ମହାଭାରତର କର୍ଣ୍ଣ ସାଜିବେ ସାହିଦ, ନିର୍ମାଣ ହେବ ମେଗା ବଜେଟ ଫିଲ୍ମ

ବଳିଉଡ ଅଭିନେତା ସାହିଦ କପୁର ନିଜ ଫିଲ୍ମ କ୍ୟାରିଅରରେ ଭିନ୍ନ ଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି। କବିର ସିଂ ଠାରୁ ଆରମ୍ଭ କରି ପଦ୍ମାବତର ରତନ ସିଂହ ପର୍ଯ୍ୟନ୍ତ, ସାହିଦ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତି ସାରିଛନ୍ତି।

ସାହିଦ କପୁର ପୁଣି ଥରେ ବଡ଼ ଏକ୍ସପେରିମେଣ୍ଟ କରିବାକୁ ଯାଉଛନ୍ତି। ସେ ‘ରଙ୍ଗଦେ ବସନ୍ତି’ ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରାଙ୍କ ସାଙ୍ଗରେ ହାତ ମିଳାଇ ଦେଇଛନ୍ତି। ରାକେଶ ମହାଭାରତର ଭୂମିକା ସୂର୍ଯ୍ୟପୁତ୍ର କର୍ଣ୍ଣ ଉପରେ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି। ଏବେ ଏହି ଖାସ୍ ପ୍ରୋଜେକ୍ଟ ପାଇଁ ସେ ସାହିଦ କପୁରଙ୍କ ସହ କଥା ହୋଇଛନ୍ତି।

Shahid Kapoor

ସେ ଚାହୁଁଛନ୍ତି କି, ସାହିଦ କୁପର ତାଙ୍କ ଫିଲ୍ମରେ କର୍ଣ୍ଣ ଭୂମିକାରେ ଅଭିନୟ କରନ୍ତୁ। ଖବର ଅନୁଯାୟୀ, ଏହା ରାକେଶ ଓମପ୍ରକାଶ ମେହେରାଙ୍କ ଏକ ଡ୍ରିମ୍ ପ୍ରୋଜେକ୍ଟ। ତେବେ ନିର୍ଦ୍ଦେଶକଙ୍କୁ ନିଜର ମେଗା ବଜେଟ ଫିଲ୍ମ ପାଇଁ ନିର୍ମାତା ମଧ୍ୟ ମିଳିଯାଇଛି। ସାହିଦ ମଧ୍ୟ ଏହି ରୋଲ ପାଇଁ ରାଜି ଅଛନ୍ତି। ବର୍ଷ ଶେଷ ସୁଦ୍ଧା ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ। ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଭାଇରଲ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.