ଖୁସି ଖବର! ଦୀର୍ଘ ବର୍ଷ ପରେ ରୁପେଲି ପରଦାରେ ଏକାଠି ନଜର ଆସିବେ ସୁପରହିଟ୍‌ ଯୋଡ଼ି ଶାହାରୁଖ ଖାନ୍‌ ଓ କାଜଲ

ବଲିଉଡ୍‌ ଷ୍ଟାର ଶାହାରୁଖ ଖାନ୍‌ ଓ କାଜଲଙ୍କ ଯୋଡ଼ି ୯୦ ଦଶକର ସବୁଠୁ ସୁପର ଡୁପର ହିଟ୍‌ ଯୋଡ଼ି। ଏବେ ବି ଏହି ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ଫ୍ୟାନ୍‌ମାନେ ଚାହିଁ ବସିଥାନ୍ତି। ଶାହାରୁଖ ଖାନ୍‌ ଅନ୍ୟ ଅଭିନେତ୍ରୀଙ୍କ ସହ ଅଭିନୟ କରୁଥିଲେ ମଧ୍ୟ କାଜଲଙ୍କ ସହ ତାଙ୍କ ବଣ୍ଡିଂ କିନ୍ତୁ ସବୁଠୁ ଅଲଗା ଓ ନିଆରା। ଏହି ଯୋଡ଼ି ଦର୍ଶକଙ୍କର ଅଲ୍‌ ଟାଇମ୍‌ ଫେଭରାଇଟ୍‌ ଯୋଡ଼ି। ଏହି କାରଣରୁ ଶାହାରୁଖ ଖାନ୍‌ଙ୍କ ଆଗାମୀ ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି। ଇତି ମଧ୍ୟରେ ଶାହାରୁଖ ଖାନ୍‌ଙ୍କୁ ନେଇ ଏକ ରୋଚକ ଖବର ସାମ୍ନାକୁ ଆସିଛି।

ଖବର ମୁତାବକ, ଶାହାରୁଖ ଓ କାଜଲଙ୍କୁ ପୁଣିଥରେ ଦର୍ଶକେ ବଡ଼ ପରଦାରେ ଏକାଠି ଦେଖିବାର ସୁଯୋଗ ପାଇବେ। ଏହି କାମ ଆଉ କେହି ନୁହେଁ, ବରଂ କରନ୍‌ ଜୋହର କରୁଛନ୍ତି। ରିପୋର୍ଟ ମୁତାବକ, ଶାହାରୁଖ ଖାନ୍‌ ଓ କାଜଲଙ୍କୁ ନିର୍ଦ୍ଦେଶକ କରନ୍‌ ଜୋହର ନିଜ ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ୍‌ କାହାନୀ’ରେ ଏକାଠି ନେଇ ଆସୁଛନ୍ତି। ଏହି ଫିଲ୍ମରେ ଶାହାରୁଖ ଓ କାଜଲଙ୍କର ଏକ ଛୋଟ ରୋଲ୍‌ ରହିଛି। ଏହା ଏକ ଗୀତ କିମ୍ବା କେମିଓ ବି ହୋଇପାରେ। ଫିଲ୍ମରେ ଆଲିଆ ଭଟ୍ଟ ଓ ରଣବୀର ସିଂହ ଲିଡ୍‌ ରୋଲ୍‌ରେ ନଜର ଆସିବେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ଜୟା ବଚ୍ଚନ, ଶବାନା ଆଜମୀ ଓ ଧର୍ମେନ୍ଦ୍ର ମଧ୍ୟ ପ୍ରମୁଖ ଭୂମିକା କରୁଛନ୍ତି। ଉଭୟେ ଖୁବ୍‌ ଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ। କୁହାଯାଉଛି ଯେ ଫିଲ୍ମର ସୁଟିଂ ମୁମ୍ବାଇରେ ହିଁ ହେବ।

୭ ବର୍ଷ ପରେ ରୁପେଲି ପରଦାରେ ଆସିବେ ନଜର:

ଏହି ଫିଲ୍ମରେ ଅଭିନୟ କରୁଥିବା ଖବରକୁ ଶାହାରୁଖ ଖାନ୍‌ କିମ୍ବା କାଜଲଙ୍କ ପକ୍ଷରୁ କନ୍‌ଫର୍ମ କରାଯାଇନାହିଁ। କିନ୍ତୁ ଯଦି ଏହି ଖବର ସତ ହୋଇଥାଏ ଓ ସତରେ ଶାହାରୁଖ – କାଜଲ ଏକାଠି ଅଭିନୟ କରୁଥାନ୍ତି, ତେବେ ଏହା ସେମାନଙ୍କର ୭ ବର୍ଷ ପରେ ରିୟୁନିୟନ୍‌ ହେବ। ଏହା ପୂର୍ବରୁ ଉଭୟ କଳାକାରଙ୍କୁ ଶେଷ ଥର ପାଇଁ ରୋହିତ ସେଟ୍ଟୀଙ୍କ ଫିଲ୍ମ ଦିଲଓ୍ଵାଲେରେ ୨୦୧୫ରେ ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ ଆଗକୁ କାଜଲଙ୍କୁ ଡାଇରେକ୍ଟର ରେବତୀଙ୍କ ଆଗାମୀ ଫିଲ୍ମ ‘ଦ ଲାଷ୍ଟ ହୁରାହ’ରେ ଦେଖିବାକୁ ମିଳିବ। ସେହିଭଳି ଶାହାରୁଖ ଖାନ୍‌ ଏବେ ଫିଲ୍ମ ପଠାନ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହା ବ୍ୟତୀତ ସେ ରାଜକୁମାର ହିରାନୀଙ୍କ ଫିଲ୍ମ ଡଙ୍କୀରେ ବି ନଜର ଆସିବେ।

Also Read: ୧୦୦୦ କୋଟି କ୍ଲବ୍‌ରେ ସାମିଲ ହେବା ପରେ ବି କମିନି ‘କେଜିଏଫ୍‌ ୨’ କ୍ରେଜ୍‌, ୧୮ ତମ ଦିନରେ ମଧ୍ୟ କଲା ମୋଟା ଅଙ୍କର ରୋଜଗାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.