ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି କିଙ୍ଗ୍‌ ଖାନ୍‌, ଡିଜ୍‌ନୀର ୱେବ୍‌ ସିରିଜରେ ଆସିବେ ନଜର

ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି କିଙ୍ଗ୍‌ ଖାନ୍‌। କିଛି ଦିନ ହେଲା ରୂପେଲି ପରଦାରେ ନଜର ଆସିନଥିବା ଶାହାରୁଖ ଖାନ୍‌ଙ୍କୁ ଏବେ ଦର୍ଶକେ ଡିଜିଟାଲ ପ୍ଲାଟଫର୍ମରେ ଦେଖିବାକୁ ପାଇବେ। ଅନ୍ୟ ବଡ଼ ବଡ଼ ଷ୍ଟାରଙ୍କ ଭଳି ଶାହାରୁଖ ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଶାହାରୁଖ ଖାନ୍‌ ଓ ତାଙ୍କ ବନ୍ଧୁ ଫିଲ୍ମ ନିର୍ମାତା କରଣ ଜୋହର ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଶାହାରୁଖ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଇସାରାରେ କହିଛନ୍ତି।

ଏହି ଭିଡିଓ କ୍ଲିପ୍‌ରେ ଶାହାରୁଖ ଖାନ୍‌ଙ୍କ ଘର ସାମ୍ନାରେ ଫ୍ୟାନ୍‌ମାନେ ଭିଡ଼ ଜମାଇଛନ୍ତି। ଫ୍ୟାନ୍‌ଙ୍କୁ ଦେଖି ଶାହାରୁଖ ନିଜ ଅନ୍ଦାଜରେ ଠିଆ ହେଉଛନ୍ତି। ଏହି ସମୟରେ ତାଙ୍କ ସହ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଶାହାରୁଖ ପଚାରୁଛନ୍ତି, ଏତେ ଫ୍ୟାନ୍‌ କଣ କେବେ ଆଉ କାହା ଘର ସାମ୍ନାକୁ ଆସନ୍ତି। ଏହାର ଉତ୍ତରରେ ସେ କହୁଛନ୍ତି, ନା’ ମୁଁ ତ କେବେ ଦେଖି ନାହିଁ, କିନ୍ତୁ ଆଗକୁ କ’ଣ ହେବ କହିପାରୁନାହିଁ। ଶାହାରୁଖ ତାଙ୍କୁ ଏହାର ଅର୍ଥ ପଚାରୁଛନ୍ତି। ଉକ୍ତ ବ୍ୟକ୍ତି କହୁଛନ୍ତି, ସବୁ ଷ୍ଟାର ଡିଜ୍‌ନୀ ପ୍ଲସ୍‌ ହଟଷ୍ଟାରରେ ଶୋ’ ଓ ମୁଭି କରୁଛନ୍ତି। କିନ୍ତୁ ତମେ କାହିଁକି କରୁନ…

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Shah Rukh Khan (@iamsrk)

ଏହି ଭିଡିଓରୁ ଜଣାପଡ଼ୁଛି ଯେ ଶାହାରୁଖ ଖୁବ୍‌ ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଶାହାରୁଖ ଡିଜିଟାଲରେ ଆସିବା ନେଇ ଜାଣିବା ପରେ ଫ୍ୟାନ୍‌ମାନେ ଖୁବ୍‌ ଉତ୍ସାହିତ ହୋଇପଡ଼ିଛନ୍ତି। ସୂଚନାଯୋଗ୍ୟ ଯେ ଶେଷ ଥର ପାଇଁ ଶାହାରୁଖଙ୍କୁ ୨୦୧୮ ମସିହାରେ ଜିରୋ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏବେ ସେ ପଠାନ୍‌ର ସୁଟିଂରେ ବ୍ୟସ୍ତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.