ବିବାହ ବନ୍ଧନରେ ବାନ୍ଧି ହେଲେ ମହାଭାରତର ଅର୍ଜ୍ଜୁନ, କହିଲେ ମିଳିଗଲେ ସାରା ଜୀବନ ପାଇଁ ସାଥୀ

ଟେଲିଭିଜନ ଜଗତର ସବୁଠୁ ଏଲିଜିବଲ ବ୍ୟାଚଲର ତଥା ମହାଭାରତର ଅର୍ଜ୍ଜୁନ ଶାହିର ଶେଖ, ଗାର୍ଲଫ୍ରେଣ୍ଡ ରୂଚିକା କପୁରଙ୍କୁ ବିବାହ କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟେ କୋର୍ଟ ମ୍ୟାରେଜ କରିଛନ୍ତି। ତେବେ ୨୦୨୧ ମସିହା ଜୁନ ମାସରେ ପାରମ୍ପରିକ ବିଧିରେ ପୁଣି ଥରେ ବିବାହ କରିବେ। କୋର୍ଟ ମ୍ୟାରେଜ କରିବା ପରେ ନ୍ୟୁଲି ମ୍ୟାରେଡ କପଲ୍ ଶାହିରଙ୍କ ଘର ଜାମ୍ମୁକୁ ଯାଇଛନ୍ତି। ତେବେ ଶାହିରଙ୍କୁ ନିଜ ସମ୍ପୂର୍ଣ୍ଣ ଜୀବନ ବିତାଇବା ପାଇଁ ଏକ ସଠିକ୍ ସାଥି ମିଳିଛନ୍ତି ବୋଲି ସେ କହିଛନ୍ତି।

shaheer2

ରୂଚିକା କପୁର, ଏକତା କପୁରଙ୍କ ଫିଲ୍ମ ଟେଳିଭିଜନ୍ର ହେଡ ହୋଇଥିବା ବେଳେ ଶାହିର ଜଣେ ଟେଲିଭିଜନର ଲୋକପ୍ରିୟ କଳାକାର। ଲୋକପ୍ରିୟ ସିରିୟଲ ମହାଭାରତରେ ଅର୍ଜୁନ ଚରିତ୍ରରେ ଅନେକ ଭଲ ପାଇବା ସାଉଁଟିଥିବା ଶାହିର ରୂଚିକାଙ୍କର ଖୁବ୍ ତାରିଫ୍ କରିଛନ୍ତି। ରୁଚିକା ଓ ଶାହିର ଦୁହେଁ ଭଲ ସାଙ୍ଗ ଓ ପରେ ସ୍ୱାମୀ ସ୍ତ୍ରୀ ହୋଇଛନ୍ତି । ଏହା ତାଙ୍କ ସର୍ମ୍ପକର ସବୁଠାରୁ ଖାସ୍ କଥା ବୋଲି ଶାହିର କହିଛନ୍ତି। ସେହିପରି ଅନ୍ୟପକ୍ଷରେ ରୁଚିକାଙ୍କୁ ମଧ୍ୟ ଶାହିରଙ୍କର ଗୁଣ ତଥା ଆଚରଣ ଖୁବ ପସନ୍ଦ ଆସିଛି। ରୂଚିକା କହିଛନ୍ତି ଯେ ଆମେ ଭିନ୍ନ ଭିନ୍ନ ବ୍ୟାକଗ୍ରାଉଣ୍ଡର ହୋଇଥିଲେ ମଧ୍ୟ ଦୁହେଁ ଦୁହିଁଙ୍କ ପାଇଁ ଖୁବ୍ ସ୍ପେସିଆଲ୍‌।

ତେବେ ଦୁଇ ବର୍ଷ ପୂର୍ବେ ‘ଜଜମେଣ୍ଟାଲ ହେ କ୍ୟା’ ସେଟ୍ରେ ଶାହିର ଓ ରୂଚିକାଙ୍କର ପ୍ରଥମ ଥର ପାଇଁ ଭେଟ ହୋଇଥିଲା। ଏହାପରେ ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ଉଭୟେ ପରସ୍ପରକୁ ଡେଟ୍ କରିଥିଲେ। ବର୍ତ୍ତମାନ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.