ମୋ ଦିନ ଆରମ୍ଭ ହେଲା ବେଳକୁ ଅକ୍ଷୟଙ୍କର ପ୍ୟାକଅପ୍ ହୋଇଥାଏ : ଶାହାରୁଖ ଖାନ୍

ମୁମ୍ବାଇ : ପ୍ରାୟତଃ ବଲିଉଡ଼ କଳାକାରଙ୍କ ମଧ୍ୟରେ କୋଲ୍ଡୱାର ଦେଖିବାକୁ ମିଳିଥାଏ। କଳାକାର ମାନେ ସିଧାସଳଖ ନହେଲେ ମଧ୍ୟ ପଛରେ ପରସ୍ପର ବିଷୟରେ ଅନେକ କଥା କହିଥାନ୍ତି। ସେହିପରି ନିକଟରେ, ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ଶାହାରୁଖ ଖାନ୍।

ଅକ୍ଷୟ ଏକ ବର୍ଷରେ ଦୁଇ ତିନୋଟି ଫିଲ୍ମ କରୁଥିବାରୁ, ଶାହାରୁଖ କାହିଁକି କରୁନାହାନ୍ତି ବୋଲି ଏକ ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ଦେଇ ଶାହାରୁଖ କହିଥିଲେ, ମୁଁ ଏ ବିଷୟରେ କ’ଣ କହିବି? ମୁଁ ତାଙ୍କ ପରି ସକାଳୁ ଜଲଦି ଉଠି ପାରେ ନାହିଁ। ମୁଁ ସେତେବେଳେ ସୁଏ, ଯେବେ ଅକ୍ଷୟ ଉଠନ୍ତି। ତାଙ୍କ ଦିନ ଖୁବ୍ ଜଲଦି ଆରମ୍ଭ ହୋଇଯାଏ। ଯେତେବେଳେ ମୁଁ କାମ କରିବା ଆରମ୍ଭ କରେ, ତାଙ୍କର ପ୍ୟାକ ଅପ ହୋଇଯାଏ ଓ ସେ ଘରକୁ ଚାଲିଯାନ୍ତି। ଏହି କାରଣରୁ ସେ ଆମ ମାନଙ୍କଠାରୁ ଅଧିକ କାମ କରିପାରନ୍ତି।

aki srk

 

ଆମେ ଏକାଠି କାମ କରିପାରିବୁ, ମାତ୍ର ଆମ ଟାଇମିଂ ମ୍ୟାଚ୍ଚ ହେବନି। ଯଦି ମୁଁ ଅକ୍ଷୟଙ୍କ ସହ କାମ କରିବି, ତେବେ ମଜ୍ଜା ହେବ। ଦୁହେଁ ସେଟ୍ରେ ଭେଟ ହେବୁ । ସେ ସେଟରୁ ଯାଉଥିବେ , ଆଉ ମୁଁ ଆସୁଥିବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.