ସୁହାନାଙ୍କୁ ମିଳିଲା ସ୍ପେଶାଲ ଆୱାର୍ଡ, ବାପା ଶାହାରୁଖ କଣ କହିଲେ ଜାଣନ୍ତୁ

ବଲିଉଡ୍ ବାଦଶାହ ଶାହରୁଖ୍ ଖାନଙ୍କ ଝିଅ ସୁହାନା ଖାନ୍ ଇଣ୍ଡଷ୍ଟ୍ରୀର ସବୁଠୁ ଲୋକପ୍ରିୟ ଶିଶୁ କଳାକାର ମଧ୍ୟରୁ ଜଣେ। ପ୍ରତ୍ୟେକ ଦିନ ନିଜ ଫଟୋ ଏବଂ ଭିଡିଓ ପାଇଁ ସୁହାନା ଚର୍ଚ୍ଚାରେ ଥାଆନ୍ତି। ସେହିଭଳି ଖାସ୍ କଥା ଏହା ହେଉଛି ଯେ ଫ୍ୟାନ ଫଲୋଇଂ କୌଣସି ବଲିଉଡ ଷ୍ଟାରଙ୍କ ଠାରୁ କମ୍ ନୁହଁନ୍ତି। ପ୍ରାୟ ସମସ୍ତେ ସୁହାନା ଖାନଙ୍କ ସହିତ ଜଡିତ ଛୋଟମୋଟ କଥା ଜାଣିବା ପାଇଁ ଚାହିଁଥାନ୍ତି।

ତାଙ୍କର ବହୁ ଫଟୋ ସୋସିଆଲ ମିଡିଆରେ ଧୂମ୍‌ ମଚାଇଥାଏ। କେବେ ପାର୍ଟିରେ ସାଙ୍ଗଙ୍କ ସହ ମସ୍ତି କରୁଥିବାର ଫଟୋ ତ କେତେବେଳେ ଫ୍ୟାମିଲି ସହ ବୁଲୁଥିବାର ଫଟୋ ଆଉ କେତେବେଳେ କଲେଜ ଫଟୋ ଶେଆର କରି ଲାଇମଲାଇଟରେ ରହି ଆସୁଛନ୍ତି ସୁହାନା। ବର୍ତ୍ତମାନ ସେ ପୁଣି ଚର୍ଚ୍ଚାରେ ଥିବା ବେଳେ କାରଣ ରହିଛି କିଛି ଅଲଗା।

ସୁହାନା ଲଣ୍ଡନର ଇକ୍ସୟସଦ୍ଭଶକ୍ଷଚ୍ଚ ଉକ୍ଟକ୍ଷକ୍ଷରଶରରୁ ନିଜ ଗ୍ରାଜୁଏସନ୍‌ ସାରିଛନ୍ତି। ଏହି ସମୟରେ ସୁହାନାଙ୍କ ସହିତ ବାପା ଶାହରୁଖ ଏବଂ ମା ଗୌରି ଖାନ୍ ମଧ୍ୟ ଉପସ୍ଥିତ ଥିଲେ। ସୁହାନାଙ୍କ ମା’ ଗୌରୀ ଖାନ ଏହି ବିଷୟରେ ଖୁଲାସା କରିଛନ୍ତି ଯେ ତାଙ୍କ ଝିଅ ଏବେ ଅଫିସିଆଲ ଭାବରେ ଗ୍ରାଜୁଏଟ୍ ହୋଇଯାଇଛନ୍ତି।

shahrukh khanକେବଳ ଏତିକି ନୁହେଁ କଲେଜ ପକ୍ଷରୁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି। ସୁହାନା ଖାନ୍ କଲେଜରେ ହୋଇଥିବା ଡ୍ରାମାରେ ଖାସ୍‌ ଯୋଗଦାନ ଲାଗି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏ ବିଷୟରେ ନିଜେ ସୁହାନାଙ୍କ ବାପା ତଥା ସୁପରଷ୍ଟାର ଶାହାରୁଖ ସୂଚନା ଦେଇଛନ୍ତି। ଝିଅ ସହ ନିଜ ଫଟୋ ଶୟାର କରି ଶାହାରୁଖ ଲେଖିଛନ୍ତି, ସ୍କୁଲ ପାଠପଢା ସରିଗଲେ ମଧ୍ୟ ଜୀବନରେ ପାଠ ପଢା କେବେ ସରିବା ଉଚିତ ନୁହେଁ। ସବୁବେଳେ କିଛି ନା କିଛି ଶିଖିବା ଜରୁରୀ।

ସୁହାନାଙ୍କ ଗ୍ରାଜୁଏସନ ସେରିମନିରେ ତାଙ୍କ ମା’ ଗୌରି ଖାନ ଉପସ୍ଥିତ ଥିଲେ। ଏହି ଉତ୍ସବରେ ସୁହାନାଙ୍କୁ ରସେଲ କପ୍‌ ସମ୍ମାନରେ ସମ୍ମାନିତ କରାଗଲା।

ଏହି ଆୱାର୍ଡ ପାଇବା ପରେ ସୁହନାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି। ଏଥିଯୋଗୁ ସୁହାନାଙ୍କ ପ୍ୟାରେଣ୍ଟସ୍‌ଙ୍କ ଖୁସି ମଧ୍ୟ ବନ୍ଧବାଡ଼ ମାନୁନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.