରୁ ବିନା ଛୁଟିଦିନରେ ଓପନର ଫିଲ୍ମ ହେବାରେ ସକ୍ଷମ ହୋଇଛି ।

‘କେଜିଏଫ-୨’ ହିନ୍ଦି ଭର୍ସନରେ ପ୍ରଥମ ଦିନରେ ୫୩.୯୫ କୋଟି ଓ ୱାର ୫୩.୩୫ କୋଟି ଟଙ୍କା ଆୟ କରିଥିଲା । ସେହିପରି ‘ଠଗସ ଅଫ୍ ହିନ୍ଦୁସ୍ତାନ’ ପ୍ରଥମ ଦିନରେ ୫୨.୨୫ କୋଟି ଓ ‘ହ୍ୟାପି ନ୍ୟୁ ଇୟର’ ୪୪.୯୭ କୋଟି ଆୟ କରିଥିଲା । ଏବେ ‘ପଠାନ’ ପ୍ରଥମ ଦିନରେ ସର୍ବାଧିକ ଆୟ କରିବାରେ ଭାରତୀୟ ଫିଲ୍ମ ଭାବେ ଇତିହାସ ରଚିଛି ।

ସୂଚନାଯୋଗ୍ୟ, ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ରିଲିଜ ପୂର୍ବରୁ ବେଶ୍‌ ଚର୍ଚ୍ଚାରେ ରହିଥିଲା । ଫିଲ୍ମର ଗୀତ ‘ବେଶରମ ରଙ୍ଗ’ରେ ଦୀପିକାଙ୍କ ଗେରୁଆ ଡ୍ରେସ ଯୋଗୁଁ ବିବାଦରେ ଫସିଥିଲା ଫିଲ୍ମ ‘ପଠାନ’ । ଫିଲ୍ମ ‘ପଠାନ’ର ଗୀତ ବେଶରମ ରଙ୍ଗ ଗତ କିଛିଦିନ ତଳେ ରିଲିଜ ହୋଇଥିଲା। ଏହି ଗୀତ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଫ୍ୟାନ୍ସ ପସନ୍ଦ ଆସିବା ସତ୍ତ୍ୱେ ଗୀତରେ ଗେରୁଆ ବସ୍ତ୍ର ପାଇଁ ବିବାଦରେ ଫସିଥିଲା । ବାସ୍ତବରେ, ପଠାନର ବେଶରମ ରଙ୍ଗ୍ ଗୀତର ଏକ ସିନରେ ଦୀପିକା କେସରୀ ରଙ୍ଗର ବିକିନୀ ପିନ୍ଧିଛନ୍ତି, ଯାହାକୁ ହିନ୍ଦୁ ସଙ୍ଗଠନ ବିରୋଧ କରୁଛନ୍ତି। ଫିଲ୍ମକୁ ସୋସିଆଲ ମିଡିଆରେ ବୟକଟ କରିବାକୁ ଟ୍ରେଣ୍ଡ୍‌ ବି ଆରମ୍ଭ ହେଇଥିଲା । ଫିଲ୍ମ ‘ପଠାନ’ ଜାନୁଆରୀ ୨୫ ୨୦୨୩ରେ ରିଲିଜ ହେବ। ଫିଲ୍ମଟି ରିଲିଜ ହେବା ପୂର୍ବରୁ ଏହାର ଗୀତ ବହୁତ ସୁପରହିଟ୍‌ ହୋଇଛି। ଫ୍ୟାନ୍ସ ଏହାକୁ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.