ବିଶ୍ବର ୧୦ଜଣ ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଶାହାରୁଖ ହେଲେ ସାମିଲ, କେଉଁ ସ୍ଥାନରେ ରହିଲେ କିଙ୍ଗଷ୍ଟାର୍

ବଲିଉଡ ଇଣ୍ଡଷ୍ଟ୍ରିର ବାଦଶାହା ଶାହାରୁଖ ଖାନଙ୍କୁ କି, ବା ନଜାଣେ । ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ମନକୁ ଜିତିବାରେ ସଫଳ ହୋଇଛନ୍ତି ।  ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ସେ ଭିନ୍ନ ଏକ ଚର୍ଚ୍ଚାରେ ରହିଛନ୍ତି । ଦୁନିଆର ସବୁଠାରୁ ୧୦ଜଣ ଧନୀଙ୍କ ଲିଷ୍ଟରେ ସେ ରହିଛନ୍ତି । ୨୦୨୫ରେ ସେ ଶ୍ରେଷ୍ଠ ଧନୀଙ୍କ ମଧ୍ୟରୁ ୪ର୍ଥ ସ୍ଥାନରେ ରହିଛନ୍ତି । ତେବେ ସେ କେତେ ଟଙ୍କାର ମାଲିକ ଆସନ୍ତୁ ଜାଣିବା ।

ଶାହାରୁଖ ଖାନ ତାଙ୍କ ଅଭିନୟକୁ ନେଇ ଭାରତରେ ପରିଚିତ ଥିବାବେଳେ ଏବେ ସେ ତାଙ୍କ ଧନ ସମ୍ପତ୍ତି ପାଇଁ  ଆକର୍ଷଣରେ ରହିଛନ୍ତି । ସମସ୍ତ ଧନୀମାନଙ୍କ ମଧ୍ୟରେ ସେ ଜଣେ ହିଁ ଏକମାତ୍ର ଭାରତୀୟ । ଯିଏ ଜ୍ୟାକି ଚାନ୍ ଏବଂ ଟମ୍ ହ୍ୟାଙ୍କସଙ୍କ ଭଳି ଅଭିନେତାଙ୍କଠାରୁ ମଧ୍ୟ ଉପରେ ରହିଛନ୍ତି । ତେବେ ସେ ୨୦୨୫ ମସିହାର ଶ୍ରେଷ୍ଠ ୧୦ ଜଣ ଧନୀଙ୍କ ମଧ୍ୟରେ ୪ର୍ଥ ସ୍ଥାନରେ ରହିଛନ୍ତି ।

ତାଲିକା ଅନୁଯାୟୀ, ଶାହାରୁଖ ଖାନଙ୍କ ସମ୍ପତ୍ତି ୮୭୬.୫ କୋଟି ଡଲାର ବୋଲି ଜଣାପଡୁଛି । ଯାହା ଭାରତୀୟ ଟଙ୍କା ହିସାବରେ ୭୩୮୦.୯୩ କୋଟି ଟଙ୍କା । ଅଭିନୟ ବ୍ୟତୀତ ସେ ତାଙ୍କ ପ୍ରଡକ୍ସନ ହାଉସ, ଭିଏଫଏକ୍ସ ପୋଷ୍ଟ ପ୍ରଡକ୍ସନ କମ୍ପାନୀ, ଏଣ୍ଡୋର୍ସମେଣ୍ଟ ଏବଂ ଆଇପିଏଲ ଦଳରୁ ଟଙ୍କା ଉପାର୍ଜନ କରୁଛନ୍ତି ।

ସେହିପରି ତାଲିକାରେ ହଲିଉଡ୍ ଷ୍ଟାର ଆର୍ନୋଲ୍ଡ ସ୍କ୍ୱାର୍ଜେଙ୍ଗର ପ୍ରଥମରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୧.୪୯ ବିଲିୟନ ଡଲାର ହୋଇଛି । ଦ୍ୱିତୀୟ ସ୍ଥାନରେ ଡୱେନ୍ ‘ଦ ରକ୍’ ଜନସନ୍ ରହିଛନ୍ତି, ଯାହାଙ୍କ ସମ୍ପତ୍ତି ୧.୧୯ ବିଲିୟନ ଡଲାର। ତୃତୀୟ ସ୍ଥାନରେ ଟମ୍ କ୍ରୁଜ୍ ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୮୯୧ ନିୟୁତ ଡଲାର ରହିଛି । ପରେ ଚତୁର୍ଥ ସ୍ଥାନରେ ଶାହରୁଖ ଖାନ ରହି ୮୭.୬୫ କୋଟି ଡଲାରର ସମ୍ପତ୍ତି ରହିଛି । ଜ୍ୟାକି ଚାନ୍ ଏବଂ ଟମ୍ ହ୍ୟାଙ୍କସଙ୍କ ଭଳି ଅଭିନେତା ନବମ ଏବଂ ଦଶମ ସ୍ଥାନରେ ରହିଛନ୍ତି ।

ଅନ୍ୟପଟେ ଶାହାରୁଖ ଖାନ ବଛା ବଛା ଅଭିନେତାଙ୍କ ମଧ୍ୟରୁ ଜଣେ । ଯିଏ ଟେଲିଭିଜନ ଜଗତରୁ କ୍ୟାରିୟର ଆରମ୍ଭ କରି ବଡ ପରଦାରେ ସୁନାମ ଅର୍ଜନ କରିପାରିଛନ୍ତି । ତାଙ୍କର ପ୍ରଥମ ଧାରାବାହିକ ହେଉଛି ’ଫୌଜି’(୧୯୮୯)ରେ ନଜରରେ ଆସିଥିଲେ । ଏହା ପରେ ’ସର୍କସ’ଧାରାବାହିକ କରିଥିଲେ । ସେହି ପରଠାରୁ ଶାହାରୁଖ ବଡ ପରଦାରେ କାମ କରିବା ଆରମ୍ଭ କରିଦେଇଥିଲେ । ତାଙ୍କର ବଡ ପରଦାର ପ୍ରଥମ ଫିଲ୍ମ ହେଉଛି’ଦିଲୱାଲେ ଦୁଲହନିଆ ଲେଜାଏଙ୍ଗେ’ । ଏହି ଫିଲ୍ମଟି ଶାହାରୁଖଙ୍କ କ୍ୟାରି୍ୟରକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଥିଲା ।

Also Read : ମେଟ ଗାଲାରେ ପଞ୍ଜାବୀ ଲୁକରେ ନଜର ଆସିଲେ ଦିଲଜିତ ଦୋସାଞ୍ଜ, ଲୁକ କିଣିନେଲା ସମସ୍ତଙ୍କ ମନ